loading...

ପ୍ରେସ୍‍ ବିବୃତ୍ତି

ଭୁବନେଶ୍ୱର, ୦୨ ମଇ ୨୦୨୫

କିଟ୍‍ରେ ଛାତ୍ରୀ ଆତ୍ମହତ୍ୟା ଘଟଣାରେ କିଟ୍‍ କର୍ତ୍ତୃପକ୍ଷ ଗଭୀର ମର୍ମାହତ ଓ ଦୁଃଖିତ। ଗୁରୁବାର ସନ୍ଧ୍ୟାରେ କିଟ୍‍ ହଷ୍ଟେଲ୍‍ରେ ଜଣେ ଛାତ୍ରୀ ତାଙ୍କ ରୁମ ଭିତରୁ ଖୋଲୁ ନଥିବା ୱାର୍ଡେନ୍ ଜାଣିବା ପରେ ତୁରନ୍ତ ଇନ୍‌ଫୋସିଟି ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍‍ ଉପସ୍ଥିତିରେ କବାଟ ଭଙ୍ଗାଯାଇଥିଲା ଓ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ପୋଲିସ୍‍ ଉପସ୍ଥିତିରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇ ତୁରନ୍ତ କିମ୍‍ସ ହସ୍‍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପୋଲିସ୍‍ ମୃତଦେହକୁ ଏମ୍‍ସ-ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରିଥିଲେ। ଏହି ଘଟଣାରେ କିଟ୍‍ କର୍ତ୍ତୃପକ୍ଷ ତୁରନ୍ତ ଛାତ୍ରୀଙ୍କ ଅଭିଭାବକଙ୍କୁ ଅବଗତ କରାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ୍‍ ଉଚ୍ଚ ପଦାଧିକାରୀଙ୍କ ସମେତ ସାଇଣ୍ଟିଫିକ୍‍ ଟିମ୍‍ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ। କିଟ୍‍ କର୍ତ୍ତୃପକ୍ଷ ପୋଲିସ୍‍କୁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଛାତ୍ରୀଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଏହି ଦୁଃଖଦ ସମୟରେ ଭଗବାନ ତାଙ୍କ ପରିବାରକୁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget