loading...

ଐତିହାସିକ ସୂଚନା ଅଧିକାର ଆଇନକୁ ପଙ୍ଗୁ କରିଛି ମୋଦୀ ସରକାର: ଭକ୍ତ

ଭୁବନେଶ୍ୱର, ୧୨ ଅକ୍ଟୋବର ୨୦୨୫




  • ସଶକ୍ତୀକରଣସ୍ବଚ୍ଛତା ଓ ଉତ୍ତରଦାୟିତ୍ଵର ପ୍ରତୀକ ରହିଆସିଥିଲା ଆରଟିଆଇ'
  • 'ସରକାର ତୁରନ୍ତ ଆୟୋଗର ଖାଲି ପଦବି ପୂରଣ କରନ୍ତୁ'
  • ସୂଚନା ଅଧିକାର କର୍ମୀଙ୍କୁ ସୁରକ୍ଷା ଦେବା ସରକାରଙ୍କ କାମ '

ସୂଚନା ଅଧିକାର ଆଇନ ବଳରେ  ଗରିବରୁ ଗରିବ ମଧ୍ୟ ଅପିଲ କରି ନ୍ୟାୟ ପାଇପାରିବ ଏବଂ ଏହା ସାମାଜିକ ନ୍ୟାୟ ପ୍ରତିଷ୍ଠାରେ ସହାୟକ ହେବ। ୟୁପିଏ ସରକାରଙ୍କ ଉଦ୍ଦେଶ୍ୟ ଥିଲା କାର୍ଯ୍ୟପାଳିକା ସାଧାରଣ ଜନତାଙ୍କୁ ସୂଚନା ପ୍ରଦାନ କରିବେ। ସରକାରଙ୍କ କାର୍ଯ୍ୟପଦ୍ଧତ୍ତି ସ୍ଵଚ୍ଛ ରହିବସରକାରଙ୍କ ଉତ୍ତରଦାୟିତ୍ଵ ରହିବ। ସମାଜର ତଳ ସ୍ତରର ଲୋକଙ୍କୁ ନ୍ୟାୟ ମିଳିବ। କିନ୍ତୁ କେନ୍ଦ୍ର ସରକାର ଲୋକଙ୍କ ଅଧିକାର ପ୍ରତି ଅବହେଳା କରିଛନ୍ତି ବୋଲି ଆଜି କଂଗ୍ରେସ ଭବନରେ ସୂଚନା ଅଧିକାର ଆଇନର ୨୦ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରକାଶ କରିଥିଲେ। ସେ କହିଥିଲେକେନ୍ଦ୍ରରେ ୟୁପିଏ ସରକାର ଅମଳରେ ମନରେଗାଶିକ୍ଷା ଅଧିକାର ଆଇନ୍ଖାଦ୍ୟ ସୁରକ୍ଷା ଆଇନ ଓ ଜଙ୍ଗଲ ସମ୍ପଦ ଅଧିକାର ଆଇନ ପରି ଅନେକ ବିଧିବ୍ୟବସ୍ଥା ହୋଇଥିଲା। ଆରଟିଆଇ ବଳରେପେନସନରେ ଅବହେଳା ହେଲେ ସୂଚନା ସଂଗ୍ରହ କରି ନ୍ୟାୟ ମିଳିପାରୁଥିଲା। ସେମିତି ସମସ୍ତ କ୍ଷେତ୍ରରେ ଆର.ଟି.ଆଇ ସୂଚନା ଅବହେଳା କରି ଲୋକଙ୍କ ଅଧିକାରକୁ ସରକାର ଛଡାଇ ନେଇଛନ୍ତି। ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଉଦ୍ୟମ ଏବଂ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସରକାରରେ ୨୦୦୫ ମସିହାରେ ଆର୍ ଟି ଆଇ ଆଇନ ଲାଗୁ କରିବା ଭାରତରେ ଏକ ଐତିହାସିକ ପଦକ୍ଷେପ ଥିଲା। କିନ୍ତୁ କେନ୍ଦ୍ରର ବିଜେପି ସରକାର  ଗଣତନ୍ତ୍ରର ପ୍ରତ୍ୟେକ ଅଙ୍ଗକୁ କ୍ରମାଗତ ଭାବରେ କାଟିବାରେ ଲାଗିଛନ୍ତି। ଯାହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ତଥା ଖ୍ୟାତନାମା ଆଇନଜୀବୀ ଏବଂ ଆର.ଟି.ଆଇ କର୍ମୀ ସଂଗଠନର ଆଇନ ପରାମର୍ଶଦାତା ଶିବାନନ୍ଦ ରାୟ କହିଛନ୍ତି କି,  ଆଜି ଆର୍ ଟି ଆଇ ଆଇନ ୨୦ ତମ ବାର୍ଷିକ ଉତ୍ସବ ପାଳନ କରୁଛି। ୧୯୭୭ ମସିହାରେ ବିଶିଷ୍ଠ ଆଇନଜୀବୀ ପାଲକିବାଲା ଏବଂ ଶାନ୍ତିଭୂଷଣ ନିର୍ବାଚନର ଦୁର୍ନୀତିକୁ ନେଇ ମାନ୍ୟବର ସୁପ୍ରିମକୋର୍ଟରେ ବିତର୍କ କରିଥିଲେ। ଯାହା ୧୯୭୫ ମସିହାରେ ଏହି ପ୍ରସଙ୍ଗ ସଂସଦରେ ଉତଥାପନ ହୋଇଥିଲା। ଶେଷରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଚେଷ୍ଟାରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉଦ୍ୟମରେ ୨୦୦୫ ମସିହାରେ ଆର୍ ଟି ଆଇ ଆଇନ କାର୍ଯ୍ୟକାରୀ ହେଲା। ଆର୍ ଟି ଆଇର ମୂଳ କଥା ହେଲା ବିଧାୟକସଂସଦ ବିଧାନସଭା କିମ୍ବା ସଂସଦରେ ଯେଉଁ ଉତ୍ତର ଆଣୁଥିଲେ ସାଧାରଣ ଲୋକ ମଧ୍ୟ ସେହି ତଥ୍ୟ ୧୦ ଟଙ୍କା ଡିପୋଜିଟ କରି ପାଇପାରିବ। ତେବେ ଦୁର୍ନୀତି ରୋକିବା ପାଇଁ ସାଧାରଣ ଲୋକଙ୍କ ଜାଣିବା ପାଇଁ ଯେଉଁ ଆଇନ ତିଆରି କରାଗଲା ସରକାର ଠିକ୍ ପରିଚାଳନା କରୁନାହାନ୍ତି। ସୂଚନା ଆଇନ ଅନ୍ତର୍ଗତ ୨୩ ଲକ୍ଷ କେସ ଏବଂ ୪ ଲକ୍ଷ ଅପିଲ ବିନା ଫୈସଲାରେ ପଡ଼ିରହିଛି। କେନ୍ଦ୍ରୀୟ ସୂଚନା କମିଶନ ଓଡ଼ିଶାର କମିଶନରେ ଠିକ୍ ଭାବରେ ନିଯୁକ୍ତି ମଧ୍ୟ କରୁନାହାନ୍ତି। ଓଡ଼ିଶାରେ ୨୦୦୦ ସୂଚନା କର୍ମୀ ଅଛନ୍ତି । ସେଠି ମଧ୍ୟରୁ ୯ ଜଣଙ୍କ ହତ୍ୟା ହୋଇସାରିଲାଣି। ବିଭିନ୍ନ ଦୁର୍ନୀତିର ପର୍ଦ୍ଦାଫାଶ କରିବାରୁ ତାଙ୍କୁ ହତ୍ୟା କରାଯାଇଛି। ବିଗତ ଦିନରେ ଏକ ବଡଧରଣର ଖଣି ଦୁର୍ନୀତିକୁ ନେଇ ଗୋଟିଏ ଆଇ.ଏ.ଏସଆଇ.ପି.ଏସ ଓ ଆଇନଜୀବୀଙ୍କୁ ସାମିଲ କରି ଏକ କମିଟି ଗଠନ କରିଥିଲେ। ସେହି କମିଟିର ରିପୋର୍ଟ ନେଇ କାମାକ୍ଷା ପ୍ରସାଦ ସିଂହଦେଓ ଏବଂ ମୁଁ ତତ୍କାଳୀନ ଖଣି ମନ୍ତ୍ରୀ ଶିଶିରୱାଲାକୁ ଭେଟି ଏକ ରିପୋର୍ଟ ପ୍ରଦାନ କରିଥିଲୁ। ତାହା ପରେ ୟୁପିଏ ସରକାର ଖଣି ଦୁର୍ନୀତିକୁ ନେଇ ସାହା କମିଶନ ବସାଇଥିଲେ। ସୂଚନା କର୍ମୀ ସଂଗଠନ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ଏହି ଆଇନ ବଳରେ ଅନେକ ଦୁର୍ନୀତିର ପର୍ଦ୍ଦାଫାଶ କରିଛନ୍ତି। କୋଭିଡ ସମୟରେ ହୋଇଥିବା ଘୋର ଦୁର୍ନୀତିର ତଥ୍ୟ ଆଜି ପର୍ଯ୍ୟନ୍ତ ଶ୍ରୀ ପ୍ରଧାନଙ୍କୁ ସରକାର ଦେଇନାହାନ୍ତି। ମାନ୍ୟବର ସୁପ୍ରିମକୋର୍ଟ ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବା ସତ୍ତ୍ୱେ କେନ୍ଦ୍ର ସରକାର ମାନୁନାହାନ୍ତି। ଆଇ ଏ ଏସ୍ ଏବଂ ଉଚ୍ଚ ପଦସ୍ଥ ଅଫିସର ଆଇନକୁ ବେଖାତିର କରୁଛନ୍ତି। ସୂଚନା କର୍ମୀଙ୍କୁ ସୁରକ୍ଷା ଦରକାର। ସରକାର ତାହା ଯୋଗାଉ ନାହିଁ। ତେଣୁ ଆଜି ସୂଚନା ଆଇନ ଲାଗୁ ହୋଇଥିଲେ ମଧ୍ୟ ସାଧାରଣ ଜନତା ଏହାର ସୁଫଳ ପାଇପାରୁନାହାନ୍ତି ଏବଂ  ସୂଚନା କର୍ମୀଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି । ମୋଟାମୋଟି ବିଜେପି ସରକାର ଉକ୍ତ ଆଇନକୁ ଅକାମୀ କରିବାରେ ଲାଗିଛନ୍ତି ବୋଲି ଶ୍ରୀ ରାୟ ମତବ୍ୟକ୍ତ କରିଛନ୍ତି।

ଉକ୍ତ ସାମ୍ବାଦିକ ସମ୍ମୀଳନୀରେ ପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଛନ୍ତି୨୦୧୪ ମସିହା ଠାରୁ ସରକାର କ୍ରମାଗତ ଭାବେ ଆର୍ ଟି ଆଇ ଆଇନକୁ ଦୁର୍ବଳ କରିବାରେ ଲାଗିଛନ୍ତି। ୨୦୧୯ ସୂଚନା ସଂଶୋଧନ ଆଇନ ଉକ୍ତ ଆଇନକୁ ଅନେକ କ୍ଷତିଗ୍ରସ୍ତ କରିଛି। ଏହି ସଂଶୋଧନ ହେବା ଯୋଗୁଁ କାର୍ଯ୍ୟପାଳିକା ହାତରେ ସମସ୍ତ କ୍ଷମତା କେନ୍ଦ୍ରୀଭୂତ କରି ଦିଆଗଲା। କମିଶନଙ୍କ କାର୍ଯ୍ୟକାଳ ୫ ବର୍ଷ ଥିଲାଏବେ ତାହା କେନ୍ଦ୍ର ସରକାର ନିର୍ଦ୍ଧାରଣ କରିବେ। କେନ୍ଦ୍ରୀୟ ସୂଚନା କମିଶନଙ୍କ ସମସ୍ତ କାର୍ଯ୍ୟର ସର୍ତ୍ତାବଳି କାର୍ଯ୍ୟପାଳିକା ହାତରେ ସମର୍ପି ଦିଆଗଲା। ଡିପିଡିପି ଆଇନ ବଳରେ ସୂଚନା ଅଧିକାର ଆଇନର ପରିସୀମାକୁ ଅଧିକ ସଙ୍କୁଚିତ କରିଦିଆଗଲା। ସେହି ଆଇନକୁ ଆୟୁଧ କରି ସୁରକ୍ଷା ଏବଂ ବ୍ୟକ୍ତିଗତ ଆଳରେ ସୂଚନା ପ୍ରଦାନ କରିବାକୁ ବାରଣ କରାଗଲା। ରକ୍ଷା ମନ୍ତ୍ରଣାଳୟର ୮୩% ଆବେଦନକୁ ନାକଚ କରିଦେଲେ ତେବେ ଏଥିରେ ଯଥାର୍ଥତା ଅଛି ବୋଲି କହିପାରିବା। କିନ୍ତୁ ଅନ୍ୟ ମନ୍ତ୍ରଣାଳୟ ଗୁଡ଼ିକ ମଧ୍ୟ ବ୍ୟକ୍ତିଗତ ଗୋପନୀୟତା ଆଳରେ ସୂଚନା ଦେବାକୁ ମନା କରି ଦେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଖର୍ଚ୍ଚ ଓ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଗୋପନୀୟତା ଆଳରେ ଦିଆ ଯାଉନାହିଁ। କେନ୍ଦ୍ର ସରକାର ଏକ ପ୍ରକାର ନିୟମ କରିଦେଲେ ଯେ ଆଉ କିଛି ସୂଚନା ନ ଦେଲେ ମଧ୍ୟ ଚଳିବ। ସୂଚନା ଆଇନ ସଂଶୋଧନ ଫଳରେ ଓଡ଼ିଶା ଭୀଷଣ ଭାବେ କ୍ଷତିଗ୍ରସ୍ତ ହେଲା। ବିଜେଡି ଅମଲାତାନ୍ତ୍ରିକ ସରକାର ଥିଲା ଏବଂ ଏଥିପାଇଁ ତାଙ୍କୁ ସୂଚନା ଚପେଇବା ସହଜ ହୋଇଗଲା। ବର୍ଷକୁ ୬ ହଜାର ଆବେଦନ ନାକଚ କରିଦିଆଗଲା ଏବଂ କୈଫିୟତ ଦିଆଗଲା ଯେ ତଥ୍ୟ ମାଗିଲା ବେଳେ କୌଣସି ସ୍ପଷ୍ଟତା ନାହିଁ। ସୂଚନା କର୍ମୀ ପ୍ରଦୀପ ପ୍ରଧାନଙ୍କ ଏକା ବେଳେ ୨୨ ଗୋଟି ଆବେଦନକୁ ଖାରଜ କରିଦିଆଗଲା ଏବଂ ଏଥିରେ ମଧ୍ୟ କୌଣସି ସ୍ପଷ୍ଟତା ନାହିଁ ବୋଲି ଉଲ୍ଲେଖ କରାଗଲା। ଏହି ଭଳି ଅନ୍ୟ ଜଣେ ସୂଚନା କର୍ମୀ ହେମନ୍ତ ନାୟକ କୁଆଁସରେ ଜମି ଜବର ଦଖଲକୁ ନେଇ ତଥ୍ୟ ମାଗିଥିଲେସାତ ବର୍ଷ ପର୍ଯ୍ୟନ୍ତ କେସ ପଡ଼ିରହିଲା ପରେ ତାଙ୍କୁ କିଛି ତଥ୍ୟ ଦିଆଯାଇ ପାରିବନାହିଁ ବୋଲି କୁହାଗଲା। ମାନ୍ୟବର ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ମଧ୍ୟ ବିଭାଗ ତଥ୍ୟ ଦେଲା ନାହିଁ। ଆଇନକୁ ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ କୌଣସି ପଦକ୍ଷେପ ନ ନିଆ ଯିବା ଯୋଗୁଁ ସାଧାରଣ ଜନତା ତାଙ୍କ ମୌଳିକ ଅଧିକାରରୁ ବଞ୍ଚିତ ହେବା ସହିତ ସୂଚନା କର୍ମୀ ହତ୍ୟାର ଶିକାର ହେଉଛନ୍ତି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget