loading...

ବିଜେପି ସରକାରରେ ନିଜ ଦଳର ଲୋକେ ବି ଅସୁରକ୍ଷିତ: କଂଗ୍ରେସ ପୁଲିସର ମାତ୍ରାଧିକ ରାଜନୀତିକରଣ ଏଥିପାଇଁ ଦାୟୀ; ବିଜେଡି ରାସ୍ତାରେ ବିଜେପି ଯଦି କେନ୍ଦ୍ର ନେତୃତ୍ବ କାମ କରିବାକୁ ଦେଉନାହିଁ, ମୁଖ୍ୟମନ୍ତ୍ରୀ ସମ୍ମାନର ସହ ଓହରିଯାଆନ୍ତୁ

ଭୁବନେଶ୍ୱର, ୦୭ ଅକ୍ଟୋବର ୨୦୨୫





ରାଜ୍ୟରେ ବିଜେପିର ପନ୍ଦର ମାସ ସରକାରରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ। ଏହି ପରିପେକ୍ଷୀରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଆଲୋଚନା ଆରମ୍ଭ କରି ରାଜ୍ୟ କଂଗ୍ରେସ ମୁଖପାତ୍ର ଶ୍ରୀଯୁକ୍ତ ଅଶୋକ ସ୍ବାଇଁ କହିଲେମୁଖ୍ୟମନ୍ତ୍ରୀ ଡିଜିପିଙ୍କୁ ବିଜେପିର ଭିଭିଆଇପିଙ୍କୁ ସେବା ଦେବାରେ ଚରମ ଅବହେଳା ପାଇଁ ସର୍ବସମ୍ମୁଖରେ ତାଚ୍ଛଲ୍ୟର ସହ ତାଗିଦ କରିଥିଲେ। କଟକରେ ଅସାମାଜିକ ମାନେ ଡିସିପିଙ୍କୁ ମାରି ଆହତ କରିଥିଲେଅନ୍ୟ ସ୍ଥାନରେ ରାସ୍ତା ମଝିରେ ଆଇଆଇସିଙ୍କୁ ଲୋକେ ଚାପୁଡା ମଧ୍ଯ ମାରିଲେ। ପୂର୍ବତନ ମନ୍ତ୍ରୀ ତଥା ପିସିସିର ବରିଷ୍ଠ ମୁଖପାତ୍ର ଦେବାଶିଷ ନାୟକ ଗଭୀର ଉଦବେଗ ପ୍ରକାଶ କରିବା ସହ ରାଜ୍ଯ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତିଗତ କିଛିଦିନ ଭିତରେ ରାଜ୍ଯରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡିଛିସରକାର ବିଫଳ। ଏପରି ଶାସନ ବ୍ୟବସ୍ଥାକୁ କେହି ଡରୁନାହାନ୍ତି। ଗତକାଲି ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ ବାର୍ କାଉନସିଲର ବରିଷ୍ଠତମ ସଦସ୍ଯ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ତାଙ୍କର ଘର ସମ୍ମୁଖରେ ଗୁଳିକରି ଅତି ନିର୍ମମ ଭାବରେ ହତ୍ଯା କରାଯାଇଛି। ଆଜି ରାଜ୍ୟର ଏପରି ଅବସ୍ଥା କୌଣସି ଜାଗାରେ କିଛି ବି ଅଘଟଣ ଘଟିଯାଇପାରେ। ବିଜେପି ନିଜ ବରିଷ୍ଠ ନେତାଙ୍କୁ ସୁରକ୍ଷା ଦେଇ ପାରୁନଥିବା ବେଳେ ସାଧାରଣ ଲୋକଙ୍କ ସୁରକ୍ଷାରେ ବଡ଼ ପ୍ରଶ୍ନ ଉଠୁଛି। ସାମ୍ବାଦିକ ମାନେ ଯଦି ଦୁର୍ନିତିକୁ ଲୋକଲୋଚନକୁ ଆଣନ୍ତି ତେବେ ସେମାନେ ମଧ୍ଯ ଅସୁରକ୍ଷିତ। ଏଥିରୁ ଜଣାଯାଏ ଶାସନ ଅନୁଶାସନରେ ଅନଭିଜ୍ଞ ସରକାର ଏଠି ଚାଲୁଛି। ଏଠି ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କାମ କରିବାକୁ ଦିଆ ଯାଉନାହିଁ ଓ ମୁଖ୍ୟମନ୍ତ୍ରୀ ପଦରେ ରହି ଯଦି ନ୍ୟାୟ ଦେବାରେ ଅସମର୍ଥ ତେବେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନର ସହ ଇସ୍ତଫା ଦେଇଦେବା ଦରକାର। ନଚେତ ଜନତା କ୍ଷମା କରିବେ ନାହିଁଏହା କେବଳ ବିଜେପି ସରକାରରେ ହେଉଛି ତାହା ନୁହେଁ। ଗତ ପଚିଶ ବର୍ଷର ବିଜେଡି ସରକାରରେ ମଧ୍ଯ ଚାଲୁଥିଲା। ଏପରିକି ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଜଣେ ପୋଲିସ କର୍ମଚାରୀ ଗୁଳିକରି ହତ୍ୟା କରିଥିଲେ। ଏହାର ରିପୋର୍ଟ ମଧ୍ଯ ଲୋକ ଲୋଚନକୁ ଆସିନାହିଁ। ରାଜ୍ଯରେ ବିଜେଡି ସରକାର ସାଧାରଣ ଜନତା ଦେଖିଲେପନ୍ଦର ମାସର ବିଜେପି ସରକାର ମଧ୍ଯ ଦେଖିଲେକଂଗ୍ରେସ ଏକମାତ୍ର ଦଳ ଯାହା ସାଧାରଣ ଜନତାଙ୍କ ଆଶା ଭରସା। ଯଦି ସରକାର ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ଧ୍ୟାନ ନଦିଅନ୍ତିଦୋଷୀଙ୍କୁ ଦଣ୍ଡ ବିଧାନ ନକରନ୍ତି ତେବେ ସାଧାରଣ ଲୋକଙ୍କ ସହ କଂଗ୍ରେସ ରାଜ ରାସ୍ତାରେ ଲଢେଇ କରିବ।

ଖୋଦ୍ ମୁଖ୍ୟମନ୍ତ୍ରୀ ନିଜ ଅଧୀନରେ ଗୃହ ବିଭାଗ ରଖିଥିବା ବେଳେ ବର୍ତ୍ତମାନ ଆଇନ ଶୃଙ୍ଖଳା ପରିସ୍ଥିତି ଯେପରି ହୋଇଛି ତାଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ରାଜୀବ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଗତକାଲି ବ୍ରହ୍ମପୁରର ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀଯିଏ ସର୍ବୋଚ୍ଚ ଭୋଟରେ ରାଜ୍ଯ ବାର୍ କାଉନସିଲକୁ ନିର୍ବାଚିତ ହେଇଥିଲେ ତାଙ୍କୁ ଗୁଳକରି ହତ୍ୟାକରିବା ହେଉବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ଏବିଭିପି ନେତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମଦାହଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ବାଚନ ମଣ୍ଡଳୀ ନିମାପଡା ବଳଙ୍ଗା ଛାତ୍ରୀଙ୍କୁ ଜାଳି ମାରିଦେବା ହେଉ ଅବା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମୁଖରେ ପ୍ରକାଶ ରଣବିଜୁଳିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାମାନରୁ ବିଜେପି ସରକାରର ଅପାରଗତା ଜଣାପଡୁଛି। ଏ ସରକାରରେ ଆଇନ ଶୃଙ୍ଖଳା ପୁରା ବିପର୍ଯ୍ୟସ୍ତ। ଯେଉଁମାନେ ନିଜ ଦଳର ନେତାମାନଙ୍କୁ ମୃତ୍ଯୁମୁଖରୁ ରକ୍ଷା କରି ପାରୁନାହାନ୍ତି ସେମାନେ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବେ କିପରିସେମାନେ ସରକାରରେ ରହିବା ଅଧିକାର ନାହିଁଇସ୍ତଫା ଦେବା ଦରକାର। ଓଡି଼ଶାର ମାଆ ଭଉଣୀମାନେଯେଉଁମାନେ ବ୍ୟବସାୟ କରୁଛନ୍ତି ଯେଉଁମାନେ ସାମ୍ବାଦିକତା କରୁଛନ୍ତି ସେମାନେ ସମସ୍ତେ ଭୟଭୀତ। ସେମାନଙ୍କର ପୋଲିସ ଓ ସରକାରଙ୍କ ଉପରୁ ଭରସା ତୁଟିଯାଇଛି। ହଜାର ବର୍ଷର ଭାଇଚାରାର ସହର କଟକରେ ଯେଉଁଭଳି ଦଙ୍ଗା ହେଲା ଓ କର୍ଫୁ ହେଲା ତାହା ସରକାର ଓ ପୋଲିସର ନିଷ୍କ୍ରିୟତାକୁ ପଦାରେ ପକାଉଛି। ଭୁଲ୍ କାହାର ତାକୁ ଦଣ୍ଡ ମିଳିବା ଦରକାର କିନ୍ତୁ ଏଠି ଏତେବଡ଼ ଦଙ୍ଗା ହେଇଯାଉଛିହଜାର ହଜାର ଲୋକ ରାସ୍ତାକୁ ଆସୁଛନ୍ତି ଏଥିପାଇଁ ସରକାର ଓ ପୋଲିସ ଗୁଇନ୍ଦା ବିଭାଗର ଦାୟୀ। କଂଗ୍ରେସ ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସହ ଡିଜିପିଙ୍କ ଇସ୍ତଫା ଦାବୀ କରୁଛି କଂଗ୍ରେସ। ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗ୍ରସ୍ତ ସମୟରେ ନିଶା ବ୍ୟବସାୟକୁ ବିରୋଧ କରୁଥିବା ଯୁବକଙ୍କୁ ରାଜଧାନୀର ରସୁଲଗଡଠାରେ ଗୁଳି କରି ହତ୍ଯା କରିଦେଲେ। ସରକାରର ହାତବାରିସି ସାଜିଥିବା ପୋଲିସ ବିଶେଷ କରି ଡିଜିପି ନୀରବଦ୍ରଷ୍ଟା ସାଜି ଶୋଇପଡି଼ଛନ୍ତି। କେବଳ କେନ୍ଦ୍ରରୁ ଆସୁଥିବା ପ୍ରଧାନମନ୍ତ୍ରୀମନ୍ତ୍ରୀବିଜେପି ନେତା ଏପରିକି ଆଦାନୀ ଅମ୍ବାନୀଙ୍କୁ ସୁରକ୍ଷା ଦେଉଛନ୍ତି।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget