ଭୁବନେଶ୍ୱର, ୨୦ ଜୁନ ୨୦୨୫
ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ, ଦୈନିକ ଖବରକାଗଜ ସମାଜର ପୂର୍ବତନ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ନିରଞ୍ଜନ ରଥଙ୍କ ୭୮ ବର୍ଷ ବୟସରେ ପରଲୋକ ଘଟିଛି। ଲୋକସେବକ ମଣ୍ଡଳର ବହୁ ଗୁରୁତ୍ୱପୂର୍ଣ୍ଣ ପଦରେ ଉଲ୍ଲେଖନୀୟ କାର୍ଯ୍ୟ କରି ରାଷ୍ଟ୍ରୀୟ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ। ସେ ଜଣେ ସରଳ, ନିଷ୍ଠାବାନ ଓ ଅମାୟିକ ବ୍ୟକ୍ତିଭାବେ ସମସ୍ତଙ୍କ ପ୍ରିିୟପାତ୍ର ହୋଇପାରିଥିଲେ। ତାଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ସ୍ୱର୍ଗତଃ ରଥଙ୍କ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇ ଅସୀମ ଧୈର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି ।
Post a Comment