loading...

କିଟରେ ପାରମ୍ପରିକ ଉତ୍ସାହ ସହ ଛଟ ପୂଜା ପାଳିତ

ଭୁବନେଶ୍ୱର, ୨୭ ଅକ୍ଟୋବର ୨୦୨୫




କିଟ୍‍ ବିଶ୍ୱବିଦ୍ୟାଳୟରେ ଭକ୍ତି ଓ ପାରମ୍ପରିକ ଉତ୍ସାହ ସହିତ ସୋମବାର ଉତ୍ତର ଭାରତର ଗଣପର୍ବ  ପବିତ୍ର ଛଟ୍‍ ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବିହାର ଓ କିଟ୍‍ ବିଶ୍ୱବିଦ୍ୟାଳୟରେ ପଢୁଥିବା ଉତ୍ତର ଭାରତର ଛାତ୍ରଛାତ୍ରୀମାନେ ଯୋଗଦେଇ ଛଠି ମାତାଙ୍କ ଆରାଧନା କରିଥିଲେ। ପାରମ୍ପରିକ ପୋଷାକ ପିନ୍ଧି ସେମାନେ ସୂର୍ଯ୍ୟ ଭଗବାନଙ୍କୁ ପୂଜା କରିଥିଲେ। ଏହା ଏକ ସ୍ପନ୍ଦନଶୀଳ ଏବଂ ଭକ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା ।

ଏହି କାର୍ଯ୍ୟକ୍ରମରେ କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଛଟ୍‍ ଅଭିନନ୍ଦନ ଜଣାଇ ଛଠି ମାଆ ସମସ୍ତଙ୍କୁ ସୁସ୍ଥ ରଖିବା ସହ ସୂର୍ଯ୍ୟଦେବ ସମସ୍ତଙ୍କ ଜୀବନରେ ଭଲପାଇବାଖୁସିଶାନ୍ତି ଓ ସମୃଦ୍ଧିରେ ଆଲୋକିତ କରନ୍ତୁ ବୋଲି କାମନା କରିଥିଲେ। ଶ୍ରୀ ସାମନ୍ତ କହିଲେସାରା ଭାରତରେ ଛଟ୍‍ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହ ପାଳନ କରାଯାଏ। ନିର୍ବାସନରୁ ଫେରିବା ପରେ ମାତା ସୀତା ମଧ୍ୟ ଛଟ୍‍ ପାଳନ କରିଥିଲେ। ଏହି ପର୍ବ ଗଭୀର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଗୁରୁତ୍ୱକୁ ପ୍ରତିଫଳିତ କରେ। ମୁଁ ଖୁସି ଯେକିଟର ଛାତ୍ରଛାତ୍ରୀମାନେ ଏହି ଉତ୍ସବକୁ ହୃଦୟର ସହିତ ଗ୍ରହଣ କରି ଛଟ୍‍ ପୂର୍ବ ପାଳନ କରୁଛନ୍ତି ବୋଲି ଶ୍ରୀ ସାମନ୍ତ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ କିଟ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ରାଜୁ କେ. ଡି.କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତିଙ୍କ ସମେତ କିଟ ବିଶ୍ୱବିଦ୍ୟାଳୟର ବହୁ ଅଧିକାରୀଅଧ୍ୟାପକ ଏବଂ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ।


Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget