ଭୁବନେଶ୍ୱର, ୧୬ ଡିସେମ୍ବର ୨୦୨୫
ବ୍ୟାଙ୍କ ଅଫ୍ ବରୋଦାର ସ୍ଥାନାନ୍ତରିତ ଏବଂ ନବୀକରଣ ହୋଇଥିବା ନୂତନ ଜଗତପୁର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଶାଖା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର ମହାପ୍ରବନ୍ଧକ ତଥା ଆଞ୍ଚଳିକ ମୁଖ୍ୟ ସ୍ୱପ୍ନା ବନ୍ଦୋପାଧ୍ୟାୟଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ କଟକ କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ପ୍ରଦୀପ କୁମାର ବେହେରା ଏବଂ କଟକ କ୍ଷେତ୍ରର ଉପ-କ୍ଷେତ୍ରୀୟ ମୁଖ୍ୟ ଗୈାତମ ପଲ୍ ଉପସ୍ଥିତ ଥିଲେ। ଜଗତପୁର ଶାଖାର ଶାଖା ମୁଖ୍ୟ ଦେବାଶିଷ ରାଉତ ଏବଂ ଶାଖାର ଅନ୍ୟାନ୍ୟ କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ୫୦ରୁ ଉର୍ଦ୍ଧ୍ୱ ସମ୍ମାନିତ ଗ୍ରାହକ ଏଥିରେ ଯୋଗଦେଇଥିଲେ। ବ୍ୟାଙ୍କ ଅଫ୍ ବରୋଦା ହେଉଛି ଦ୍ୱିତୀୟ ବୃହତ୍ତମ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଯାହାର ରାଜ୍ୟରେ ୨୦୨ଟି ଶାଖା ରହିଛି।

Post a Comment