ଭୁବନେଶ୍ୱର, ୧୪ ଡିସେମ୍ବର ୨୦୨୫
ଚଳିତ ମାସ ୧୨ ତାରିଖ ଶୁକ୍ରବାର ଦିନ ଭଦ୍ରକସ୍ଥିତ ଆର୍ଏମ୍ସି କନ୍ଫେରେନ୍ସ ହଲ୍ଠାରେ ‘ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର’ ଶୀର୍ଷକ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଦାବିହୀନ ଖାତାର ଅର୍ଥରାଶି ପ୍ରଦାନ ସହିତ ବ୍ୟାଙ୍କ ଗୁଡ଼ିକରେ ଦାବିହୀନ ଖାତା ସମ୍ବନ୍ଧୀୟ ସବିଶେଷ ସୂଚନା ପ୍ରଦାନ କରାଯାଇଥିଲା। ଜନସାଧାରଣ ନିଜ ପୁଞ୍ଜି ଉପରେ ପୂର୍ଣ୍ଣ ଅଧିକାର ସାବ୍ୟସ୍ତକୁ ସଫଳ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ଅର୍ଥ ସେବା ବିଭାଗଙ୍କ ନିର୍ଦ୍ଦେଶକ୍ରମେ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ବୋଲି ୟୁକୋ ବ୍ୟାଙ୍କ ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ (ଏଲ୍ଡିଏମ୍) ରାଜୀବ କୁମାର ରଞ୍ଜନ ପ୍ରକାଶ କରିଛନ୍ତି। ଏହି ଅବସରରେ ଭଦ୍ରକ ଜିଲ୍ଲା ମାଜିଷ୍ଟ୍ରେଟ୍ ଦିଲ୍ଲୀପ କୁମାର ରାଉତରାୟ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସହାୟକ ମହାପ୍ରବନ୍ଧକ ସୌମ୍ୟ ରଞ୍ଜନ ସାହୁ, ଏସ୍ଏଲ୍ବିସି ଇନ୍ଚାର୍ଜ ଲିଙ୍ଗରାଜ ନାୟକ, ୟୁକୋ ବ୍ୟାଙ୍କ ବାଲେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ସୁଦୀପ ଡାକୁଆ, ଓଜିବି କ୍ଷେତ୍ରୀୟ ପ୍ରବନ୍ଧକ ଆଶିଷ ନାୟକ, ନାବାର୍ଡ ଡିଡିଏମ୍ (ଭଦ୍ରକ) ଦୀପକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ୟୁକୋ ବ୍ୟାଙ୍କର ବରିଷ୍ଠ ପ୍ରବନ୍ଧକ ମନୋରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରିଥିବା ସହ ଏଲ୍ଡିଏମ୍ ରାଜୀବ କୁମାର ରଞ୍ଜନ ଧନ୍ୟବାଦ ଜ୍ଞାପନ କରିଥିଲେ।

Post a Comment