loading...

ଯାତ୍ରୀଙ୍କ ସୁବିଧା ପାଇଁ ଭୁବନେଶ୍ୱର ନୂଆ - ହାଇଦ୍ରାବାଦ ସ୍ୱତନ୍ତ୍ର ଟ୍ରେନର ସମ୍ପ୍ରସାରଣ।

ଭୁବନେଶ୍ୱର, ୨୪ ଅକ୍ଟୋବର ୨୦୨୫





ଉତ୍ତମ ଯାତ୍ରା ସୁବିଧା ଜାରି ରଖିବା ଏବଂ ପାର୍ବଣ ଋତୁରେ ବର୍ଦ୍ଧିତ ଯାତ୍ରୀ ଚାହିଦା ପୂରଣ କରିବା ପାଇଁ, ଭାରତୀୟ ରେଳବାଇ ହାଇଦ୍ରାବାଦ - ଭୁବନେଶ୍ୱର ନୂଆ - ହାଇଦ୍ରାବାଦ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନର ସେବାକୁ ପୂର୍ବ ସୂଚିତ ସମୟ, ରହଣି ଏବଂ ସଂରଚନା ସହିତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି:

ଟ୍ରେନ୍ ନମ୍ବର ୦୭୧୬୫, ହାଇଦ୍ରାବାଦ - ଭୁବନେଶ୍ୱର ନୂଆ ସାପ୍ତାହିକ ସ୍ୱତନ୍ତ୍ର, ହାଇଦ୍ରାବାଦରୁ ପ୍ରତି ମଙ୍ଗଳବାର ଦିନ ୨୫ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଲିବା ପାଇଁ  ସମ୍ପ୍ରସାରଣ କରାଯାଇଛି।

ଟ୍ରେନ ନମ୍ବର ୦୭୧୬୬, ଭୁବନେଶ୍ୱର ନୂଆ-ହାଇଦ୍ରାବାଦ ସ୍ୱତନ୍ତ୍ର, ୨୬ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱର ନୂଆରୁ ପ୍ରତି ବୁଧବାର ଦିନ ଚାଲିବା ପାଇଁ ସମ୍ପ୍ରସାରଣ କରାଯାଇଛି।

ରହଣି ସ୍ଥଳ  (ଉଭୟ ପଟୁ):
ଟ୍ରେନ୍ ନିମ୍ନଲିଖିତ ଷ୍ଟେସନଗୁଡ଼ିକରେ ରହଣି କରିବ:

ସିକନ୍ଦରାବାଦ, ଚାର୍ଲାପାଲ୍ଲୀ, ନାଲଗୋଣ୍ଡା, ମିରିୟାଲାଗୁଡା, ସତ୍ତେନାପାଲ୍ଲୀ, ଗୁଣ୍ଟୁର , ବିଜୟୱାଡା, ଗୁଡିଭାଡା, କାଇକାଲୁରୁ, ଆକିଭିଡୁ, ଭୀମଭରମ, ତନୁକୁ, ରାଜମଣ୍ଡ୍ରି, ସାମଲକୋଟ, ଆନ୍ନାଭରମ, ଅନାକାପାଲେ, ଦୁଭଭଡା, କୋଟ୍ଟାଭାଲସା, ବିଜୟନଗରମ୍,ଶ୍ରୀକାକୁଲମ ରୋଡ,ପଲାସା, ଖୋର୍ଦ୍ଧା ରୋଡ ଏବଂ ଭୁବନେଶ୍ୱର |

କୋଚ୍ ସଂରଚନା: ଏହି ଟ୍ରେନରେ ୦୪ ଟି ୨ୟ ଶ୍ରେଣୀ ଏସି କୋଚ, ୦୮ ଟି ତୃତୀୟ ଶ୍ରେଣୀ ଏସି କୋଚ, ୦୬ ଟି ସ୍ଲିପର୍ ଶ୍ରେଣୀ କୋଚ, ୦୨ ଟି ଜେନେରାଲ୍ ଶ୍ରେଣୀ କୋଚ, ୦୨ ଟି ଲଗେଜ୍ କମ ଡିଭିଆଙ୍ଗଜାନ୍ କୋଚ୍ ଏବଂ ଜେନେରେଟର ମୋଟର କାର୍ ରହିବ।

ଯାତ୍ରୀମାନଙ୍କୁ ଏହି ସମ୍ପ୍ରସାରଣର ଟିପ୍ପଣୀ କରିବାକୁ ଏବଂ ସେହି ଅନୁଯାୟୀ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ଅନୁରୋଧ କରାଯାଇଛି |

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget