ଭୁବନେଶ୍ୱର, ୨୯ ଅକ୍ଟୋବର ୨୦୨୫
ଦେଶର ଅଗ୍ରଣୀ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆର ସୁନ୍ଦରପଦା ଶାଖା ଉଦ୍ଘାଟିତ ହୋଇଯାଇଛି। ବ୍ୟାଙ୍କର କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟ, ଭୁବନେଶ୍ୱରର ମହାପ୍ରବନ୍ଧକ ବିକାଶ କ୍ରୀଷ୍ଣା ଏହି ନୂତନ ଶାଖାର ଉଦ୍ଘାଟନ କରିଥିଲେ। ଏହି ଶାଖା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର ୮୫ତମ ଶାଖା ଅଟେ। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ବିଜୟ କୁମାର ମଲିକ, ଉପ-ଆଞ୍ଚଳିକ ପ୍ରବନ୍ଧକ ଶ୍ୟାମଳ କୁମାର ଦାସ, ସୁନ୍ଦରପଦା ଶାଖାର ଶାଖା ପ୍ରବନ୍ଧକ ଚିତ୍ତରଞ୍ଜନ ମିଶ୍ର ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାହକମାନଙ୍କୁ ଉତ୍କୃଷ୍ଟ ସେବା ଯୋଗାଇଦେବା ବ୍ୟାଙ୍କର ପ୍ରମୁଖ ଲକ୍ଷ୍ୟ ଏବଂ ଏହି ଶାଖା ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କୁ ଉନ୍ନତ ମାନର ବ୍ୟାଙ୍କିଙ୍ଗ୍ ସେବା ଯୋଗାଇବା ସହିତ ବ୍ୟାଙ୍କିଙ୍ଗ୍ ସୁବିଧା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବାରେ ସହାୟକ ହେବ ବୋଲି ମହାପ୍ରବନ୍ଧକ ଶ୍ରୀ କ୍ରୀଷ୍ଣା ପ୍ରକାଶ କରିଥିଲେ।

Post a Comment