loading...

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସେବିକାମାନେ ଜଣେ ଜଣେ ରତ୍ନ: ପ୍ରଫେସର ରାୟ

ଭୁବନେଶ୍ୱର,  ମଇ ୨୦୨୫




 ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସମାନେ ନେଉଛନ୍ତି ଜଣେ ଜଣେ ରତ୍ନ। ସେବିକାବୃତି ଉଭୟ ଅର୍ଥନୈତିକ ଏବଂ ମାନସିକ ସ୍ତରରେ ବିକଶିତ ହେଉଥିବା ଖୁବ୍ ଆନନ୍ଦର ବିଷୟ ବୋଲି କହିଛନ୍ତି କଟକ ସ୍ଥିତ ନ୍ୟାସ୍‌ନାଲ୍ ଲ ୟୁନିଭର୍ସିଟି ଓଡ଼ିଶାର ଆଡଜଂଟ ପ୍ରଫେସର (ଡକ୍ଟର) ରୀତା ରାୟ। 

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ ପକ୍ଷରୁ ସୋମବାର ଆୟୋଜିତ ଆନ୍ତର୍ଜାତିକ ନର୍ସେସ ଡେ ୨୦୨୫ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ରାୟ କହିଛନ୍ତି ଯେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ସେମାନଙ୍କୁ ସମ୍ମାନିତ କରିବା ଲକ୍ଷ୍ୟ ନେଇ ଆୟୋଜିତ ଏଭଳି କାର୍ଯ୍ୟକ୍ରମ ସ୍ୱାଗତଯୋଗ୍ୟ। 

କାର୍ଯ୍ୟକ୍ରମରେ ବୃତିଗତ ଅତିଥି ଭାବେ ସୋମି ଓଡ଼ିଶା ଶାଖାର ସମ୍ପାଦିକା ପ୍ରପେସର ଅମ୍ରିତା ଲେଙ୍କା ଯୋଗ ଦେଇ କହିଥିଲେ ନର୍ସିଂ ଏକ ମହାନ ବୃତି କାରଣ ରୋଗୀ ସେବା ଦ୍ୱାରା ସେମାନେ ଅନେକ ଭଲ ପାଇବା ଓ ଆଶୀର୍ବାଦ ପାଇଥାନ୍ତି। 

କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମୀନତି ମିଶ୍ର ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଉତ୍ସର୍ଗୀକୃତ କାର୍ଯ୍ୟ ଦ୍ୱାରା ନର୍ସମାନେ ଦେଶର ଅର୍ଥନୀତିକୁ ସୁଦୃଢ଼ କରିଥାନ୍ତି ବୋଲି କହିଥିଲେ। 

ଏହି ଅବସରରେ ସମ ନର୍ସିଂ କଲେଜର ଡିନ୍ ପ୍ରଫେସର (ଡାକ୍ତର) ସସ୍ମିତା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏସ୍‌ଏନ୍‌ସିର ନିର୍ଦ୍ଦେଶିକା ପ୍ରଫେସର (ଡକ୍ଟର ) ପ୍ରଭାତି ତ୍ରୀପାଠି ନର୍ସିଂ ଛାତ୍ରଛାତ୍ରୀମାନଙ୍କୁ ନିଜ କ୍ୟାରିୟରରେ ଆଗକୁ ବଢ଼ିବା ପାଇ ଉତ୍ସାହିତ କରିଥିଲେ। 

ଏସ୍‌ଏନସିର ଆଡିସ୍‌ନାଲ ଡିନ୍ ପ୍ରଫେସର ତପତି ଶାହା କାର୍ଯ୍ୟକ୍ରମର ପ୍ରସଙ୍ଗ ଉପରେ ଆଲୋକପାତ କରିଥିବା ବେଳେ ଶ୍ରୀମତି ଝୁନିଲତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget