loading...

ପ୍ରଧାନ ବିଚାରପତିଙ୍କୁ ଅପମାନ ପ୍ରତିବାଦରେ ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସର ନୀରବ ପ୍ରତିବାଦ ଯାତ୍ରା

ଭୁବନେଶ୍ୱର, ୧୨ ଅକ୍ଟୋବର ୨୦୨୫




ଉଚ୍ଚତମ ନ୍ୟାୟାଳୟର ପ୍ରଧାନ ବିଚାରପତି ବି.ଆର. ଗଭାଇଙ୍କୁ ହୋଇଥିବା ଚପଲ ଫୋପଡ଼ା ଘଟଣାକୁ ବିରୋଧ କରି ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ତରଫରୁ କଂଗ୍ରେସ ଭବନ ଠାରୁ ଏ.ଜି. ଛକ ସ୍ଥିତ ଡ. ବି.ଆର. ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ସମ୍ବିଧାନ ସୁରକ୍ଷା ଯାତ୍ରା ନାମରେ ଏକ ନୀରବ ପ୍ରତିବାଦ ଯାତ୍ରା ବିଭାଗର ଅଧ୍ୟକ୍ଷ ଆଇନଜୀବି ମାନସ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। ବିଭାଗର ସମସ୍ତ ରାଜ୍ୟ କର୍ମକର୍ତ୍ତା ତଥା ଜିଲ୍ଲା ଅଧ୍ୟକ୍ଷମାନେ ଉକ୍ତ ଯାତ୍ରାରେ ସାମିଲ ହୋଇଥିଲେ। ଉକ୍ତ ଯାତ୍ରା ସମାପନ ପରେ ସମସ୍ତ କର୍ମକର୍ତ୍ତା ଏଜି ଛକଠାରେ ସମବେତ ହୋଇ ସାମ୍ପ୍ରଦାୟୀକ ଶକ୍ତି ଦ୍ୱାରା ଦେଶର ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସଂଗେ ସଂଗେ ସମଗ୍ର ଦେଶରେ ଗଣତନ୍ତ୍ରକୁ ବଞ୍ଚାଇ ରଖିବାକୁ ଶପଥ ଗ୍ରହଣ କରିଥିଲେ। ଯଦି ଦେଶର ପ୍ରଧାନ ବିଚାରପତିଙ୍କୁ ଏପରି ଅପମାନିତ କରାଯାଉଛି ତେବେ ଦେଶରେ ସାଧାରଣ ଜନତାଙ୍କ ଅବସ୍ଥା କିପରି ଅଛିବୋଲି ପ୍ରଶ୍ନ କରି ବିଭାଗର ଅଧ୍ୟକ୍ଷ ଆଇନଜୀବି ମଲ୍ଲିକ କ୍ଷୋଭ ପ୍ରକାଶ କରିଥିଲେ। 

ଉକ୍ତ ଘଟଣାକୁ ନିନ୍ଦା କରି ଆଗାମୀ ଦିନରେ ଜନନାୟକ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ସମଗ୍ର ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏହିପରି ପ୍ରତିବାଦ ସଭାମାନ ଆୟୋଜନ କରାଯିବ ବୋଲି ବିଭାଗର ଅଧ୍ୟକ୍ଷ ଆଇନଜୀବି ମଲ୍ଲିକ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପିସିିସି ସମ୍ପାଦିକା ଅନିମା ମିଞ୍ଜ ଓ ଓବିସି ଜାତୀୟ ସଂଯୋଜକ ରାଜ କିଶୋର ବାରିକ, ରାଜ୍ୟ ଉପାଧ୍ୟକ୍ଷ କ୍ଷୀରୋଦ ଚନ୍ଦ୍ର ପାତ୍ର, ମାଣିକ ପ୍ରଭା, ଗଜେନ୍ଦ୍ର ତନ୍ତି, ଜାନକୀ ମଲ୍ଲିକ, ରାଜ୍ୟ ସାଧାରଣ ସମ୍ପାଦକ ରାମଲାଲ ସୁନାନୀ, ଗୋବିନ୍ଦ ନାୟକ, ରାଜେନ୍ଦ୍ର କୁମାର ଜେନା, ଉମାକାନ୍ତ ମଲ୍ଲିକ, ଶିବ ପ୍ରସାଦ ବେହେରା ତଥା ଖୋର୍ଦ୍ଧା ଜିଲ୍ଲା ଅଧ୍ୟକ୍ଷ ଜୟନ୍ତ ଭୋଇ, ଅନୁଗୁଳ ଅଧ୍ୟକ୍ଷ ରାଜକିଶୋର ନାୟକ, କଟକ ଅଧ୍ୟକ୍ଷ ପ୍ରତାପ ମଲ୍ଲିକ, ବରଗଡ଼ ଅଧ୍ୟକ୍ଷ ଅଭିଶେକ ସେଠ, ଭଦ୍ରକ ଅଧ୍ୟକ୍ଷ ବିଦ୍ୟାଧର ଜେନା, ରାଜ୍ୟ ସମ୍ପାଦକ ରଞ୍ଜନ ଭୋଇ, ପ୍ରମୋଦ ମଲ୍ଲିକ, ବିକାଶ ଦାସ, ସଂଜୟ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ। 



Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget