loading...

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପ୍ରସଙ୍ଗ

ଭୁବନେଶ୍ୱର, ୧୫ ଅକ୍ଟୋବର ୨୦୨୫




  • ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଚାପ ପରେ ଦୁଷ୍କର୍ମକାରୀମାନଙ୍କୁ ଗିରଫ କଲେ ପଶ୍ଚିମବଙ୍ଗ ସରକାର: ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ
  • ଅପରାଧିମାନଙ୍କୁ ବଂଚାଇବାକୁ ଯାଇ ପୀଡ଼ିତାଙ୍କ ନାଁରେ ମିଛ କହୁଛନ୍ତି ମମତା ବାନାର୍ଜୀ
  • ସର୍ବସମ୍ମୁଖରେ ମା’ ଭଉଣୀଙ୍କୁ କ୍ଷମା ମାଗନ୍ତୁ ମମତା ବାନାର୍ଜୀ
  • ପ୍ରବାସୀ ଓଡ଼ିଆମାନଙ୍କୁ କେବଳ ଭୋଟ ବ୍ୟାଙ୍କ ଭଳି ବ୍ୟବହାର କରାଯାଉଛି 

ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ଏକ ଘରୋଇ ଡାକ୍ତରୀ କଲେଜରେ ପଢ଼ୁଥିବା ଜଣେ ଓଡ଼ିଆ ଛାତ୍ରୀଙ୍କୁ କିଛିଦିନ ତଳେ ଅତି ନିର୍ମମ ଭାବେ ଗଣଦୁଷ୍କର୍ମ କରାଯାଇଥିଲା। ଏତ୍ୟ ଅତ୍ୟନ୍ତ ଅମାବନୀୟ ଲଜ୍ଜାଜନକ ଘଟଣା। ଏହାକୁ ଯେତେ ନିନ୍ଦା କଲେବି କମ୍ ହେବ। ଏହି ଗଣଦୁର୍ଷ୍କମ ପରେ ଅପରାଧିମାନଙ୍କୁ ଧରିବା ପାଇଁ ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ସରକାର କୌଣସି ପ୍ରୟାସ କରି ନ ଥିଲେ। ଓଡ଼ିଶାର ସରକାର ତାଙ୍କ ଉପରେ ଚାପ ନ ପକାଇବା ପର୍ଯ୍ୟନ୍ତ ବାନାର୍ଜୀଙ୍କ ସରକାର ଚୁପ୍ ବସିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଚାପ ପରେ ଦୁଷ୍କର୍ମକାରୀମାନଙ୍କୁ ଗିରଫ କରାଯାଇଥିଲା ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି। 
ଡା. ବିଶ୍ୱାଳ ସୁଚନା ଦେଇ କହିଛନ୍ତି ଯେ, ଗତକାଲି ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ୍ ସହ ସେ ଏବଂ ମାନ୍ୟବର ସାଂସଦ ପ୍ରତାପ ଷଡଙ୍ଗୀ ଦୁର୍ଗାପୁର ଗସ୍ତ କରି ପୀଡ଼ିତାଙ୍କୁ ଭେଟିଥିଲେ। ପୀଡିତାଙ୍କ ସହ ଆଲୋଚନା ସମୟରେ ସେ ବହୁତ ମାନସିକ ଚାପରେ ଥିବା ଜଣାପଡ଼ିଥିଲା। ଅପରପକ୍ଷେ ମମତା ବାନାର୍ଜୀ ପୀଡ଼ିତାଙ୍କ ନାମରେ ମିଛ ବୟାନ ବାଜି କରିଥିବା ଜଣାପଡ଼ିଛି। ମମତା ବାନାର୍ଜୀ ମିଛ କହିଥିଲେ ଯେ, ପୀଡ଼ିତା ରାତି ୧୨ଟା ପରେ ମେଡିକାଲ କ୍ୟାମ୍ପସ ବାହାରକୁ ଯାଇଥିଲେ। ଯେବେକି ମେଡିକାଲ କଲେଜର ପ୍ରେସ ରିଲିଜ ଅନୁସାରେ ପୀଡ଼ିତା ସନ୍ଧ୍ୟା ପ୍ରାୟ ୮ଟା ବେଳେ କ୍ୟାମ୍ପସ ବାହାରକୁ ଯାଇଥିଲେ। ଏଥିରୁ ମମତାଙ୍କ ମିଛ ପଦାରେ ପଡ଼ିଯାଇଛି। ଜଣେ ମହିଳା ହିସାବରେ ମମତାଙ୍କ ସହାନୁଭୂତି ମହିଳାମାନଙ୍କ ଉପରେ ରହିବା କଥା, ଦୁଷ୍କର୍ମ ପୀଡ଼ିତାଙ୍କ ଉପରେ ଦୟାଭାବ ଦେଖାଇବା କଥା। କିନ୍ତୁ ସେ ଅପରାଧିମାନଙ୍କୁ ବଂଚାଇବାକୁ ଯାଇ ପୀଡ଼ିତାଙ୍କ ନାଁରେ ମିଛ କହୁଛନ୍ତି। ମମତା କହୁଛନ୍ତି, ରାତିରେ ମହିଳାମାନଙ୍କୁ ବାହାରକୁ ବାହାରିବା କଥା ନୁହେଁ। ଯାହାକି ଅତ୍ୟନ୍ତ ଦୁଃଖଦ ଓ ଦୁର୍ଭାଗ୍ୟପୂର୍ଣ୍ଣ ବୟାନ। ଏହାଶୁଣି ଭାରତରେ ରହୁଥିବା ପ୍ରତ୍ୟେକ ମହିଳାଙ୍କ ମନରେ ଆକ୍ରୋଶ ଓ କ୍ରୋଧଭାବ ଉତ୍ପନ୍ନ ହୋଇଛି। ଏନେଇ ସର୍ବସମ୍ମୁଖରେ ମା’ଭଉଣୀମାନଙ୍କୁ ମମତା ବାନାର୍ଜୀ କ୍ଷମା ମାଗନ୍ତୁ।
ସେ ସବୁବେଳେ ବିଜେପିର ଓଡ଼ିଶା ସରକାରଙ୍କ ବିରୋଧରେ ବିରୋଧୀ ଦଳ ନେତା ଭଳି ସ୍ୱର ଉତୋଳନ କରୁଛନ୍ତି। ଗଣମାଧ୍ୟମକୁ ଭୁଲ ତଥ୍ୟ ଦେଇ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଦେଇଆସୁଛନ୍ତି। ପୀଡ଼ିତାଙ୍କୁ ଗଣଦୁଷ୍କର୍ମ ଘଟଣାରେ ମମତାଙ୍କ ମିଛ ବୟାନବାଜୀ ଓ ନବୀନଙ୍କ ନୀରବତା ମହିଳାଙ୍କ ପ୍ରତି ସେମାନଙ୍କ ହେୟ ମନୋଭାବକୁ ପରିପ୍ରକାଶ କରିଛି। ମମତା ପ୍ରବାସୀ ଓଡ଼ିଆମାନଙ୍କୁ କେବଳ ଭୋଟ ବ୍ୟାଙ୍କ ଭଳି ବ୍ୟବହାର କରୁଥିବା ଏଥିରୁ ସ୍ପଷ୍ଟ ହୋଇଛି ବୋଲି ଡା.ବିଶ୍ୱାଳ କହିଛନ୍ତି । 
ଭାରତୀୟ ଜନତା ପାର୍ଟି ପୀଡ଼ିତାଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ ତାଙ୍କ ଉଜ୍ୱଳ ଭବିିଷ୍ୟତ କାମନା କରିବା ସହ କ୍ଷତିପୂରଣ ଦାବି କରୁଛି। ବାସ୍ତବରେ ଯଦି ଓଡିଆମାନଙ୍କ ପ୍ରତି ମମତାଙ୍କ ସମ୍ମାନ ରହିଛି, ପଶ୍ଚିମବଙ୍ଗରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କୁ କେବଳ ଭୋଟ ବ୍ୟାଙ୍କ ଭାବେ ନୁହେଁ ମଣିଷ ହିସାବରେ ଦେଖନ୍ତି ତାହା ପ୍ରମାଣ କରନ୍ତୁ। ପ୍ରବାସୀ ଓଡ଼ିଆଙ୍କ ସୁରକ୍ଷା ସେ ନିଜ ହାତକୁ ନିଅନ୍ତୁ। ପଶ୍ଚିମବଙ୍ଗରେ ରହୁଥିବା ମହିଳାମାନଙ୍କ ସୁରକ୍ଷା ସୁନିଶ୍ଚିତ କରନ୍ତୁ ବୋଲି ଡା. ବିଶ୍ୱାଳ କହିଛନ୍ତି।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget