loading...

ରାଜ୍ୟରେ ଭିତ୍ତିଭୂମି ଅନ୍ୟାନ୍ୟ ପ୍ରମୁଖ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୩ୟ ଟ୍ୟାକ୍ସ ଫୋର୍ସ କମିଟି ବୈଠକ

ଭୁବନେଶ୍ୱର, ୧୯ ଅକ୍ଟୋବର ୨୦୨୫ 




ରାଜ୍ୟରେ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ପ୍ରମୁଖ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଅଗ୍ରଗତି ସଂପର୍କରେ   ଉଚ୍ଚସ୍ତରୀୟ ୩ୟ  ଟ୍ୟାକ୍ସ ଫୋର୍ସ କମିଟି ବୈଠକ ଗତକାଲି ଶନିବାର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ବିଭିନ୍ନ ସ୍ତରରେ ସଂସ୍ଥାଗତ ବ୍ୟବସ୍ଥାକୁ ଅଧିକ ସୁଦୃଢ କରି ପ୍ରକଳ୍ପ ପରିଚାଳନା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ବୈଠକରେ ଗୁରୁତ୍ୱ ଦେଇଥିଲେ  

ବୈଠକରେ  ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସମ୍ପଦ ବିଭାଗ  ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶିଳ୍ପ, ସୂଚନା ଲୋକସଂପର୍କ ବିଭାଗ ଶ୍ରୀ ହେମନ୍ତ ଶର୍ମାଙ୍କ ସମେତ ଟ୍ୟାକ୍ସ ଫୋର୍ସ କମିଟିର ଅନ୍ୟାନ୍ୟ  ସଦସ୍ୟ ଥିବା  ଅର୍ଥ, ଶକ୍ତି, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନପଞ୍ଚାୟତିରାଜ ପାନୀୟଜଳ, ହସ୍ତତନ୍ତ ବୟନ ଶିଳ୍ପ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା, ଜଙ୍ଗଲ, ପରିବେଶ ଜଳବାୟୁ ପରିବର୍ତ୍ତନର ବିଭାଗର ସଚିବ, ବରିଷ୍ଠ ପଦାଧିକାରୀ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଆଞ୍ଚଳିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ବିଭିନ୍ନ  ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ

ବୈଠକରେ କେତେକ ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରିତାରେ ସରକାରଙ୍କ ସହିତ ସ୍ୱାକ୍ଷରିତ ହୋଇଥିବା ବୁଝାମଣା ଏବଂ ନିଷ୍ପତ୍ତି ଅନୁସାରେ ମାର୍ଗଦର୍ଶିକା ଅନୁଯାୟୀ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍  ପ୍ରଦାନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା   ପ୍ରକଳ୍ପ କାର୍ଯ୍ୟକାରିତାରେ  ଭୂ-ଅଧିଗ୍ରହଣ ସଂପର୍କିତ ରହୁଥିବା ସମସ୍ୟାର ସମାଧାନ ସଂପର୍କରେ ଇଡ୍କୋ ଏବଂ ସଂପୃକ୍ତ ଜିଲ୍ଲା ପ୍ରଶାସନଙ୍କ ସହିତ  ଆଲୋଚନା  କରି  ମୁଖ୍ୟ ଶାସନ ସଚିବ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସଂପର୍କରେ ନିର୍ଦ୍ଦେଶ ଦେଇଛନ୍ତି ଶିଳ୍ପ ସମେତ ବିଭିନ୍ନ  ପ୍ରକଳ୍ପ  କାର୍ଯ୍ୟକାରିତା ନେଇ ଜମି ହରାଇଥିବା  ଅବଶିଷ୍ଟ ବ୍ୟକ୍ତିମାନଙ୍କୁ  ଅନୁକମ୍ପାମୂଳକ ସହାୟତା ପ୍ରଦାନ ଏବଂ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ଶିଳ୍ପ କମ୍ପାନୀର ଆବଶ୍ୟକତା ଅନୁସାରେ ଓପିଟିସିଏଲ ପକ୍ଷରୁ ଆବଶ୍ୟକ ବିଦ୍ୟୁତ୍ ସବ୍ଷ୍ଟେସନ ସ୍ଥାପନ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ସଂପର୍କରେ ଆଲୋଚନା କରାଯାଇଥିଲା

 କେନ୍ଦୁଝର, ବଲାଙ୍ଗିର, ଜଗତସିଂହପୁର, ଖୋର୍ଦ୍ଧା  ଆଦି ଜିଲ୍ଲାରେ ବୟନଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରିତାରେ ରହୁଥିବା ସଡ଼କ ସୁବିଧା ପାଇଁ ଭୂ-ଅଧିଗ୍ରହଣ, ଜଳଯୋଗାଣ, ବିଦ୍ୟୁତ୍ଯୋଗାଣ ଆଦି ସଂପିର୍କିତ  ସମସ୍ୟାକୁ ସମାଧାନ କରିବା ପାଇଁ  ହସ୍ତତନ୍ତ ବୟନଶିଳ୍ପ ବିଭାଗ ଏବଂ ସଂପୃକ୍ତ ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ବିଭିନ୍ନ ଜିଲ୍ଲାରେ ଅନୁମୋଦନ ଅନୁସାରେ ଶିଳ୍ପ ପାର୍କ ପ୍ରତିଷ୍ଠା ପାଇଁ ଜମି ଯୋଗାଇଦିଆଯିବା  ସହ ଆବଶ୍ୟକ ସୁବିଧା ଏବଂ ପାଇପ୍ଯୋଗେ ବୃହତ୍ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଏବଂ କାର୍ଯ୍ୟକାରିତା ସମୀକ୍ଷା କରାଯାଇ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା

ପ୍ରକାଶ ଥାଉକି ଗତ ୨୪ ସେପ୍ଟେମ୍ବର ୨୦୨୫ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ୪୯ ତମପ୍ରଗତିବୈଠକରେ ଗୁରୁତ୍ୱାରୋପ କରି କହିଥିଲେ ଯେ, ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ବିଳମ୍ବ ହେଲେ ଖର୍ଚ୍ଚ ଦ୍ୱିଗୁଣିତ ହୋଇଥାଏ ଏବଂ ପ୍ରକଳ୍ପ ଖର୍ଚ୍ଚ ବଢ଼ିବା ସାଙ୍ଗକୁ ନାଗରିକମାନେ ସମୟାନୁସାରେ ଆବଶ୍ୟକୀୟ ସେବା ଭିତ୍ତିଭୂମି ସୁବିଧା ପାଇବାରୁ ବଞ୍ଚିତ ହୋଇଥାନ୍ତି ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ  ଟାକ୍ସଫୋର୍ସ କମିଟି ବୈଠକ  ଗୁରୁତ୍ୱପୂର୍ଣ୍ଣ ଥିଲା

           ଓଡ଼ିଶା ରାଜ୍ୟ ସରକାର ଭିତ୍ତିଭୂମି ଏବଂ ପ୍ରମୁଖ ପ୍ରକଳ୍ପଗୁଡ଼ିକର ନିୟମିତ ତଦାରଖ  କାର୍ଯ୍ୟ ସମୀକ୍ଷା ସଂପର୍କରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛନ୍ତି ଏବଂ ସମସ୍ତ ବିଭାଗ ଜିଲ୍ଲାପାଳମାନଙ୍କୁ ଦିଗରେ  ନିୟମିତ ତଦାରଖ ସମୀକ୍ଷା କରିବାକୁ  ନିର୍ଦ୍ଦେଶ ଦିଆଯାଇଛି ପ୍ରକଳ୍ପ କାର୍ଯ୍ୟକାରିତାରେ ପୂର୍ବରୁ ଥିବା ସମସ୍ୟା, ସମାଧାନ ପାଇଁ ପଦକ୍ଷେପ ସଦ୍ୟତମ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ପାଇଁ ରାଜ୍ୟର ସଂପୃକ୍ତ ବିଭାଗ ପ୍ରକଳ୍ପ  କାର୍ଯ୍ୟକାରୀ ହେଉଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଂପର୍କିତ ପ୍ରୋଜେକ୍ଚ ମନିଟରିଂ ଗ୍ରୁପ୍(ପିଏମଜି) ପୋର୍ଟାଲରେ ତଥ୍ୟ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଅନୁଷ୍ଠିତ ବୈଠକରେ ପୋର୍ଟାଲରେ ସ୍ଥାନିତ ହୋଇଥିବା   ବିଭିନ୍ନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରି ବିଳମ୍ବିତ ହେଉଥିବା ନିର୍ମାଣାଧିନ ବିଭିନ୍ନ ପ୍ରକଳ୍ପଗୁଡିକର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ  ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ପରାମର୍ଶ ଦେଇଥିଲେ  

ରାଜ୍ୟରେ ପ୍ରକଳ୍ପ ତଦାରଖ ସମୀକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ପ୍ରକଳ୍ପ ମଞ୍ଜୁରୀ, ଭୂ-ଅଧିଗ୍ରହଣ ଏବଂ ସୁବିଧାରେ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ “ପିଏମଜି” ଏବଂ “ପ୍ରଗତି”ରେ ଅନ୍ତର୍ଭୁକ୍ତ ପ୍ରକଳ୍ପଗୁଡ଼ିକ ଜିଲ୍ଲାସ୍ତରରେ ପ୍ରତି ମାସର   ତାରିଖ ସୁଦ୍ଧା, ସଂପୃକ୍ତ ବିଭାଗୀୟ ମୁଖ୍ୟମାନେ ମାସର ୧୨  ତାରିଖ ସୁଦ୍ଧା ଏବଂ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ମାସର ୩ୟ ଶନିବାର ସମୀକ୍ଷା ବୈଠକ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଜାରି କରାଯାଇଛି   ଏହାକୁ ନିଶ୍ଚିତ ଭାବେ କାର୍ଯ୍ୟକାରୀ କରାଯିବା ସହ ରାଜ୍ୟ ସ୍ତରୀୟ ସଂସ୍ଥାଗତ ବ୍ୟବସ୍ଥାକୁ ଅଧିକ ସୁଦୃଢ କରି ପ୍ରକଳ୍ପ ପରିଚାଳନା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ବୈଠକରେ ଗୁରୁତ୍ୱ ଦେଇଥିଲେ  


Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget