ପାରାଦୀପ, ୨୦ ନଭେମ୍ବର ୨୦୨୫
ପାରାଦୀପ ବନ୍ଦର ଦ୍ବାଦଶ ଅନ୍ତର୍ଜାତୀୟ ସମୁଦ୍ର ମନ୍ଥନ ପୁରସ୍କାର ହାସଲ କରିଛି। ମୁମ୍ବାଇର ଜିଓ
ୱାର୍ଲ୍ସ କନଭେନସନଠାରେ ଅନୁଷ୍ଠିତ ସମାରୋହରେ ପାରାଦୀପ ବନ୍ଦରକୁ ଚଳିତ ବର୍ଷ ବର୍ଷ ନିମନ୍ତେ
ଏହି ପୁରସ୍କାର ପ୍ରଦାନ କରାଯାଇଛି । ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ସାମୁଦ୍ରିକ କ୍ଷେତ୍ରରେ
କାର୍ଗୋ ପରିବହନ, ପରିଚାଳନାଦକ୍ଷତା
ଏବଂ ସେବା ପ୍ରଦାନ କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି
। ଏହି ସଫତଳତା ହାସଲ କରିବା ପରେ ପାରାଦୀପ ବନ୍ଦର ଅଧ୍ଯକ୍ଷ ପିଏଲ ହରନାଦ କହିଛନ୍ତି ପାରାଦୀପ
ବନ୍ଦର ଏହି ମାନ୍ୟତା ପାଇବା ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରି ଆସୁଛି । ଏହା
ଗ୍ରାହକକୈନ୍ଦ୍ରିକ କାର୍ଯ୍ୟ ପ୍ରତି ବନ୍ଦରର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ପିପିଏର
ଟ୍ରାଫିକ ମ୍ୟାନେଜର ଜି. ଏଡିସନ ସଂଗଠନ ପକ୍ଷରୁ ପୁରସ୍କାର ଗ୍ରହଣ କରିଛନ୍ତି । ମିଜୋରାମ
ରାଜ୍ୟପାଳ ଏହି ସମ୍ମାନ ପ୍ରଦାନ କରିଥିଲେ। ଭାରତର ବର୍ଷିତ ସାମୁଦ୍ରିକ ବାଣିଜ୍ୟକୁ ସମର୍ଥନ
କରିବାରେ ସାହାଯ୍ୟ କରି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ପ୍ରଯୁକ୍ତି ବିଦ୍ୟା ଉନ୍ନତି, ଉନ୍ନତ
ଲଜିଷ୍ଟିକ୍ସ ଏବଂ କାର୍ଯ୍ୟଦକ୍ଷତା ଉପରେ ନିରନ୍ତର ଧ୍ୟାନ ଦେଇ ଏହାର କ୍ଷମତାକୁ ସୁଦୃଢ଼ କରି
ଚାଲିଛନ୍ତି ।
Post a Comment