loading...

କାନାରା ବ୍ୟାଙ୍କ ପକ୍ଷରୁ ଜାତୀୟ-ସ୍ତରୀୟ ବ୍ୟବସାୟ କୌଶଳ ବୈଠକ

ଭୁବନେଶ୍ୱର, ୧୪ ଡିସେମ୍ବର ୨୦୨୫



କାନାରା ବ୍ୟାଙ୍କ ଦ୍ୱାରା ପବିତ୍ର କ୍ଷେତ୍ର ପୁରୀରେ ୧୨ ଡିସେମ୍ବର ଠାରୁ ୧୪ ଡିସେମ୍ବର ପର୍ଯ୍ୟନ୍ତ ଜାତୀୟ-ସ୍ତରୀୟ ବ୍ୟବସାୟ କୌଶଳ ବୈଠକ (ନ୍ୟାସନାଲ୍ ଲେଭେଲ୍ ବିଜନେସ୍ ଷ୍ଟ୍ରାଟେଜି ମିଟ୍) ଆୟୋଜିତ ହୋଇଯାଇଛି। ଏହି ବୈଠକରେ  ବ୍ୟାଙ୍କର ମ୍ୟାନେଜିଂ ଡିରେକ୍ଟର ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ  କେ. ସତ୍ୟନାରାୟଣ ରାଜୁଙ୍କ ସହିତ ବ୍ୟାଙ୍କର ସମସ୍ତ ଚାରିଜଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଉପସ୍ଥିତ ଥିଲେ। ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୨୫୦ ଜଣ ବରିଷ୍ଠ ଅଧିକାରୀ ଏହି ବୈଠକ  ଅଂଶଗ୍ରହଣ କରିଥିଲେ। ଏହି   ଅବସରରେ ବ୍ୟାଙ୍କର ଏମ୍‌ଡି ଓ ସିଇଓ ସହିତ ଶୀର୍ଷ ଅଧିକାରୀମାନେ ପୁରୀ ଶ୍ରୀମନ୍ଦିରରେ ପବିତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ। ବ୍ୟାଙ୍କର କର୍ପୋରେଟ୍ ସୋସିଆଲ୍ ରେସ୍ପନ୍ସିବିଲିଟି (CSR) ପଦକ୍ଷେପର ଅଂଶ ସ୍ୱରୂପ, ଏମ୍‌ଡି ଓ ସିଇଓ  କେ. ସତ୍ୟନାରାୟଣ ରାଜୁ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଏକ ବୃହତ୍ ଏଲ୍‌ଇଡି ଡିସପ୍ଲେ  ବୋର୍ଡ ଦାନ କରିଛନ୍ତି। ଏହି ଏଲ୍‌ଇଡି ଡିସପ୍ଲେ ମାଧ୍ୟମରେ ପୂଜା ସମୟସୂଚୀ, ଉତ୍ସବ ସମ୍ବନ୍ଧୀୟ ସୂଚନା ଓ ଭକ୍ତମାନଙ୍କ ପାଇଁ ଆବଶ୍ୟକୀୟ ତଥ୍ୟ ପ୍ରଦର୍ଶିତ ହେବ, ଯାହା ଭକ୍ତମାନଙ୍କ ସୁବିଧାରେ ଉପକୃତ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଓଏସଡି ହେମନ୍ତ ପାହୀ ,ଉନ୍ନୟନ ଅଧିକାରୀ ରଞ୍ଜନ କୁମାର ବେହେରା  କାନାରା ବ୍ୟାଙ୍କର ଏହି ସେବାର ପ୍ରଶଂସା କରିଥିଲେ । ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଶ୍ରୀ ରାଜୁ ବ୍ୟାଙ୍କ ରାଜ୍ୟର ସମସ୍ତ ୩୦ ଗୋଟି ଜିଲ୍ଲାରେ ଏହାର ଶାଖା ନେଟୱାର୍କ୍ ମାଧ୍ୟମରେ ସେବା ପ୍ରଦାନ କରି ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ନିଜକୁ ସାମିଲ କରିପାରିଛି ବୋଲି କହିଥିଲେ ।  ଏହି ଜାତୀୟ-ସ୍ତରୀୟ କାର୍ଯକ୍ରମ ମାଧ୍ୟମରେ କାନରା ବ୍ୟାଙ୍କ ଆଗାମୀ ବ୍ୟବସାୟ ଯୋଜନା, ସେବା ଗୁଣାତ୍ମକତା ବୃଦ୍ଧି ଏବଂ ଗ୍ରାହକ କେନ୍ଦ୍ରିକ ଦୃଷ୍ଟିକୋଣକୁ ଆହୁରି ସୁଦୃଢ଼ କରିବାର ଲକ୍ଷ୍ୟ ନିର୍ଦ୍ଧାରଣ କରିଛି।
Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget