loading...

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଭୋଟ ଚୋର ଗାଦି ଛାଡ ଦସ୍ତଖତ ସଂଗ୍ରହ ଅଭିଯାନ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, ୦୮ ଅକ୍ଟୋବର ୨୦୨୫




କେନ୍ଦ୍ର ବିଜେପି ସରକାରଙ୍କ ଭୋଟ ଚୋରୀ ପ୍ରତିବାଦରେ ଅଖିଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶରେ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରକାଶ ଜେନାଙ୍କ ଅଧ୍ୟକ୍ଷତାରେ “ଭୋଟ ଚୋରୀ - ଗାଦି ଛାଡ” ଦସ୍ତଖତ ସଂଗ୍ରହ ଅଭିଯାନ ପ୍ରସ୍ତୁତି ବୈଠକ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଜେନା କହିଲେ ଯେ ଉକ୍ତ କାର୍ଯ୍ୟକ୍ରମକୁ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ନେତୃବୃନ୍ଦ, ବ୍ଲକ କଂଗ୍ରେସ ସଭାପତି, ୱାର୍ଡ ସଭାପତି ଓ କଂଗ୍ରେସ କର୍ମୀମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜନସାଧାରଣଙ୍କୁ ସଚେତନ କରାଇ ଉଦ୍ଦିଷ୍ଟ ଫର୍ମରେ ଦସ୍ତଖତ ସଂଗ୍ରହ କରାଯିବ। ଏହି ଅଭିଯାନଙ୍କୁ ସଫଳ କରାଇବାକୁ ଶ୍ରୀ ଜେନା ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଶେଷରେ ଶ୍ରୀମତୀ ଗୀତାଞ୍ଜଳି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। 
ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁଜୀତ ପାଢ଼ୀ, ଅମ୍ରିତା ଦାସ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ବିଶ୍ୱଜିତ ଦାସ, ମନୋରଞ୍ଜନ ଦାସ, ପ୍ରଶାନ୍ତ ଚମ୍ପତ୍ତି, ଅଶୋକ ଦାସ, ଅଭିଳାଷ ମାଣିଆ, ପ୍ରଣତୀ ମିଶ୍ର, ରାଜକିଶୋର ବାରିକ, ରଜନୀ ମହାନ୍ତି, ମୋହନ ଜେନା, ଜୟକୃଷ୍ଣ ମାଲିଆ, ତରୁଣ ମିଶ୍ର, ଆଲୋକ ମହାନ୍ତି, ମିହିର ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, କାହ୍ନା ରାଉତ, ସୂର୍ଯ୍ୟକାନ୍ତ ଜେନା, କାର୍ତ୍ତିକ ଚନ୍ଦ୍ର ବରାଳ, ମନୋରଞ୍ଜନ ଜେନା, ବ୍ରହ୍ମାନନ୍ଦ ସାହୁ, ମଣ୍ଟୁ ମଲ୍ଲିକ, ରାଜୁ ମହାନ୍ତି, ମନୋରଞ୍ଜନ ରାଉତରାୟ, ଆଶିଷ ମଲ୍ଲିକ, ମୁକେଶ ପ୍ରଧାନ, ଏସ୍‌.କେ. ତକ୍ୱିମ୍ ଅହମ୍ମଦ, ସଙ୍କୁନା କଅଁର, ତିଳତମ ବିଶ୍ୱାଳ, ବିକାଶ ନାୟକ, ଦିଲ୍ଲୀପ ସ୍ୱାଇଁ, ବିଶ୍ୱଜିତ ଜେନା, ଭାଗବତ ଜେନା, ମାମିନା ମହାନ୍ତି, ଖଗେଶ୍ୱର ମଲ୍ଲିକ, ସଞ୍ଜୟ ମିଶ୍ର, ବୈଲୋଚନ ସାହୁ, ଦେବଦତ୍ତ ମିଶ୍ର, ଅଶୋକ ଜେନା ଓ ବିଜୟ ନାୟକ ପ୍ରମୁଖ ବହୁ କଂଗ୍ରେସ ନେତୃବର୍ଗ ଓ କର୍ମୀ ଉପସ୍ଥିତ ଥିଲେ। 

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget