ଭୁବନେଶ୍ୱର, ୧୯ ନଭେମ୍ବର ୨୦୨୫
ନିଖିଳ ଭାରତ ସମବାୟ ସପ୍ତାହ-909 ୦୨୫ ପାଳନ ଅବସରରେ ରାଜ୍ୟରେ ଡେରୀ ଉଦ୍ୟୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଓମ୍ଫେଡକୁ ମିଳି ମିଳିଲା ସ୍ବତନ୍ତ୍ର ପୁରସ୍କାର। ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ଵର ଜୟଦେବ ଭବନଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ସମବାୟ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଓମ୍ଫେଡ୍ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ ଏବଂ ଭାରପ୍ରାପ୍ତ ମାନବ ସମ୍ବଳ ବିକାଶ ମୁଖ୍ୟ ନିତ୍ୟଦର୍ଶନ ମିଶ୍ର ମଂଚାସୀନ ଅତିଥ୍ମାନଙ୍କଠାରୁ ସ୍ବତନ୍ତ୍ର କପ୍ ଓ ମାନପତ୍ର ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ସମବାୟ ବିଭାଗ କମିଶନର ରାଜେଶ ପ୍ରଭାକର ପାଟିଲ, ସମବାୟ ସମିତି ସମୂହର ନିବନ୍ଧକ ସିଦ୍ଧାର୍ଥ ଦାସ, ସମବାୟ ସମିତି ୟୁନିୟନର ସଭାପତି ପ୍ରଭାସିନୀ ଷଢଙ୍ଗୀ ଏବଂ ସମବାୟ ମହାସମୀକ୍ଷକ ସନ୍ତୋଷ ନାୟକ ମଂଚାସୀନ ଥିଲେ। ଏହି ଅବସରରେ ଓମ୍ଫେଡ୍ ତାର ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଉଚ୍ଚ ଗୁଣମାନର ଦୁଗ୍ଧଜାତ ଦ୍ରବ୍ୟ ଯୋଗାଇବା ଉପରେ ଗୁରୁତ୍ବାରୋପ କରିଆସୁଛି ଏବଂ ଏଥିରେ କୌଣସି ସାଲିସ କରାଯିବ ନାହିଁ ବୋଲି କହିଛନ୍ତି ଓମ୍ଫେଡର ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ |
Post a Comment