ଭୁବନେଶ୍ୱର, ୨୭ ଅକ୍ଟୋବର ୨୦୨୫
କାର୍ତ୍ତିକ ପୂର୍ଣ୍ଣିମା ପର୍ବ ସମୟରେ ଅଧିକ ଯାତ୍ରୀ ସମ୍ଭାବନାକୁ ଦୃଷ୍ଟିରେ ରଖି, ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଯାତ୍ରୀମାନଙ୍କ ସୁବିଧା ପାଇଁ 68404/68403 ପୁରୀ-ଖୋର୍ଦ୍ଧା ରୋଡ୍-ପୁରୀ ମେମୁକୁ ସାମୟିକ ଭାବେ ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି ।
ତଦନୁସାରେ, • 26 ଅକ୍ଟୋବରରୁ 5 ନଭେମ୍ବର 2025 ପର୍ଯ୍ୟନ୍ତ ପୁରୀରୁ ଛାଡିଥିବା ଟ୍ରେନ ନମ୍ବର 68404 ପୁରୀ-ଖୋର୍ଦ୍ଧା ରୋଡ୍ ମେମୁକୁ ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଅଛି । ପୁରୀରୁ ଛାଡିଥିବା ଏହି ଟ୍ରେନ ଖୋର୍ଦ୍ଧା ରୋଡ଼ ଠାରେ ପହଁଚିବା ପରେ ରାତ୍ରୀ 12ଘ.35ମି.ରେ ଦଶପଲ୍ଲା ଯାତ୍ରା କରିବ । • ଟ୍ରେନ ନମ୍ବର 68403 ଖୋର୍ଦ୍ଧା ରୋଡ୍-ପୁରୀ ମେମୁ 27 ଅକ୍ଟୋବରରୁ 6 ନଭେମ୍ବର 2025 ପର୍ଯ୍ୟନ୍ତ ଦଶପଲ୍ଲାରୁ ଠାରୁ ଭୋର 3ଘ.30ମି.ରେ ଏହାର ଯାତ୍ରା ଆରମ୍ଭ କରି ପୁରୀ ଅଭିମୁଖେ ଚଳାଚଳ କରିବ ।
କାର୍ତ୍ତିକ ପୂର୍ଣ୍ଣିମା ସମୟରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ ଏହି ଅସ୍ଥାୟୀ ସମ୍ପ୍ରସାରଣ ଯୋଜନା କରାଯାଇଛି । ଏହି ପାର୍ବଣ ଋତୁରେ ଯାତ୍ରୀଙ୍କ ସୁଗମ ଯାତାୟାତ ଏବଂ ଯାତ୍ରା ଚାହିଦାକୁ ତର୍ଜମା କରାଯାଇ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ଜନସାଧାରଣଙ୍କ ପାଇଁ ଉତ୍ତମ ସଂଯୋଗ ଏବଂ ଯାତ୍ରା ସୁବିଧା ସୁନିଶ୍ଚିତ କରିବା ପାଇଁ ଏହି ସକ୍ରିୟ ପଦକ୍ଷେପ ନେଇଛି । ପୂର୍ବତଟ ରେଳପଥ ଯାତ୍ରୀମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ସେହି ଅନୁସାରେ ସେମାନଙ୍କର ଯାତ୍ରା ଯୋଜନା କରନ୍ତୁ ଏବଂ ବର୍ଦ୍ଧିତ ଅବଧି ମଧ୍ୟରେ ଏହି ସୁବିଧାର ଉପଯୋଗ କରନ୍ତୁ ।

Post a Comment