ଭୁବନେଶ୍ୱର, ୧୪ ଫେବୃୟାରୀ ୨୦୨୬
ଭୁବନେଶ୍ୱର,(ୟୁପିବ୍ୟୁରୋ) : ଭାରତ ସରକାରଙ୍କ ନବରତ୍ନ ସିପିଏସଇ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ ତଥା ନାଲ୍କୋ ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ (ଏନ୍ଏଲ୍ସିଆଇଏଲ୍) ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛି। ଏହି ଚୁକ୍ତି ୧୦୮୦ ମେଗାୱାଟ ବିଶିଷ୍ଟ ଥର୍ମାଲ କ୍ୟାପ୍ଟିଭ୍ ପାୱାର ପ୍ରକଳ୍ପ ଏବଂ ଅକ୍ଷୟ ଶକ୍ତି ବିକାଶ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଏହି ଚୁକ୍ତି ହୋଇଛି। ତାମିଲନାଡୁର ମହାବଳୀପୁରମଠାରେ ନାଲ୍କୋର ନିର୍ଦ୍ଦେଶକ (ପ୍ରକଳ୍ପ ଏବଂ ବୈଷୟିକ) ଜଗଦାଶ ଆରୋରା ଏବଂ ଏନଏଲସିଆଇଏଲର ସିଏମଡି ପ୍ରସନ୍ନ କୁମାର ମୋଟୁପାଲି ଓ ଏନଏଲସିଆଇଏଲ ଅନ୍ୟାନ୍ୟ ନିର୍ଦ୍ଦେଶକମାନଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି। ସ୍ଥାୟୀ ଶକ୍ତି ସମାଧାନ ଲାଗି ନାଲ୍କୋର କ୍ୟାପ୍ଟିଭ୍ ଏବଂ ଦୀର୍ଘକାଳୀନ ବିଦ୍ୟୁତ୍ ଆବଶ୍ୟକତାକୁ ସହାୟତା କରିବା ଏହି ଚୁକ୍ତିର ଉଦ୍ଦେଶ୍ୟ । ଏହା ଦୀର୍ଘକାଳୀନ ବିଦ୍ୟୁତ୍ ସଂଯୋଗ ଏବଂ କୋଇଲା ଯୋଗାଣ ବ୍ୟବସ୍ଥା ପାଇଁ ଏକ ସଂରଚିତ ଢାଞ୍ଚା ପ୍ରଦାନ କରିବ ।

Post a Comment