loading...

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଏବଂ ମମତା ବାନାର୍ଜୀଙ୍କ ମହିଳା ବିରୋଧୀ ବୟାନ ପ୍ରତିବାଦରେ ମହିଳା ମୋର୍ଚ୍ଚାର ବିକ୍ଷୋଭ

ଭୁବନେଶ୍ୱର, ୧୩ ଅକ୍ଟୋବର ୨୦୨୫




  • ମହିଳାଙ୍କୁ ସୁରକ୍ଷା ଦେବାରେ ‘ମମତା’ ବିଫଳ, ‘ନବୀନ’ ନୀରବ: ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ
  • ପଶ୍ଚିମବଙ୍ଗରେ ମହିଳାମାନେ ଆଉ ସୁରକ୍ଷିତ ନାହାନ୍ତି
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ପଦାରେ ପଡ଼ିଛି
  • ପ୍ରବାସୀ ଓଡ଼ିଆଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ମମତା ବାନାର୍ଜୀ ଚୁପ୍ ରହୁଛନ୍ତି
  • ଘଟଣାକୁ ନେଇ ନବୀନ ପଟ୍ଟନାୟକଙ୍କ ନୀରବତା, ଉଭୟଙ୍କ ମହିଳା ବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ କରିଛିି

ଓଡିଆ ଝିଅ ତଥା ପଶ୍ଚମବଙ୍ଗର ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅତ୍ୟନ୍ତ ଅମାବନୀୟ ଲଜ୍ଜାଜନକ। ଏହାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ। ମେଡିକାଲ କ୍ୟାଂପସରେ ଥିବା ପୀଡିତା ଛାତ୍ରୀଙ୍କ ପ୍ରତି ଯେଉଁ ଭଳି ଅମାନୁଷିକ ଓ ବର୍ବରୋଚିତ ଘଟଣା ଘଟିଛି ତାହା ପଶ୍ଚିବଙ୍ଗର ମହିଳା ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳ ିସ୍ଥିତିରେ ସେଠାକାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ ଭଳି ଲଜ୍ଜ୍ୟାଜନକ ମନ୍ତବ୍ୟ ଦେଇଛନ୍ତି। ପୀଡିତାକୁ ନ୍ୟାୟ ଦେବା ବଦଳରେ ଲିଙ୍ଗଭିତିକ ଅସମାନତା ଆଣିବା, ଝିଅମାନଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇବାର ଅଧିକାର କାହାର ନାହିଁ। ଝିଅଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇବା ଅତ୍ୟନ୍ତ ନିନ୍ଦନୀୟ। ଜଣେ ମହିଳା ମୁଖ୍ୟମନ୍ତ୍ରୀ ଯଦି ଝିଅମାନେ ରାତିରେ ବାହାରିବା ଠିକ୍ ନୁହେଁ ବୋଲି କହିବେ, ତାଠାରୁ ଦୁର୍ଭାଗ୍ୟପୂର୍ଣ୍ଣ କଥା ଆଉ କିଛି ନୁହେଁ। ଏହି ଘଟଣା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ପଦାରେ ପଡ଼ିଛି । ମମତା ବାନାର୍ଜୀଙ୍କ ମହିଳା ବିରୋଧୀ ଅଭିମୁଖ୍ୟକୁ ଆଦୈା ବରଦାସ୍ତ କରାଯିବ ନାହିଁ ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି। ଏହାର ପ୍ରତିବାଦରେ ଭୁବନେଶ୍ୱର ରାମ ମନ୍ଦିର ଛକରେ ରାଜ୍ୟ ମହିଳା ମୋର୍ଚ୍ଚା ପକ୍ଷରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଏହି ଅବସରରେ ଡ.ବିଶ୍ୱାଳ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ମହିଳାମାନେ ଆଉ ସୁରକ୍ଷିତ ନାହାନ୍ତି। ଏଠାରେ ଆଇନଶୃଙ୍ଖଳା ବଜାୟ ରଖିବାରେ ମମତା ବାନାର୍ଜୀ ସରକାର ବିଫଳ ହୋଇଛି। ମହିଳାମାନଙ୍କ ପ୍ରତି ମମତା ବାନାର୍ଜୀଙ୍କର କୌଣସି ସହାନୁଭୂତି ନାହିଁ। ଟିଏମସି କର୍ମୀ ପଶ୍ଚିମବଙ୍ଗରେ ଗୁଣ୍ଡା ସାଜିଛନ୍ତି। ଆଉ ସେମାନଙ୍କୁ ମମତା ସରକାର ସୁରକ୍ଷା ଦେଉଛନ୍ତି। କେବଳ ନିର୍ବାଚନ ବେଳେ ପ୍ରବାସୀ ଓଡ଼ିଆଙ୍କ ଭୋଟ ମମତାଙ୍କୁ ଦରକାର। କିନ୍ତୁ ଭୋଟ ସରିଲେ ପ୍ରବାସୀଙ୍କୁ ପର କରି ଦେଉଛନ୍ତି ମମତା ବାନାର୍ଜୀ । ପ୍ରବାସୀ ଓଡ଼ିଆଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ମମତା ଚୁପ୍ ରହୁଛନ୍ତି। ଅନ୍ୟ ପଟେ ମମତା ବାନାର୍ଜୀଙ୍କ ଏହି ବେପରୁଆ ବୟାନ ବିରୋଧରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁହଁ ଖୋଲୁନାହାନ୍ତି। ଘଟଣାକୁ ନେଇ ନବୀନ ପଟ୍ଟନାୟକ ନୀରବତା ଉଭୟଙ୍କ ମହିଳାବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ କରିବା ସହିତ ଘନିଷ୍ଠତାକୁ ବି ସ୍ପଷ୍ଟ କରିଛି । ବିଭିନ୍ନ ଘଟଣାରେ ଉଭୟ ପରସ୍ପରକୁ ସମର୍ଥନ ଦିଅନ୍ତି। ଏଭଳି ସମ୍ବେଦନଶୀଳ ଘଟଣାରେ ବି ନବୀନ ପଟ୍ଟନାୟକ ନୀରବତା ଅବଲମ୍ବନ କରି ନାରୀ ସୁରକ୍ଷା ଏବଂ ଓଡ଼ିଆବାସୀଙ୍କ ପ୍ରତି ତାଙ୍କ ହେୟ ମନୋଭାବକୁ ପ୍ରଦର୍ଶିତ କରିଛନ୍ତି ବୋଲି ଡା.ବିଶ୍ୱାଳ କହିଛନ୍ତି । ଏହି ବିକ୍ଷୋଭରେ ପୂର୍ବତନ ସାଂସଦ ଶ୍ରୀମତୀ ଅର୍ଚ୍ଚନା ନାୟକ, ଉପସଭାପତି ଡ.ରଂଜିତା ସେଠୀ, ସାଧାରଣ ସଂପାଦିକା ରଶ୍ମୀରେଖା ଦାଶଙ୍କ ସମେତ ମହିଳା ମୋର୍ଚ୍ଚାର ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget