ଭୁବନେଶ୍ୱର, ୧୯ ନଭେମ୍ବର ୨୦୨୫
ଏନ୍.ଟି.ପି.ସି ତାଳଚେର ଓ ଭେଲ୍ରେ କାର୍ଯ୍ୟରତ ୫ ହଜାର ଠିକା ଶ୍ରମିକଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି ତଥା ରାଜ୍ୟ ସଭାପତି ତଥା ଏନ୍.ଟି.ପି.ସି. ତାଳଚେର ଶ୍ରମିକ କଂଗ୍ରେସ ସଭାପତି ଡ. ରାମଚନ୍ଦ୍ର ଖୁଣ୍ଟିଆ, ପ୍ରାକ୍ତନ ସାଂସଦ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପରିଚଳାନା କାର୍ଯ୍ୟନିର୍ବାହି ନିର୍ଦ୍ଦେଶଙ୍କ ସହିତ ଆଲୋଚନା କରିଥିଲେ। ୨୧୩ ଛଟେଇ ଶ୍ରମିକ ମାନଙ୍କୁ ତୁରନ୍ତ ନିଯୁକ୍ତି ଦେବା, ସମସ୍ତ ଠିକା ଶ୍ରମିକ ମାନଙ୍କର ମାସିକ କାର୍ଯ୍ୟ ଦିବସ ୨୬ ଦିନକୁ ବୃଦ୍ଧି କରିବା ଓ ମାସିକ ବେତନ ୭ ତାରିଖ ପୂର୍ବରୁ ଦେବା, ସମସ୍ତ ଠିକା ଶ୍ରମିକମାନଙ୍କୁ ଭବିଷ୍ୟନିଧି ଓ ବୀମା କର୍ମଚାରୀ ନିଗମ ପ୍ରତ୍ୟେକ ମାସର ରିଟର୍ଣ୍ଣ ବିଲ୍ ସହିତ ସଂଯୁକ୍ତ କରିବା, ଉଚ୍ଚମାନର ନିରାପତା ସଂରଜାମ ଯୋଗାଇବା ଏବଂ ଦୈନିକ ଭତା ୨୨ ଟଙ୍କାରୁ ୫୦ ଟଙ୍କା ବୃଦ୍ଧି କରିବା। କାର୍ଯ୍ୟସ୍ଥଳରେ ବିଶୁଦ୍ଧ ପାନୀୟଜଳ ଓ ଶୌଚାଳୟ ବନ୍ଦବସ୍ତ କରିବା ପ୍ରଭୁତି ବିଭିନ୍ନ ସଂପର୍କରେ ଆଲୋଚନା କରାଯାଇଥିଲା। କର୍ତୃପକ୍ଷ ଏ ଦାବିଗୁଡିକ ସଂପର୍କରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତ ଦେଇଛନ୍ତି। ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ କିଶୋର ଜେନା, ଉପସଭାପତି ମଦନ ମୋହନ ଧଳ, ସମ୍ପାଦକ ପ୍ରଦୀପ୍ତ ଦାସ, ସତ୍ୟାନନ୍ଦ ସାହୁ, ବିଷ୍ଣୁ ମୋହନ ରଥ, ଶ୍ରବଣ ସାମଲ, ଅଜୟ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment