loading...

ସମ୍ମମ୍‌ରେ ହାଡ଼ ଓ ଗଣ୍ଠିର ଅତ୍ୟାଧୁନିକ ଚିକିତ୍ସା ଉପରେ ସିଏମଇ ଆୟୋଜିତ

ଭୁବନେଶ୍ୱର, ୦୯ ଅଗଷ୍ଟ ୨୦୨୫




ବୟସ୍କଙ୍କ କ୍ଷେତ୍ରରେ ହାଡର଼ ଶକ୍ତି ବୃଦ୍ଧି, ଭଙ୍ଗାହାଡ଼ର ଚିକିତ୍ସା ଓ ଆଣ୍ଠୁ ପ୍ରତ୍ୟାରୋପଣ ଭଳି ବିଭିନ୍ନ ହାଡ଼ ଓ ଗଣ୍ଠି ଜନିତ ଅତ୍ୟାଧୁନିକ ଚିକିତ୍ସାକୁ ନେଇ ସମ୍ ଅଲ୍ଟିମେଟ ମେଡିକେୟାରରେ ଶୁକ୍ରବାର ଏକ ସିଏମ୍‌ଇ ଆୟୋଜିତ ହୋଇଯାଇଛି। 
‘ଓଲ୍ଡ ଇଜ୍ ଗୋଲ୍ଡ – ୩୬୦ ଡିଗ୍ରୀ କେୟାର ଫର୍ ଦ ଏଲ୍‌ଡର୍ଲି: ଏନ୍‌ସ୍ୟୁରିଙ୍ଗ ମୋବିଲିଟି, ଡିଗ୍ନିଟି ଆଣ୍ଡ ଲଙ୍ଗଜିଭିଟି’ ପ୍ରସଙ୍ଗ ଭିତିକ ଏହି ସିଏମ୍‌ଇକୁ ହସ୍ପିଟାଲ୍‌ର ଅର୍ଥୋପେଡିକ୍ସ ବିଭାଗ ପକ୍ଷରୁ ଆୟୋଜନ କରାଯାଇଥିଲା। ଇଣ୍ଡିଆନ୍ ଅର୍ଥୋପେଡିକ ଆସୋସିଏସନ୍‌ର ବୋନ୍ ଏବଂ ଜଏଂଟ ୱିକ୍ ପାଳନ ପରିପ୍ରେକ୍ଷୀରେ ଏହି ସିଏମ୍‌ଇ ଆୟୋଜିତ ହୋଇଥିଲା। 
ସିଏମ୍‌ଇର ବିଭିନ୍ନ ପର୍ଯ୍ୟାୟରେ ହସ୍ପିଟାଲ୍‌ର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ବୁଧେଶ୍ୱର ମାଝି, ଡାକ୍ତର ସିଦ୍ଧାର୍ଥ ସାମଲ, କନ୍‌ସଲଟାଂଟ ଡାକ୍ତର ଚନ୍ଦନ ପଣ୍ଡା ଏବଂ ଆସୋସିଏଟ୍ କନ୍‌ସଲ୍‌ଟାଂଟ ଡାକ୍ତର ସୂର୍ଯ୍ୟ କାନ୍ତ ସାହୁ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କର ହାଡ଼ର ସ୍ୱାସ୍ଥ୍ୟ ଓ ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତିରେ ଚିକିତ୍ସା ସମ୍ପର୍କରେ ଆଲୋକପାତ କରିଥିଲେ। 
ସିଏମଇରେ ସମ୍ମମର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ବକ୍ତବ୍ୟ ରଖି ସୁସ୍ଥ ହାଡ଼ ଏବଂ ଗଣ୍ଠି ମଣିଷ ଜୀବନ ନିମନ୍ତେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଅର୍ଥୋପେଡିକ ବିଶେଷଜ୍ଞ ଓ ଅଗ୍ରଣୀ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ସହାୟତାରେ କେବଳ ଜ୍ଞାନ ଆଦାନ ପ୍ରଦାନ ନୁହେଁ ବରଂ ବରିଷ୍ଠ ନାଗରିକଙ୍କର ଜୀବନ ଶୈଳୀକୁ ସୁଗମ କରିବା ଦିଗରେ ଏହା ଏକ ଅଭିନବ ପ୍ରୟାସ ବୋଲି ଡକ୍ଟର ଦାଶ କହିଥିଲେ। 
କାର୍ଯ୍ୟକ୍ରମରେ ହସ୍ପିଟାଲ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଯୋଗ ଦେଇ ଯେ କୌଣସି ବୟସର ବ୍ୟକ୍ତିଙ୍କ କ୍ଷେତ୍ରରେ ହାଡ଼ ଏବଂ ଗଣ୍ଠିର ଚିକିତ୍ସା ଏବଂ ସୁସ୍ଥତା ଦ୍ୱାରା ହିଁ ଉନ୍ନତ ଜୀବନ ଶୈଳୀ ମିଳିଥାଏ ବୋଲି କହିଥିଲେ। 
ଏକ ବାର୍ତା ମାଧ୍ୟମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ କହିଥିଲେ ଯେ ସମାଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବା ସହ ବୟସ୍କ ବ୍ୟକ୍ତିଙ୍କର ସେବା ମଧ୍ୟ ଏକ ବଡ଼ ଦାୟିତ୍ୱ। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ଉତ୍କର୍ଷ ମାନର ଡାକ୍ତରୀ ଚିକିତ୍ସା ପ୍ରଦାନ କରିବା ନେଇ ସମ୍ମମ୍‌ର ମିଶନକୁ ପ୍ରତିପାଦିତ କରୁଛି ବୋଲି ପ୍ରଫେସର ନାୟକ କହିଥିଲେ।
Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget