ଭୁବନେଶ୍ୱର, ୧୪ ଏପ୍ରିଲ୍ ୨୦୨୫
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ସଂଘ ତରଫରୁ ସଂଘ ର ସଭାପତି ଶ୍ରୀଯୁକ୍ତ ସୌରଭ ରଂଜନ ଦାସଙ୍କ ସଭାପତିତ୍ବରେ ବାବା ସାହେବ ଭାରତରତ୍ନ ଡ. ବି.ଆର. ଆମ୍ବେଦକରଙ୍କର ୧୩୫ତମ ଜନ୍ମ ଦିବସ ସୋମବାର ତା୧୪.୦୪.୨୦୨୫ରିଖ ଦିନ ଭଞ୍ଜକଳା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀଯୁକ୍ତ ଦିନେଶ ପୂରଥୀ ମହୋଦୟ ମୁଖ୍ୟ ଅତିଥ୍ ଭାବରେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ସଭାକୁ ଉଦ୍ଘାଟନ କରିଥିଲେ । ତାଙ୍କର ଅଭିଭାଷଣରେ ବ୍ୟାଙ୍କର ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। Inspector General of Police, Govt. of Odisha ର ସତୀଶ କୁମାର ଗଜଭିୟେ ମହୋଦୟ ମୁଖ୍ୟବକ୍ତା ଭାବେ ଯୋଗଦାନ ପୂର୍ବକ ତାଙ୍କ ଅଭିଭାଷଣ ରଖୁଥିଲେ ଏବଂ ଏସ୍.ବି.ଆଇ. ର ସେବା ଗୁଡ଼ିକର ଉଚ୍ଚପ୍ରଶଂସା କରିଥିଲେ। ପୁନ୍ନାବଲମ୍ ମ. ମହାପ୍ରବନ୍ଧକ (NW-I), ଶ୍ରୀଯୁକ୍ତ କୌଶଲ୍ କିଶୋର ସିଂହ, ମହାପ୍ରବନ୍ଧକ (NW-II), ଶ୍ରୀଯୁକ୍ତ ସ୍ବସୀମ ଦାସ ମହାପ୍ରବନ୍ଧକ (GM- CAO) ,ଶ୍ରୀଯୁକ୍ତ ମନୋଜ କୁମାର ସିଂହ, ମଣ୍ଡଳ ଉନ୍ନୟନ ଅଧିକାରୀ (CDO), ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର, ଉପ-ମହାପ୍ରବନ୍ଧକ (DGM) (B&O) ଭୁବନେଶ୍ବର, ଡଃ ଚିତ୍ତରଞ୍ଜନ ପଣ୍ଡା, (ସାଧାରଣ ସଂପାଦକ ଭାରତୀୟ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସଂଘ), ଡଃ ତପନ କୁମାର ପାଲ୍, (ସଭାପତି କର୍ମଚାରୀ ସଂଘ), ଶ୍ରୀଯୁକ୍ତ ଅରୁଣ କୁମାର ବିଶୋୟୀ (ସାଧାରଣ ସଂପାଦକ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଧିକାରୀ ସଂଘ), ଶ୍ରୀ ଅମିତାଭ ଦାସ ( ସଭାପତି, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଧିକାରୀ ସଂଘ), ଶ୍ରୀ ଉପେନ୍ଦ୍ର କୁମାର ଦାସ, (ସାଧାରଣ ସଂପାଦକ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଅବରସପ୍ରାପ୍ତ କର୍ମଚାରୀ ସଂଘ), ଶ୍ରୀ ଗଣେଶ ଚନ୍ଦ୍ର ମିଶ୍ର, (ସଭାପତି, ଭାରତୀୟ ଷ୍ଟେଟ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଘ) ପ୍ରମୁଖ ଉପସ୍ଥିତ ଥିଲେ।
ଉକ୍ତ ଦିନ ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟ ସହାୟତାରେ ଏବଂ ଏସ୍.ବି.ଆଇ. ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ସଙ୍ଘ ଜରିଆରେ ବ୍ୟାଙ୍କର ସାମାଜିକ ଜନକଲ୍ୟାଣ ଯୋଜନା ମାଧ୍ୟମରେ ତିନୋଟି ଶିକ୍ଷା ଅନୁଷ୍ଠାନରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ କରାଯାଇଛି।
ସଂଘର ସାଧାରଣ ସଂପାଦକ ଶ୍ରୀ ଜିତେନ୍ଦ୍ର ନାଏକ ଅତିଥୁମାନଙ୍କର ପରିଚୟ ପ୍ରଦାନ ସହିତ ପରିଷଦ ବିଷୟରେ ସାମ୍ୟକ୍ ସୂଚନା ପ୍ରଦାନ କରିଥିଲେ ଏବଂ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଶ୍ରୀମତୀ ସଂଯୁକ୍ତା ସେଠୀ ସମସ୍ତଙ୍କୁ ସାଧୁବାଦ ସହ ଧନ୍ୟବାଦ ଅର୍ପଣ କରିଥିଲେ ।
Post a Comment