ଭୁବନେଶ୍ୱର, ୧୮ ନଭେମ୍ବର ୨୦୨୫
ୟୁକୋ ବ୍ୟାଙ୍କ ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ସମ୍ବଳ, ଏମ୍ଏସ୍ଏମ୍ଇ ଓ କୃଷି ମହୋତ୍ସବ ଭୁବନେଶ୍ୱରର ହୋଟେଲ ଏକ୍ସେଲେନ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏମ୍ଏସ୍ଏମ୍ଇ, କୃଷି, ସମ୍ପଦ ଗ୍ରାହକ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ବ୍ୟାଙ୍କ ମିତ୍ରମାନେ ମାନେ ଯୋଗଦେଇଥିଲେ। ଏହି ଅବସରରେ ଗୈାତମ ପାତ୍ର, ମୁଖ୍ୟ ମହାପ୍ରବନ୍ଧକ, ବ୍ୟବସାୟ ବିକାଶ ତଥା ସଂଯୋଜକ , ଏସ୍ଏଲ୍ବିସି, ଓଡିଶା ଏବଂ ପ୍ରସନଜିତ୍ ରାୟ, ଉପ-ମହାପ୍ରବନ୍ଧକ, କୃଷି ଏବଂ ଗ୍ରାମୀଣ ବ୍ୟବସାୟ ବିଭାଗ, ୟୁକୋ ବ୍ୟାଙ୍କ, ମୁଖ୍ୟ କାର୍ଯ୍ୟାଳୟ, କୋଲକାତା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ୟୁକୋ ବ୍ୟାଙ୍କ ଭୁବନେଶ୍ୱର ଅଞ୍ଚଳର ଉପ ମହାପ୍ରବନ୍ଧକ ତଥା ଆଞ୍ଚଳିକ ମୁଖ୍ୟ ଭାଗବତ ସିଂ ଭାକୁନି ସମ୍ମାନିତ ବ୍ୟକ୍ତି ଓ ଅତିଥିମାନଙ୍କୁ ସ୍ୱାଗତ କରିଥିବା ସହ ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧ ପାଇଁ ଭୁବନେଶ୍ୱର ଜୋନ୍ର ପ୍ରଦର୍ଶନ ଗୁଡିକୁ ସମସ୍ତଙ୍କ ସହ ବାଣ୍ଟିଥିଲେ। ଶ୍ରୀ ପାତ୍ର ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ସମ୍ବୋଧିତ କରିଥିଲେ ଏବଂ ନାଗରିକମାନଙ୍କ ଉନ୍ନତି ବିଶେଷ କରି ମହିଳା ଏମ୍ଏସ୍ଏମ୍ଇ ଉଦ୍ୟୋଗୀମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ଆର୍ଥିକ ସହାୟତା ପ୍ରଦାନ କରିବାରେ ୟୁକୋ ବ୍ୟାଙ୍କର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ପ୍ରସନଜିତ ରାୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଥିଲେ ଯେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ କେବଳ ଆର୍ଥିକ ସହାୟତା ପ୍ରଦାନ କରିବା ଦୃଷ୍ଟିରୁ ନୁହେଁ ବରଂ ଇକୋ ସିଷ୍ଟମ ସୃଷ୍ଟି କରି ଦେଶ ନିର୍ମାଣରେ କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ଏହି ମହୋତ୍ସବରେ ଋଣ ସୁବିଧା, ଡିଜିଟାଲ ବ୍ୟାଙ୍କିଂ ଏବଂ ଆର୍ଥିକ ସାକ୍ଷରତା ମାଧ୍ୟମରେ ବ୍ୟବସାୟୀ ଓ ଚାଷୀମାନଙ୍କୁ ସମୟୋପଯୁକ୍ତ ଋଣ ଏବଂ ଆଧୁନିକ ସମାଧାନ ସହିତ ସଶକ୍ତ କରାଯାଉଛି। ଏହି କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ଏହି ଅବସରରେ ସହାୟକ ମହାପ୍ରବନ୍ଧକ ତଥା ରିସୋର୍ସ ମୁଖ୍ୟ ରାମଚନ୍ଦ୍ର ଦାଶ ବ୍ୟାଙ୍କର ସଦ୍ୟତମ ଅଫରଗୁଡିକ ଯେପରି ମହିଳା ଗ୍ରାହକମାନଙ୍କ ପାଇଁ ପିଙ୍କ ବାସ୍କେଟ୍, ୟୁକୋ ଅପରାଜିତା, ୟୁକୋ ଜୟଲକ୍ଷ୍ମୀ ଏବଂ ୟୁକୋ ସଞ୍ଚୟିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲା। ପରିଶେଷରେ ଉପ ଆଞ୍ଚଳିକ ମୁଖ୍ୟ କୃଷ୍ଣପାଲ ସିଂହ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
Post a Comment