loading...

ଆଇବିସିଏସ୍ ପକ୍ଷରୁ ‘ଫିନାନ୍ସ ଫ୍ୟୁଜନ୍ ୨.୦’ ଆୟୋଜିତ ଅର୍ଥନୈତିକ ସ୍ତରରେ ମହିଳାଙ୍କୁ ସଶକ୍ତ କରିବାର ପ୍ରୟାସ

ଭୁବନେଶ୍ୱର, ୧୮ ନଭେମ୍ବର ୨୦୨୫



ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ପକ୍ଷରୁ ମହିଳାମାନଙ୍କ ନିମନ୍ତେ ଏକ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। 

ୱିନିୟର୍ସ ଫୋରମ୍‌ର ସହଭାଗିତାରେ “ଫିନାନ୍ସ ଫ୍ୟୁଜନ୍ ୨.୦ – ଏମ୍‌ପାୱାରିଂ ୱିମେନ୍ ଥ୍ରୁ ଫିନାନ୍ସ” ଶୀର୍ଷକ ଏହି କାର୍ଯ୍ୟକ୍ରମ ସୋଆ କ୍ୟାମ୍ପସ୍‌ରେ ଆୟୋଜିତ ହୋଇଥିଲା। 

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ରାଜ୍ୟସଭା ସାଂସଦ ଶ୍ରୀମତି ସୁଲତା ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଗ୍ଲୋପୋର୍ଟ ଫୋଟୋନିକ୍ସର ସହ ପ୍ରତିଷ୍ଠାତା ଓ ମୁଖ୍ୟ ଅର୍ଥନୈତିକ ଅଧିକାରୀ ଶ୍ରୀମତି ବୁସ୍ରା ଖାନ୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ୱିନିୟର୍ସ ଫୋରମ୍‌ର ସହ ପ୍ରତିଷ୍ଠାତା ଓ ନିର୍ଦ୍ଦେଶିକା ଶ୍ରୀମତି ଜୟନ୍ତୀ ମହାପାତ୍ର ଏବଂ ଆଇବିସିଏସ୍‌ର ଡିନ୍ ପ୍ରଫେସର ଅୟସକାନ୍ତ ମହାନ୍ତି ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। 

ଶ୍ରୀମତି ମହାପାତ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ବକ୍ତାମାନେ ମହିଳା ଉଦ୍ୟୋଗୀକରଣ ନିମନ୍ତେ ଅର୍ଥନୈତିକ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ। 

ଆଇବିସିଏସ୍‌ର ଆସୋସିଏଟ୍ ପ୍ରଫେସର ଡକ୍ଟର ରାମକୃଷ୍ଣ ମିଶ୍ର ଓ ଆସିଷ୍ଟାଂଟ ପ୍ରଫେସର ଡକ୍ଟର ପଲ୍ଳବୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଓଡ଼ିଶାର ବିଭିନ୍ନ ଅଂଚଳରୁ ୪୦ ରୁ ଅଧିକ ମହିଳା ଉଦ୍ୟୋଗୀ ଏଥିରେ ଯୋଗ ଦେଇଥିଲେ। 

ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବଜେଟ, ଆର୍ଥିକ ଯୋଜନା, ଅର୍ଥ ପରିଚାଳନା ଏବଂ ଆର୍ଥିକ ନିୟନ୍ତ୍ରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। 

କାର୍ଯ୍ୟକ୍ରମକୁ ସଫଳ କରିବାରେ ଏନ୍‌ଟିପିସି, ଆଇଡିବିଆଇ ବ୍ୟାଙ୍କ, ହିନ୍ଦୁସ୍ତାନ ଜୁଏଲର୍ସ, ପାରାଦ୍ୱୀପ ପରିବହନ ଲିମିଟେଡ ଏବଂ ସ୍ୱାବଲମ୍ବୀ ଓଡ଼ିଶା ସହଯୋଗ କରିଥିଲେ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget