loading...

ଇକୋ ରିଟ୍ରିଟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

ଭୁବନେଶ୍ୱର, ୧୩ ଡିସେମ୍ବର ୨୦୨୫



ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟସ୍ଥ ସ୍ୱର୍ଣ୍ଣାଭ ବେଳାଭୂମିରେ ଆରମ୍ଭ ହୋଇଛି କୋଣାର୍କ ଇକୋ ରିଟ୍ରିଟର ସପ୍ତମ ସଂସ୍କରଣ। ବେଳାଭୂମି ହୋଇଉଠିଛି ଚଳଚଞ୍ଚଳ। ଏକ ମନୋରମ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଆନୁଷ୍ଠାନିକ ଭାବେ ଫିତାକାଟି ଉଦଘାଟନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉପସ୍ଥିତ ଥିଲେ। ବେଳାଭୂମିରେ ୭୦ ତମ୍ବୁଘର ଓ ବିଚ ବାର ଖୋଲାଯାଇଛି। ଏହି ତମ୍ବୁଘରେ ଗୋଟିଏ ରାତି ପାଇଁ ୫ହଜାର ୪ଶହ ଟଙ୍କାରୁ ୨୪ହଜାର ଟଙ୍କା ପର୍ଯ୍ୟନ୍ତ ଦେୟ ରଖାଯାଇଛି। ପର୍ଯ୍ୟଟକ ମାନଙ୍କ ପାଇଁ ତମ୍ବୁ ଘରେ ରାତ୍ରିଯାପନ ପାଇଁ ତାରକା ହୋଟେଲ ଭଳି ସମସ୍ତ ସୁବିଧା ରହିଛି। ପର୍ଯ୍ୟଟକମାନେ ବେଳାଭୂମିରେ ରହି ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିବେ। ବୁକିଙ୍ଗ କରିଥିବା ପର୍ଯ୍ୟଟକମାନେ ୧୩ତାରିଖରୁ ତମ୍ବୁ ଘରେ ରହିବେ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ୱର୍ଣ୍ଣାଭ ବେଳାଭୂମିରେ ଜଳକ୍ରୀଡା, ବିଚ ସାକ, ପାରାସେଲିଙ୍ଗ, ସାଇକେଲ ଚାଳନା, ସଂଗୀତ ଓ ଯୋଗଭିତ୍ତିକ କାର୍ଯ୍ୟକ୍ରମ ରହିଛି। ଏହି ଉଦଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ, ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଏହା ଆସନ୍ତା ୩ମାସ ଧରି ଚାଲିବ ବୋଲି ପର୍ଯ୍ୟଟନ ସଚିବ ବଲବନ୍ତ ସିଂ ପ୍ରକାଶ କରିଛନ୍ତି। ଏହି ମହୋତ୍ସବକୁ ପର୍ଯ୍ୟଟନ ବିଭାଗ ସହ ନିର୍ଦ୍ଦେଶକ ସରୋଜକାନ୍ତ ପ୍ରଧାନ, ପୁରୀ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟ ରଂଜନ ପୃଷ୍ଟି, ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀଙ୍କ ସମେତ ପର୍ଯ୍ୟଟନ ବିଭାଗର ପଦାଧିକାରୀ ପରିଚାଳନା କରିଥିଲେ।

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget