loading...

ନାଲକୋ ପରିପାର୍ଶ୍ଵିକ ଯୁବପିଢ଼ିଙ୍କ ନିମନ୍ତେ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଶିଳ୍ପ- ଉପଯୋଗୀ ଦକ୍ଷତା ତାଲିମ ଦ୍ୱାରା ଯୁବପିଢ଼ିଙ୍କୁ ସଶକ୍ତ କରିବା ନିମନ୍ତେ ନାଲକୋ ଏବଂ ସିଟିଟିସି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର, ୦୮ ଅକ୍ଟୋବର ୨୦୨୫




ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଲୋକ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲକୋ) ଗ୍ରାମୀଣ ଯୁବବର୍ଗଙ୍କୁ ଦକ୍ଷତା ବିକାଶ ମାଧ୍ୟମରେ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ଏହି କ୍ରମରେ ଦାମନଯୋଡ଼ି ତଥା ଅନୁଗୋଳ ସ୍ଥିତ କମ୍ପାନୀର ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକର ଯୁବକମାନଙ୍କ ପାଇଁ ଏକ ଦକ୍ଷତା ତାଲିମ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ନାଲକୋ ଫାଉଣ୍ଡେସନ ଏବଂ ଭାରତ ସରକାରଙ୍କ ଏମଏସଏମଇ ମନ୍ତ୍ରଣାଳୟ ଅଧୀନସ୍ଥ ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଏହି ପଦକ୍ଷେପର ଅଂଶ ସ୍ୱରୂପ, ନାଲକୋର ମାଇନ୍ସ ରିଫାଇନାରୀ କମ୍ପ୍ଲେକ୍ସ, ଦାମନଜୋଡ଼ି ଏବଂ ସ୍ମେଲଟର ପାୱାର କମ୍ପ୍ଲେକ୍ସ, ଅନୁଗୋଳର ପାର୍ଶ୍ୱବର୍ତ୍ତୀ ଗ୍ରାମରୁ ୨୦ ଜଣ ଲେଖାଏ ମୋଟ ୪୦ ଜଣ ଯୁବକ/ଯୁବତୀଙ୍କୁ ଭୁବନେଶ୍ୱର ସ୍ଥିତ ସିଟିଟିସି ଠାରେ ଏକ ପାଞ୍ଚ ମାସିଆ ଆବାସିକ ତାଲିମ ପ୍ରଦାନ କରାଯିବ। ଭୁବନେଶ୍ୱର ସ୍ଥିତ କର୍ପୋରେଟ କାର୍ଯ୍ୟାଳୟରେ ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ,ସିଏମଡି, ନାଲକୋ, ଶ୍ରୀ ପଙ୍କଜ କୁମାର ଶର୍ମା, ନିର୍ଦ୍ଦେଶକ (ଉତ୍ପାଦନ), ଡକ୍ଟର ତାପସ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ (ମାନବସମ୍ବଳ), ଶ୍ରୀ ଅଭୟ କୁମାର ବେହୁରିଆ, ନିର୍ଦ୍ଦେଶକ (ଅର୍ଥ) ତଥା ନାଲକୋ ଏବଂ  ନାଲକୋ ଫାଉଣ୍ଡେସନ ସିଟିଟିସି ଭୁବନେଶ୍ୱରର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ଗତ ଅକ୍ଟୋବର ୭ ରେ ସ୍ୱାକ୍ଷରିତ ହୋଇଯାଇଛି ।

ଏହି ପଦକ୍ଷେପ ଉପରେ ନିଜ ବକ୍ତବ୍ୟ ରଖି ସିଏମଡ଼ି  ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଯୁବପିଢ଼ିଙ୍କୁ ଶିଳ୍ପ- ଉପଯୋଗୀ ଦକ୍ଷତା ହାସଲ କରିବା ନିମନ୍ତେ ସାହାଯ୍ୟ କରିବା ସହିତ ସ୍ଥାୟୀ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି ପାଇଁ ବାଟ ଫିଟାଇବ ସେ ଆହୁରି ମଧ୍ୟ କହିଥିଲେ ଯେ, ଏହିଭଳି ସିଏସଆର ପଦକ୍ଷେପ ସ୍ଥାନୀୟ ପ୍ରତିଭାମାନଙ୍କୁ  ପ୍ରୋତ୍ସାହିତ କରିବା ସହ ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବ ଉଲ୍ଲେଖଯୋଗ୍ୟ ଯେ, ଭାରତ ସରକାରଙ୍କ ଦକ୍ଷତା ବିକାଶ ପରିଷଦର ଜାତୀୟ ଦକ୍ଷତା ଯୋଗ୍ୟତା ଫ୍ରେମୱାର୍କ ସହିତ ସମନ୍ୱୟ ରଖି ଏହି ତାଲିମ ପ୍ରଦାନ କରାଯିବ। ଏହି ପଦକ୍ଷେପ ନାଲକୋର କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସଆର) ପ୍ରୟାସ ଅଧୀନରେ ସମ୍ପ୍ରଦାୟ ବିକାଶ ଏବଂ ସ୍ଥାୟୀ ଜୀବିକା ନିର୍ବାହ ପ୍ରତି ନିରନ୍ତର ପ୍ରତିବଦ୍ଧତାର ଏକ ଅଂଶବିଶେଷ।


Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget