loading...

ବିଜେପି ଶାସନରେ ଚାଷୀ ସବୁଠୁ ବେଶି ଅବହେଳିତ: ଭକ୍ତ ନୂଆପଡ଼ାରେ କୃଷକ ସଂଗଠକମାନେ ଏକାଠି ହେଲେ

ଭୁବନେଶ୍ୱର, ୧୯ ଅକ୍ଟୋବର ୨୦୨୫ 




କିଷାନ କଂଗ୍ରେସ ପକ୍ଷରୁ ନୂଆପଡ଼ା ସ୍ଥିତ ଖୁଣ୍ଟିଆ ଭବନ ଠାରେ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନୂଆପଡ଼ାର ବିଶିଷ୍ଟ କୃଷକ ନେତା ଏବଂ ବିଭିନ୍ନ ଜିଲ୍ଲାରୁ କୃଷକ ସଂଗଠକ ଯୋଗ ଦେଇଥିଲେ। ଉକ୍ତ ସଭାକୁ ସମ୍ବୋଧିତ କରି ପିସିସି ସଭାପତି ଭକ୍ତ ଚରଣ ଦାସ ଦେଶର ଅନ୍ନଦାତାଙ୍କୁ ପ୍ରଣାମ ଜଣେଇ କହିଥିଲେ କି ଯେଉଁ ଦେଶର କୃଷକ ଅତ୍ୟାଚାରିତଦୁର୍ବଳ ଓ ଋଣଗ୍ରସ୍ତସେହି ଦେଶର ଭବିଷ୍ୟତ ଅନ୍ଧକାର। ଦୁଃଖର ବିଷୟ ବିଜେପି ସରକାରକୁ ଆସିଲା ପରେ କୃଷକଙ୍କ ଦୁଃଖ ଉଦବେଗ ଜନକ ଭାବେ ବୃଦ୍ଧିପାଇଛି। ଆତ୍ୟାଚାରିତ ଏବଂ ଋଣଗ୍ରସ୍ତ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି। ସଦ୍ୟ ଉଦାହରଣ ହେଲା ୟୁରିଆ ସାରର କୂତ୍ରିମ ଅଭାବ। ସାମାନ୍ୟ ସାର ଟିକକ ପାଇଁ ରାଜ୍ୟର ଚାଷୀଙ୍କୁ ନିର୍ଯାତନା ଓ ହଟହଟାର ଶିକାର ହେବାକୁ ପଡ଼ିଲା। ଏହା ସମସ୍ତେ ଦେଖିଛନ୍ତି ଏବଂ ରାଜ୍ୟବାସୀ ଭୋଗିଛନ୍ତି। ଚାଷୀ ପାଖରେ ଜମି ଅଛିକିନ୍ତୁ ଜଳସେଚନର ସୁବିଧା ନାହିଁ। ଉପଯୁକ୍ତ ମୂଲ୍ୟରେ ବିକ୍ରି କରିବାକୁ ବଜାର ନାହିଁ। ୪୦୦ ଟଙ୍କା ସାରକୁ ୧୨୦୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛି। ଜଳସେଚନର ସୁବିଧା ଥିଲେ ଉପଯୁକ୍ତ ସମୟରେ ବିହନର ଅଭାବ ହେଉଛି। ଏଭଳି ଅନେକ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇ ଚାଷୀ ଚାଷ କରୁଛି ଏବଂ ଆମକୁ ଅନ୍ନ ଯୋଗାଣ କରୁଛି। ଯିଏ ଦେଶର ଅନ୍ନଦାତାତାଙ୍କୁ ବିଜେପି ସରକାର ହତାଦାର କରି ଶିଳ୍ପପତି ମାନଙ୍କୁ କୋଳରେ ବସାଉଛି। ଆସନ୍ତା ଦିନରେ ରାଜ୍ୟର ପଞ୍ଚାୟତ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ଏକ ବିରାଟ କୃଷକ ସଂଗଠନ ସମାବେଶ ଆୟୋଜନ କରାଯିବ। ଏହି ସମାବେଶରେ ଲୋକସଭା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ କିମ୍ବା କଂଗ୍ରେସର ସର୍ବୋଚ୍ଚ ନେତ୍ରୀ ମାନନୀୟା ସୋନିଆ ଗାନ୍ଧୀ ଯୋଗ ଦେଇ କୃଷକଙ୍କ ଦୁଃଖ ଦୁର୍ଦ୍ଦଶା ଶୁଣି ତାହାର ସମାଧାନ ପାଇଁ ରଣନୀତି ପ୍ରସ୍ତୁତ କରିବେ ବୋଲି ସେ ପ୍ରକାଶ କରିଥିଲେ।  ରାଜ୍ୟ କିଷାନ୍ କଂଗ୍ରେସ ସଭାପତି ଅଭୟ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡ କାର୍ତ୍ତିକ ବରାଳମୃତ୍ୟୁଞ୍ଜୟ ଗୁରୁଅନ୍ୟୁନ ଜେନାଉମେଶ ସାହୁଦାଶରଥି ସାହୁସନରାଜ ଗଣ୍ଡପତିତପାବନ ଦାସଦଶରଥ ଦୁର୍ଗା ପ୍ରମୁଖ ବହୁ କର୍ମକର୍ତ୍ତା ଏବଂ କୃଷକ ନେତା ଉପସ୍ଥିତ ଥିଲେ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget