loading...

କ୍ୟାବିନେଟ୍‌ରେ ୪ ପ୍ରସ୍ତାବକୁ ମଞ୍ଜୁରୀ :୩୭୮କୋଟିରେ ହେବ ୩ଟି ଜଳସେଚନ ପ୍ରକଳ୍ପ

 ଭୁବନେଶ୍ୱର, ୧୪ ଫେବୃୟାରୀ ୨୦୨



ଭୁବନେଶ୍ୱର, (ୟୁପିବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ଏବଂ ଜଳସେଚନକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି। ସରକାର ଏକାସାଙ୍ଗେ ୩୭୮,୨୯,୪୫,୦୦୦ ଟଙ୍କାର ୩ଟି ପ୍ରକଳ୍ପକୁ କ୍ୟାବିନେଟ୍‌ରେ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଜଳ ସମ୍ପଦ ବିଭାଗ ପକ୍ଷରୁ ହେବାକୁ ଥିବା ଏହି ୩ଟି ପ୍ରକଳ୍ପ ଏକାଧିକ ଜିଲାର ଚାଷୀଙ୍କୁ ଖୁସି କରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ ବୈଠକରେ ମୋଟ ୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସେଥିରେ ଶ୍ରମ ଏବଂ ଇଏସ୍‌ଆଇ ବିଭାଗର ଗୋଟିଏ ଏବଂ ଜଳ ସମ୍ପଦ ବିଭାଗର ୩ଟି ପ୍ରସ୍ତାବ ରହିଛି । କ୍ୟାବିନେଟ୍ ବୈଠକ ସରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ, ସମନ୍ୱିତ ଆନନ୍ଦପୁର ବ୍ୟାରେଜ ଏକ ବୃହତ୍ ଜଳସେଚନ ପ୍ରକଳ୍ପ। ଏଥିରେ ବୈତରଣୀ ନଦୀ ଉପରେ ଆନନ୍ଦପୁର ବ୍ୟାରେଜ ଓ ଏହାର ଜଳ ବିତରଣ ପ୍ରଣାଳୀ ନିର୍ମାଣ କରାଯିବ। ଏହାଦ୍ୱାରା କେନ୍ଦୁଝର ଓ ବାଲେଶ୍ୱର ଜିଲାର ୬୦ ହଜାର ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଉକ୍ତ ପ୍ରକଳ୍ପ ଅନ୍ତର୍ଭୁକ୍ତ ବ୍ୟାରେଜର ନିର୍ମାଣ ଓ ସାଳନ୍ଦୀ ନଦୀ ପ୍ରଣାଳୀର ସୁଦୃଢ଼ୀକରଣ କାର୍ଯ୍ୟ, ଉନ୍ମୁକ୍ତ କେନାଲ ପ୍ରଣାଳୀ ମାଧ୍ୟମରେ ୩ ହଜାର ହେକ୍ଟର ଚାଷଜମିର ବିତରଣ ପ୍ରଣାଳୀ ସହ ସେଚାଞ୍ଚଳ ଉନ୍ନୟନ ସରିଛି। ଜମି ଅଧିଗ୍ରହଣରେ ବିଳମ୍ବ ହେବା କାରଣରୁ ଉନ୍ମୁକ୍ତ କେନାଲ ପ୍ରଣାଳୀରେ ହେବାକୁ ଥିବା ୫୭ ହଜାର ହେକ୍ଟର ଚାଷଜମିର ଜଳବଣ୍ଟନ ବ୍ୟବସ୍ଥାକୁ ଏବେ ଭୂତଳ ପାଇପ୍‌ଲାଇନ ବ୍ୟବସ୍ଥା ଜରିଆରେ ୯ଟି ପ୍ୟାକେଜରେ କରିବା ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସାଳନ୍ଦୀ ବାମ ମୁଖ୍ୟ କେନାଲର ୪୯.୮୧୦ କି.ମି.ଠାରୁ ୫୯.୯୭୦ କି.ମି. ମଧ୍ୟରେ ଭୂତଳ ପାଇପ୍‌ଲାଇନ ବ୍ୟବସ୍ଥା ଦ୍ୱାରା ବିତରଣ ପ୍ରଣାଳୀ ନିର୍ମାଣ ହେବ। ଏହାସହ ୪୯୨୪.୦୪ ହେକ୍ଟର ଚାଷଜମିରେ ଜଳସେଚନ କରାଯିବ। ଏହି ପ୍ରକଳ୍ପ ୫ ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ ଉପରୋକ୍ତ ୯ ପ୍ୟାକେଜ ମଧ୍ୟରୁ ଅନ୍ୟତମ। ପ୍ରକଳ୍ପ ନିର୍ମାଣ ପାଇଁ ୧୦୫,୬୨, ୬୭, ୧୪୨ ଟଙ୍କା ଏବଂ ୫ ବର୍ଷର ପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ୫, ୩୧,୧୩,୩୫୮ ପ୍ରକଳ୍ପ କାମ ୨୪ ମାସ ମଧ୍ୟରେ ଶେଷ ଟଙ୍କାର ଟେଣ୍ଡରକୁ ଅନୁମୋଦନ ମିଳିଛି। କରିବାକୁ ଲକ୍ଷ୍ୟ ରଖାଯାଇଛି। କାମ ସରିବା ପରେ ଏହା ବାଲେଶ୍ୱର ଜିଲାର ଔପଦା ଏବଂ ବାହାନଗାର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇବ ।ସେହିପରି ସମନ୍ୱିତ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ଜରିଆରେ ସାଳନ୍ଦୀ ବାମ ମୁଖ୍ୟ କେନାଲର ୫୯.୯୭୦ କି.ମି.ଠାରୁ ୬୦.୩୦୪ କି.ମି. ମଧ୍ୟରେ ଭୂତଳ ପାଇପ୍‌ଲାଇନ ବ୍ୟବସ୍ଥା ଦ୍ୱାରା ବିତରଣ ପ୍ରଣାଳୀର ନିର୍ମାଣ କରାଯିବ। ଏହାଦ୍ୱାରା ୫୧୭୭.୯୮ ହେକ୍ଟର ଚାଷଜମିରେ ଜଳସେଚନ ସୁବିଧା ଯୋଗାଇ ଦିଆଯାଇପାରିବ । ଏହି ପ୍ରକଳ୍ପ ନିର୍ମାଣ ଲାଗି ୧୦୭, ୯୬, ୯୮,୫୫୪ ଟଙ୍କା ଏବଂ ୫ବର୍ଷ ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ୫,୫୧, ୮୪,୯୪୬ ଟଙ୍କାର ଟେଣ୍ଡରକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ ଶେଷ ହେବା ପରେ ବାଲେଶ୍ୱର ଜିଲା ନୀଳଗିରି, ବାହାନଗା, ଔପଦା ଓ ରେମୁଣା ବ୍ଲକ୍‌ର ୫୧୭୭.୫୮ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇଦିଆଯିବ। ସମନ୍ୱିତ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ଅନ୍ତର୍ଗତ ସାଳନ୍ଦୀ ବାମ ମୁଖ୍ୟ କେନାଲର ୭୧.୫୦୫ କି.ମି .ଠାରୁ ୭୩.୦୦୩ କିମି ମଧ୍ୟରେ ଭୂତଳ ପାଇପ୍‌ଲାଇନ ବ୍ୟବସ୍ଥା ଦ୍ୱାରା ବିତରଣ ପ୍ରଣାଳୀ ଆଉ ଏକ କାର୍ଯ୍ୟ ହେବ। ଏହାଦ୍ୱାରା ୫୭୬୫. ୩୪ ହେକ୍ଟର ଚାଷଜମିକୁ ଜଳସେଚନ କରାଯାଇପାରିବ। ଏହି ପ୍ରକଳ୍ପ ନିର୍ମାଣ ଲାଗି ୧୪୬,୧୭,୪୬,୯୫୦ ଟଙ୍କା ଏବଂ ୫ବର୍ଷ ପରିଚାଳନା ଓ ରକ୍ଷଣାବେକ୍ଷଣ ଲାଗି ୭,୬୯,୩୪,୦୫୦ ଟଙ୍କାର ଟେଣ୍ଡରକୁ ଅନୁମୋଦନ ମିଳିଛି। ଏହିପ୍ରକଳ୍ପଦ୍ୱାରା ବାଲେଶ୍ୱର ଜିଲାର ରେମୁଣା ଓ ବାଲେଶ୍ୱର ଅଞ୍ଚଳର ୫୭୬୫.୩୪ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ କ୍ୟାବିନେଟ୍‌ରେ ଓଡ଼ିଶା ରାଜ୍ୟ କର୍ମଚାରୀ ବୀମା ଯୋଜନା ରେଡିଓଗ୍ରାଫର ସେବା ନିୟମ, ୨୦୨୬କୁ ମଞ୍ଜୁରୀ ମିଳିଛି। ରାଜ୍ୟର ଇଏସ୍‌ଆଇ ହସ୍ପିଟାଲ ଏବଂ ଡିସ୍ପେନ୍‌ସାରିରେ ସେବା କରିବା ପାଇଁ ‘ଓଡ଼ିଶା କର୍ମଚାରୀ ରାଜ୍ୟ ବୀମା ଯୋଜନା ରେଡିଓ ଗ୍ରାଫର ସେବା’ରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କ ନିଯୁକ୍ତି, ପଦୋନ୍ନତି ଏବଂ ସେବା ସର୍ଭାବଳୀର ଠିକ୍ ନିୟନ୍ତ୍ରଣ ପାଇଁ ନୂତନ କ୍ୟାଡର ନିୟମକୁ ପ୍ରସ୍ତୁତକରି କ୍ୟାବିନେଟ୍‌ରେ ମଞ୍ଜୁରୀ ଦିଆଯାଇଛି।


ବଜେଟ ଚିଠା ପ୍ରସ୍ତାବକୁ ମନ୍ତ୍ରୀ ପରିଷଦରେ ମଞ୍ଜୁରୀ

ଭୁବନେଶ୍ୱର, (ୟୁପିବ୍ୟୁରୋ) : ରାଜ୍ୟ ବଜେଟ ଅଧିବେଶନ ଆସନ୍ତା ୧୭ତାରିଖରୁ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥର ସରକାର ୨୦୨୬–୨୭ଆର୍ôଥକ ବର୍ଷ ପାଇଁ ବିଧାନସଭାରେ ବଜେଟ୍ ଆଗତ କରିବେ। ଏଥିଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନର ସମ୍ମିଳନୀ କକ୍ଷଠାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୨୦୨୬–୨୭ ଆର୍ôଥକ ବର୍ଷର ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମିଳିଥିବା ଖବର ଅନୁଯାୟୀ ରାଜ୍ୟ ସରକାର ଆଣିବାକୁ ଥିବା ପ୍ରାୟ ୩ ଲକ୍ଷ ୧୦ ହଜାର କୋଟିରୁ ଊର୍ଦ୍ଧ ଟଙ୍କାର ବଜେଟ ଆଣିବେ ବୋଲି ଜଣାପଡ଼ିଛି। ଏନେଇ ବିସ୍ତୃତ ଭାବେ ମନ୍ତ୍ରୀ ପରିଷଦ ବୈଠକରେ ଆଲୋଚନା ହେବା ସହ ଏ ସମ୍ପର୍କିତ ଚିଠା ପ୍ରସ୍ତାବ ଉପରେ ମୋହର ବାର୍ଜିଛି। ଚଳିତ ବର୍ଷର ବଜେଟ ସରକାର ଏବଂ ଶାସକ ଦଳ ପାଇଁ ବହୁ ଗୁରୁତ୍ୱ ରଖିବ। ଆସନ୍ତା ବର୍ଷ ଆରମ୍ଭରୁ ଉଭୟ ପଞ୍ଚାୟତିରାଜ ଏବଂ ଘୋଷଣା ହୋଇଥିବା ନୂଆ ଏନ୍‌ଏସି ଓ ମ୍ୟୁନିସିପାଲିଟି ଗୁଡିକରେ ଭୋଟ ହେବ। ତେଣୁ ବଜେଟରେ ସବୁ ଲୋକଙ୍କୁ ଖୁସିକରିବା ଭଳି ଯୋଜନା ସରକାର ଆଣିପାରନ୍ତି। ଅନ୍ୟପଟେ ୨୦୨୫–୨୬ ତୁଳନାରେ ୨୦୨୬–୨୭ ଆର୍ଥିକ ବର୍ଷର ବଜେଟ ବଡ କରାଯାଇଛି ଓ ମୁଖ୍ୟତଃ ଆସନ୍ତା ଆର୍ଥିକ ବର୍ଷ ବଜେଟରେ ସୂଚନା ପ୍ରଯୁକ୍ତିବିଦ୍ୟା, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ, କୃଷି ଏବଂ ଶକ୍ତି ବିଭାଗ ଉପରେ ସରକାର ଅଧିକ ଗୁରୁତ୍ୱ ଦେବେ ବୋଲି ଜଣାପଡିଛି। ଯେଉଁ ବିଭାଗଗୁଡିକ ଦ୍ୱାରା ସାଧାରଣ ଲୋକମାନେ ବିଶେଷ ଉପକୃତ ହେବେ ସେଭଳି ଦିଗ ପ୍ରତି ସରକାର ବିଶେଷ ଧ୍ୟାନଦେବା ଏକ ପ୍ରକାର ନିଶ୍ଚିତ। ଭାଜପା ସରକାର ଆସିବା ପରେ ରାଜ୍ୟରେ ପ୍ରଥମ ଥର ପାଇଁ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ସେହି ଦୃଷ୍ଟିରୁ ଏହି ବଜେଟର ରୂପରେଖ ସରକାରୀ ଦଳ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ।
Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget