loading...

କିଟରେ ତୃତୀୟ ଗ୍ଲୋବାଲ୍‍ ୟୁନିଭର୍‍ସିଟି ଫେୟାର ଅନୁଷ୍ଠିତ

ଭୁବନେଶ୍ୱର, ୧୭ ଅକ୍ଟୋବର ୨୦୨୫ 




କିଟ ବିଶ୍ୱବିଦ୍ୟାଳୟରେ ଷ୍ଟଡି ଆବ୍ରୋଡ-ଗ୍ଲୋବାଲ୍ ୟୁନିଭରସିଟି ଫେୟାରର ତୃତୀୟ ସଂସ୍କରଣ ଶୁକ୍ରବାର ଉଦ୍‍ଘାଟିତ ହୋଇଯାଇଛି । ଏଥିରେ ବିଶ୍ୱର ୫୦ଟି ବିଶ୍ୱବିଦ୍ୟାଳୟର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଉଦ୍‍ଘାଟିତ ଏହି ତିନି ଦିନିଆ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ଅଗ୍ରଣୀ ବିଶ୍ୱ ପ୍ରତିଷ୍ଠାନରେ ଛାତ୍ରବୃତ୍ତିଇଣ୍ଟର୍ନସିପ୍ ଏବଂ ଉଚ୍ଚଶିକ୍ଷା ସମ୍ଭାବନା ଅନୁସନ୍ଧାନ କରିବାର ସୁଯୋଗ ପ୍ରଦାନ କରିଥିଲା।

ଏହି ଅବସରରେ ଶ୍ରୀ ସାମନ୍ତ କହିଲେଏହା ବିଶ୍ୱାୟନର ଯୁଗ। ଯେତେବେଳେ ବିକାଶ ଆରମ୍ଭ ହୁଏ ସେତେବେଳେ ଜ୍ଞାନ ବିନିମୟ ଓ ଶୈକ୍ଷିକ ସହଭାଗିତାକୁ ପ୍ରୋତ୍ସାହିତ କରେ। ଏହି ଅବସରରେ ଶ୍ରୀ ସାମନ୍ତ କିଟର ବିଶ୍ୱସ୍ତରୀୟ ଭିତ୍ତିଭୂମିଶୈକ୍ଷିକ ପରିବେଶ ଏବଂ ଚଳିତବର୍ଷ ଟାଇମ୍‍ସ ହାୟର ଏଜୁକେସନ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଂରେ କିଟ୍‍ ୫୦୧ କୋହର୍ଟରେ ସ୍ଥାନ ପାଇ ହାସଲ କରିଥିବା ସଫଳତା ଉପରେ ଆଲୋକପାତ କରିଥିଲେ। କିଟ ଖୁବ୍‍ କମ୍‍ ସମୟ ମଧ୍ୟରେ ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ହୋଇଥିଲେ ମଧ୍ୟ କିଟ୍‍ ରେ ଦେଶର ସର୍ବୋତ୍ତମ କ୍ରୀଡ଼ା ସୁବିଧା ବିକଶିତ ହୋଇପାରିଛି। ଆମର ଛାତ୍ରମାନେ ପ୍ରତିଭାଶାଳୀ ଏବଂ ବର୍ତ୍ତମାନ ସାରା ବିଶ୍ୱରେ ୧୫ ହଜାରରୁ ଅଧିକ କିଟର ପୁରାତନ ଛାତ୍ରଛାତ୍ରୀ ରହିଛନ୍ତି ବୋଲି ସେ ସୂଚନା ଦେଇଥିଲେ।

କିଟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ କିଟ୍‍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢୁଥିବା ବିଶ୍ୱସ୍ତରୀୟ ଆକାଂକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। କିଟ୍‍ ରେ ବ୍ୟାପକ ସମ୍ଭାବନା ରହିଥିବା ବେଳେ କିଟ୍‍ ପ୍ରାୟ ୨୫-୩୦% ସ୍ନାତକ ବିଦେଶରେ ଉଚ୍ଚଶିକ୍ଷା ଲାଭ କରୁଛନ୍ତି । ଅଧିକରୁ ଅଧିକ ଛାତ୍ରଛାତ୍ରୀ ଅନ୍ତର୍ଜାତୀୟ ସୁଯୋଗ ଅନୁସନ୍ଧାନ କରିବା ପାଇଁ ଏଭଳି ଗ୍ଲୋବାଲ୍ ୟୁନିଭରସିଟି ଫେୟାରରେ ଯୋଗଦେବା ଉଚିତ ବୋଲି ସେ ଉଲ୍ଲେଖ କରିଥିଲେ ।

କିଟ୍‍ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ରାଜୁ କେ.ଡି. କହିଲେବିଶ୍ୱବିଦ୍ୟାଳୟର କୌଣସି ସୀମା ରହିବା ଉଚିତ୍ ନୁହେଁ। କିଟ୍‍ ଇତି ମଧ୍ୟରେ ୧୩୦ରୁ ଅଧିକ ବିଦେଶୀ ବିଶ୍ୱବିଦ୍ୟାଳୟ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ କରିବା ସହ ସମଗ୍ର ବିଶ୍ୱରେ କିଟ୍‍ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଶେଷରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।


Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget