loading...

ମୁଠି ଚାଉଳ ଆଉ ଏକ ଟଙ୍କା ସଂଗ୍ରହ କରି ଲଢିବେ ଆଦିବାସୀ- ଭକ୍ତ ଦାସ

ଭୁବନେଶ୍ୱର, ୦୯ ଅଗଷ୍ଟ ୨୦୨୫




ଓଡ଼ିଶା ପ୍ରଦେଶ ଆଦିବାସୀ କଂଗ୍ରେସ ତରଫରୁ ଆୟୋଜିତ ରାଜ୍ୟ ସ୍ତରୀୟ ବିଶ୍ବ ଆଦିବାସୀ ଦିବସ ଆଜି ଧୁମଧାମର ସହ ରାଜ୍ୟ କଂଗ୍ରେସ ଭବନ ସମ୍ମୁଖ, ମାଷ୍ଟରକ୍ୟଣ୍ଟିନ ଠାରେ ପାଳନ କରାଯାଇଛି ଏହି ଅବସରରେ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ପେସା ଆଇନ୍ ପାଇଁ ନିର୍ଦ୍ଦେଶାବଳୀ ଲାଗୁ ହେବା, ଉଚ୍ଚ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ସଂଖ୍ୟାନୁପାତରେ ୨୩% ସଂରକ୍ଷଣ ଲାଗୁ ହେବା, ଜଙ୍ଗଲ ଅଧିକାର ଆଇନର ଠିକ୍ ସେ ଅନୁପାଳନ ହେବା ଫଳରେ ଆଦିବାସୀଙ୍କୁ ଜମି ଆଉ ଜଙ୍ଗଲ ଅଧିକାରରୁ ବଞ୍ଚିତ ହେବା, ଗ୍ରାମସଭାର ବିନା ଅନୁମତିରେ ଜବରଦସ୍ତ ବିସ୍ଥାପନ ହେଉଥିବା ସମସ୍ୟାକୁ ନେଇ ଓଡିଶା ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ନେତୃବୃନ୍ଦ ଆଗାମୀ ଦିନରେ ଜିଲ୍ଲା, ବ୍ଲକ ଏବଂ ଗ୍ରାମ ପଞ୍ଚାୟତ ସ୍ତରରୁ ଆଦିବାସୀଙ୍କୁ ସଂଗଠିତ କରି ଏକ ଦୁର୍ବାର ଜନ୍ ଆନ୍ଦୋଳନ ଓଡ଼ିଶାରେ ଲୋକ ମାନଙ୍କ ଠାରୁ ସମ୍ବଳ ସଂଗ୍ରହ କରି ଗଢି ତୋଳିବା ଉପସ୍ଥିତ ଆଦିବାସୀ ଭାଇ ଭଉଣୀଙ୍କୁ ଆହ୍ବାନ ଦେଇଥିଲେ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ଓରାମ, ମୁଣ୍ତା, ହୋ, ସାନ୍ତାଳ ଆଉ କନ୍ଧ ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ ନୃତ୍ୟ ଗୀତରେ ଦୁଲକି ଉଠିଥିଲା ପରିବେଶ ଏହି ସଭାରେ ଆଦିବାସୀ କଂଗ୍ରେସର ରାଜ୍ୟ ସଭାପତି ଶ୍ରୀ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ ସଭାପତିତ୍ବ କରିଥିବା ସ୍ଥଳେ ପିସିସି ସମ୍ପାଦକ ଶ୍ରୀ ଲକ୍ଷ୍ମୀଧର ସିଂ ସଂଯୋଜନା କରିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ସାଂସଦ ସୁଶ୍ରୀ ସୁଶୀଳା ତିରିଆ, ପୁର୍ବତନ ସାଂସଦ ଶକୁନ୍ତଳା ଲାଗୁରୀ, ପୂର୍ବତନ ବିଧାୟକ ଶ୍ରୀ ସୁବର୍ଣ୍ଣ ନାଏକ, ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି, ପିସିସି ସମ୍ଫାଦକ ଅନିମା ମିଞ୍ଜ, ମୋହନ ହେମ୍ବ୍ରମ, ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ମାନସ ମଲ୍ଲିକ, ରାଜକିଶୋର ବାରିକ, ସୁଧାଂଶୁ ଦେଓ, ଭୁବନେଶ୍ୱର ଜିଲ୍ଲା ସଂଯୋଜକ ବିଶ୍ବଜିତ ଦାସ ପ୍ରମୁଖ ଯୋଗ ଦେଇଥିଲେ ପ୍ରକାଶ ଥାଉ କି, ବିଶ୍ବ ଆଦିବାସୀ ଦିବସ ଅବସରରେ ଆଦିବାସୀ କଂଗ୍ରେସ ତରଫରୁ ସକାଳେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଥିବା ଆଦିବାସୀ ବରପୁତ୍ରଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ପୂଜାର୍ଚ୍ଚନା କରାଯାଇଥିଲା


Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget