loading...

ଏପ୍ରିଲ ୩୦ରେ ସାରା ରାଜ୍ୟରେ ଅଖିମୁଠି ଅନୂକୁଳ କରିବ ବିଜେପି କୃଷକ ମୋର୍ଚ୍ଚା : ମହେଶ୍ୱର ସାହୁ

ଭୁବନେଶ୍ୱର,  ୨୨ ଏପ୍ରିଲ୍ ୨୦୨୫




  • ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ଚାଷୀ ସମାବେଶ କରାଯିବ 
  • ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଚାଷୀମାନଙ୍କୁ ସମ୍ମାନିତ କରାଯିବ
  • କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳର ବରିଷ୍ଠ ନେତୃବୃନ୍ଦ ଯୋଗଦାନ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ତରଫରୁ ନିମନ୍ତ୍ରଣ କରାଯିବ

ଅକ୍ଷୟ ତୃତୀୟା ହେଉଛି ଏକ କୃଷିଭିତିକ ପର୍ବ। ଓଡ଼ିଶାର ଆବାହନକାଳରୁ ଏହି ଦିନ ଚାଷୀ ନିଜ ଜମିରେ ପୂଜାର୍ଚ୍ଚନା କରିବା ସହ ମୁଠି ଅନୁକୁଳ କରି ଚାଷ କାମ ଆରମ୍ଭ କରିଥାଏ। ଏପ୍ରିଲ ୩୦ ତାରିଖ (ବୁଧବାର) ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଜେପି କୃଷକ ମୋର୍ଚ୍ଚା ସାରା ରାଜ୍ୟରେ ଅଖିମୁଠି ଅନୂକୁଳ କାର୍ଯ୍ୟକ୍ରମ କରିବ। ରାଜ୍ୟର ସମସ୍ତ ବିଧାନସଭା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ କରାଯିବ। ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ଚାଷୀ ସମାବେଶ କରାଯିବ ବୋଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।
ଶ୍ରୀ ସାହୁ ପ୍ରେସ ବିଜ୍ଞପ୍ତିରେ ଦର୍ଶାଇଛନ୍ତି ଯେ, କୃଷି ଓ କୃଷକର ଉନ୍ନତି ପାଇଁ ବିଜେପି ସରକାର ବଦ୍ଧ ପରିକର। ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚାଷୀମାନଙ୍କର ଆୟକୁ ଦୁଇ ଗୁଣା କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରିବା ସହ ସବୁ ବ୍ଲକରେ ଶୀତଳଭଣ୍ଡାର ଖୋଲିବା ପାଇଁ ଯୋଜନା କରଛନ୍ତି। ଚାଷୀମାନଙ୍କୁ ସମୃଦ୍ଧ କରିବା ପାଇଁ ଅନେକ କୃଷି କଲ୍ୟାଣୀକାରୀ ଯୋଜନା କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏସବୁ ଯୋଜନା ଉପରେ ଚାଷୀମାନଙ୍କୁ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଅବଗତ କରାଯିବ। ତତ୍‌ସହିତ ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଚାଷୀମାନଙ୍କୁ ସମ୍ମାନିତ କରାଯିବ। ଏସବୁ ଚାଷୀ ସମାବେଶ ଓ ଅକ୍ଷୟ ତୃତୀୟା ମୁଠି ଅନୁକୂଳ କାର୍ଯ୍ୟକ୍ରମରେ ସମସ୍ତ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳର ବରିଷ୍ଠ ନେତୃବୃନ୍ଦ ଯୋଗଦାନ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ତରଫରୁ ନିମନ୍ତ୍ରଣ କରାଯିବ ବୋଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସାହୁ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।
Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget