Latest Post

ଭୁବନେଶ୍ୱର, ୦୭ ଅକ୍ଟୋବର ୨୦୨୫






ଭୋଟ ଚୋରି ଓ ଚାକିରି ବିକ୍ରି ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ଚଳିତ ଅକ୍ଟୋବର ୯ ତାରିଖ ଦିନ ୧୦ ଘଣ୍ଟା ସମୟରେ “ପ୍ରତାରଣ ପ୍ରତିବାଦ ସମାବେଶ” କରାଯିବ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର ପ୍ରକାଶ କରିଛନ୍ତି। ଯୁବ କଂଗ୍ରେସ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଏହି ସଭାବେଶ କରାଯିବ ପରେ ଏକ ର‌୍ୟାଲି ମାଷ୍ଟର କ୍ୟାଣ୍ଟିନ ଛକରୁ ଲୋୟର ପିଏଜି ଦେଇ ମୁଖ୍ୟ ନିର୍ବାଚନ ଅଧିକାର କାର୍ଯ୍ୟାଳୟ ଅଭିମୁଖେ ଯାତ୍ରା କରିବ। ଲୋୟର ପିଏମଜି ଠାରେ ମଧ୍ୟ ଚାକିରି ବିକ୍ରି ପ୍ରତିବାଦରେ ବିକ୍ଷୋଭ କରାଯିବ। ଏହି ସମଗ୍ର କାର୍ଯ୍ୟକ୍ରମରେ ଅଖିଳ ଭାରତ ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ସମ୍ମାନନୀୟ ଶ୍ରୀଯୁକ୍ତ ଉଦୟଭାନୁ ଚିବ୍ ଜୀ, ସମ୍ମାନନୀୟ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଯୋଗ ଦେବେ। 
ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ପାତ୍ର କହିଛନ୍ତି ଯେ, ରାଜ୍ୟରେ ଏବଂ ଦେଶରେ ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାର ଚାଲିନାହିଁ। ଦୁଇଟି କ୍ଷେତ୍ରରେ ଭୋଟ ଚୋରିରୁ ଗଠିତ ସରକାର ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା ଓ ମୁଖ୍ୟ ନିର୍ବାଚନ କମିଶନଙ୍କ ମଧୁଚନ୍ଦ୍ରିକାରେ ଏହି ସରକାର ସମ୍ଭବ ହୋଇପାରିଛି। ଜନନାୟକ ତଥା ଲୋକସଭାର ବିରୋଧିଦଳର ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଜୀ ଏହି ଭୋଟ ଚୋରିର ପର୍ଦ୍ଦାଫାଶ କରିବା ପରେ ସାରା ଦେଶର ଭୋଟର ମାନେ ଅନୁଭବ କରିଛନ୍ତି ଯେ, ସେମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ ନିର୍ବାଚନ କମିଶନ ଏବଂ ପ୍ରଧାନମନ୍ତ୍ରୀ ମୋଦେୀ ଛଡାଇ ନେଇଛନ୍ତି। ଓଡ଼ିଶାରେ ଭୋଟ ଚୋରି ମଧ୍ୟ ବ୍ୟାପକ ହୋଇଛି। ସଂନ୍ଧ୍ୟା ୫ ଟା ଠାରୁ ରାତି ୯ ଭିତରେ ୪୨ ଲକ୍ଷ ଭୋଟ ଯୋଡି ହୋଇଯିବାରୁ ଓଡ଼ିଶାରେ ବିଜେପି ସରକାର ଗଠନ ହୋଇଛି। ସେହିଭଳି କର୍ଣ୍ଣାଟକର ମହାଦେବପୁରା ଠାରେ ଭୋଟ ଚୋରିର ଉଦାହରଣ ଦେଇ ରାହୁଲ ଜୀ ସାରା ଦେଶର ଭୋଟର ଭାଇ ଓ ଭଉଣୀମାନଙ୍କର ଆଖି ଖୋଲି ଦେଇଛନ୍ତି। ଗୋଟିଏ ଘରେ ଗୋଟିଏ ନମ୍ବରରେ ୫୦୦ ରୁ ଉର୍ଦ୍ଧ୍ୱ ଭୋଟର ଏବଂ ଏହା ପୁଣି ବିଭିନ୍ନ ଧର୍ମର ଲୋକଙ୍କୁ ନେଇ କିପରି ସମ୍ଭବ ହୋଇପାରୁଛି? ସେହିଭଳି ବହୁ ଭୋଟରଙ୍କ ଘର ନମ୍ବର ଶୂନ୍ୟ ମଧ୍ୟ ରହିଛି। ସେହିଭଳି ଭୁଲ ଠିକଣା, ଫର୍ଜି ଭୋଟ, ଫର୍ଜି ଫଟୋ ଏବଂ ୬ ନମ୍ବର ଫର୍ମର ଦୁବ୍ୟବହାର କରାଯାଇ ମହାଦେବପୁରାରେ ବ୍ୟାପକ ଭୋଟ ଚୋରିର ପ୍ରମାଣ ରାହୁଲ ଗାନ୍ଧୀ ଦେଇଛନ୍ତି। ସେହଭଳି ମହାରାଷ୍ଟ୍ର ଏବଂ ଦେଶର ବିଭିନ୍ନ ରାଜ୍ୟରେ ଭୋଟ ଚୋରି ହୋଇଛି। ଓଡ଼ିଶାରେ ବ୍ୟାପକ ଭୋଟ ଚୋରି ହୋଇଥିଲେ ମଧ୍ୟ ବିଜେଡ଼ି ଦଳ ଠିକ୍ ଭାବରେ ମୁହଁ ଖୋଲୁନାହିଁ। 
ଅନ୍ୟପକ୍ଷରେ ବିଜେପି ସରକାର ସମସ୍ତ ସରକାରୀ ଚାକିରିକୁ ନିଲାମ କରିବାର ବ୍ୟବସ୍ଥା କରିଛନ୍ତି। ଏବେ ଯେଉଁ ପୁଲିସ୍ ଏସ୍‌.ଆଇ ଚାକିରି ବିକ୍ରି ଘଟଣା ଲୋକଲୋଚନକୁ ଆସିଛି, ତାହା ଓଡ଼ିଶାର ବେକାର ଯୁବକ ଯୁବତୀ ମାନଙ୍କୁ ହତାଶ କରିଛି। ଏ ରାଜ୍ୟର ମେଧାବୀ ଛାତ୍ରମାନଙ୍କୁ ବିଜେପି ସରକାର ପ୍ରତାରିତ କରୁଛି। ଅଭିଭାବକମାନେ ତାଙ୍କର ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ କରଜ କରି, ଜମି, ଜାଗା, ସୁନା ବନ୍ଧା ପକାଇ ଅର୍ଥ ଯୋଗାଡ କରୁଛନ୍ତି। ଛାତ୍ରଛାତ୍ରୀମାନେ ରାତି ଦିନ ପାଠ ପଢ଼ୁଛନ୍ତି। ହେଲେ ଫଳ କ’ଣ ହେବ? ମୋହନ ସରକାର ପରୀକ୍ଷା ପୂର୍ବରୁ ସମସ୍ତ ସରକାରୀ ଚାକିରି ବିକ୍ରି କରିଦେବାରେ ବ୍ୟବସ୍ଥା କରିଛନ୍ତି। ଏ ରାଜ୍ୟରେ ୧୧ ଲକ୍ଷ ବେକାର ଯୁବକ ଯୁବତୀ ନାମ ପଞ୍ଜିକରଣ କରିଛନ୍ତି। ଚାକିରି ନ ପାଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। କିନ୍ତୁ ବେକାର ଯୁବକ ଯୁବତୀମାନଙ୍କ ପ୍ରତି ସମ୍ବେଦନଶୀଳ ରହିବା ପରିବର୍ତ୍ତେ, ମେଧାବୀଙ୍କୁ ଚାକିରୀ ଦେବା ପରିବର୍ତ୍ତେ ମୋହନ ସରକାର ଯେଉଁ ଚାକିରି ବିକ୍ରି ନୀତିକୁ ଆପଣେଇଛନ୍ତି ତାହା ବିରୁଦ୍ଧରେ ଯୁବ କଂଗ୍ରେସ ଲଗାତାର ଆନ୍ଦୋଳନ କରିବ। 
ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ଶ୍ରୀ ମନୋଜ ବିଶ୍ୱାଳ ଅଭିଯୋଗ କରିଛନ୍ତି ଯେ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ପରେ ଗତ ମାର୍ଚ୍ଚ ମାସରେ ପୁଲିସ ଏସ୍‌.ଆଇ. ପରୀକ୍ଷାର ପୂର୍ବଦିନ ବାତିଲ କରାଯାଇଥିଲା। ଯେଉଁ ବେସରକାରୀ ସଂସ୍ଥାକୁ ଓଡ଼ିଶା ପୁଲିସ୍ ନିଯୁକ୍ତି ବୋର୍ଡ ପକ୍ଷରୁ ପରୀକ୍ଷା ପରିଚାଳନା ପାଇଁ ଦାୟିତ୍ୱ ଦିଆଯାଇଥିଲା। ସେହି ସଂସ୍ଥା ବିରୁଦ୍ଧରେ ସରକାର କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ। ସେତେବେଳେ ଆର.ଆଇ., ଅମିନ, ଏ.ଏସ୍‌.ଓ., ସବ ଜେଲର ଓ ଓଟିଇଟି ପରୀକ୍ଷାର୍ଥୀମାନେ ମଧ୍ୟ ଚାକିରି ବିକ୍ରି ଯୋଜନାର ସାଙ୍ଘାତିକ ଅଭିଯୋଗ କରିଛନ୍ତି। ଏହି ପରୀକ୍ଷା ମଧ୍ୟ ବାତିଲ ହୋଇଥିଲା। ଏବେ ପୁଲିସ୍ ଏସ୍‌.ଆଇ. ପଦବୀର ବଜାର ମୂଲ୍ୟ ୨୫ ଲକ୍ଷ ଟଙ୍କା କରାଯାଇ ଅଗ୍ରିମ ଭାବେ ୧୦ ଲକ୍ଷରୁ ୧୫ ଲକ୍ଷ ଟଙ୍କା ନିଆଯାଇଥିବାର ଅଭିଯୋଗ ହୋଇଛି। ପରୀକ୍ଷାର୍ଥୀମାନଙ୍କର ଅରିଜିନାଲ ସାର୍ଟିଫିକେଟ ମଧ୍ୟ ନିଆଯାଇଛି। ସମୁଦାୟ ୨୯ କୋଟି ଟଙ୍କା ଡିଲ୍ ହୋଇଥିଲା। ମାତ୍ର ଯେହେତୁ ସମଗ୍ର ପରୀକ୍ଷାର୍ଥୀଙ୍କୁ ଚାକିରି ବିକିରି ପାଇଁ ଯୋଗାଯୋଗ କରିଥିବାର ଅଭିଯୋଗ ହୋଇଛି। ତେଣୁ ଏହାର ପରିମାଣ ଶତାଧିକ କୋଟି ଟଙ୍କା ହୋଇଥିବାର ଅଭିଯୋଗ ହୋଇଛି। ଏହି ଦୁର୍ନୀତିର ଚେର ତୃତୀୟ ମହଲା ପର୍ଯ୍ୟନ୍ତ ଲମ୍ବିଛି। ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଏହାର ନିୟନ୍ତ୍ରଣ କକ୍ଷ ରହିଛି ବୋଲି ଅଭିଯୋଗ ହୋଇଛି। ଚାକିରି ବିକ୍ରିର ମୁଖ୍ୟ ଅପରାଧିମାନେ ବିଜେପି ଦଳର ଏବଂ ସରକାରଙ୍କର ଗେଲ୍ଲା ପୁଅ ବୋଲି ଜଣାପଡ଼ିଛି। ଏଣୁ ଯୁବ କଂଗ୍ରେସ ଚାକିରି ବିକ୍ରିର ପର୍ଦ୍ଧାଫାସ ପାଇଁ ବିଚାରି ବିଭାଗୀୟ ତଦନ୍ତ ଦାବି କରୁୁଛି। 
ଏହି ସାମ୍ବାଦିକ ସମ୍ମିଳନୀରେ ଜାତୀୟ ଯୁବ କଂଗ୍ରେସ ଗଣମାଧ୍ୟମ ସଂଯୋଜକ ସୁଦୀପ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ ନିହାର ବେହେରା, ଅଭିଜିତ୍ ଜେନା, ଜାଭେଦ ଅକ୍ତର, ମହମ୍ମଦ ଗୁଲଫାମ୍‌, କେଦାର ଦଳେଇ, ସ୍ୱାଗତ କର ଓ ମହମ୍ମଦ ପରଭେଜ ପ୍ରମୁଖ ଉପସ୍ଥିତ ଥିଲେ। 

ଭୁବନେଶ୍ୱର, ୦୭ ଅକ୍ଟୋବର ୨୦୨୫




କିମ୍‍ସର ୭ଟି ବିଭାଗର ୧୫ଜଣ ଡାକ୍ତର ଓ ବିଶେଷଜ୍ଞଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ନୂଆ ଜୀବନ ପାଇଛି ଜଣେ ୨ ବର୍ଷ ୭ ମାସ ବୟସର ଶିଶୁ କନ୍ୟା। ପ୍ରଥମ ଥର ପାଇଁ ଓଡ଼ିଶାର କିମ୍‍ସରେ ଏଭଳି ଏକ ଜଟିଳ ଯକୃତ ଅସ୍ତ୍ରୋପଚାର ଉଦାହରଣ ସୃଷ୍ଟି କରିଛି। ଶିଶୁର ଯକୃତରେ ହେପାଟୋବ୍ଲାଷ୍ଟୋମା ନାମକ ଏକ ବିରଳ ଟ୍ୟୁମର ହୋଇଥିଲା। ଏହା ଶିଶୁଟିର ଫୁସ୍‍ଫୁସ୍‍ ପର୍ଯ୍ୟନ୍ତ ବ୍ୟାପିଯାଇଥିଲା। ଶିଶୁଟି ପେଟରେ ମାସ ମାସ ଧରି ଯନ୍ତ୍ରଣା ଅନୁଭବ କରିବା ସହ ପେଟ ଫୁଲି ରହୁଥିଲା ଏବଂ ତାର ଭୋକ କମିଯାଇଥିଲା। ବହୁ ଡାକ୍ତରଖାନାରେ ଚିକିତ୍ସା ପରାମର୍ଶ ନେଇଥିଲେ ମଧ୍ୟରେ ଶିଶୁଟିକୁ ଯନ୍ତ୍ରଣାରେ ଉପଶମ ମିଳି ନଥିଲା। ପରେ ଶିଶୁଟିର ବାପା ମା ତାକୁ କିମ୍‍ସକୁ ଆଣି ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ପରୀକ୍ଷା ନିରୀକ୍ଷା ପରେ ଶିଶୁଟିର ଯକୃତରେ ହେପାଟୋବ୍ଲାଷ୍ଟୋମା ନାମକ ବିରଳ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା। କିମ୍‍ସ ହେମାଟୋ ଅନ୍‍କୋଲୋଜିଷ୍ଟ ଡା ପଳାସ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତୁରନ୍ତ କେମୋଥେରାପି ଆରମ୍ଭ କରାଯାଇଥିଲା। କେମୋ ଦେବା ପରେ ଶିଶୁଟିର ଅବସ୍ଥାରେ ଉନ୍ନତି ଆସିଥିଲେ ମଧ୍ୟ ଅସ୍ତ୍ରୋପଚାର ଦୃଷ୍ଟିରୁ ଟ୍ୟୁମରଟି ବଡ଼ ଥିଲା। ଶିଶୁଟିର ଏଭଳି ଅବସ୍ଥାରେ କିମ୍‍ସର ଇଣ୍ଟରଭେନ୍‍ସନାଲ୍‍ ରେଡିଓଲୋଜିଷ୍ଟ ଡା. ସ୍ୱାତୀ ଦାସଙ୍କ ପରାମର୍ଶ କ୍ରମେ ଟେସ୍‍ (ଟ୍ରାନ୍‍ସଆର୍ଟେରିଆଲ୍‍ କେମୋଏମ୍ବୋଲାଇଜେସନ୍‌) ପ୍ରକ୍ରିୟାରେ କେମୋ ପ୍ରଦାନ କରାଯାଇଥିଲା। ଏହି ପ୍ରକ୍ରିୟାରେ ଟ୍ୟୁମରକୁ ଯାଇଥିବା ରକ୍ତବାହୀ ନଳୀରେ କେମୋ ପ୍ରଦାନ କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବେ ଏହି ପ୍ରକ୍ରିୟାରେ ଟ୍ୟୁମରଟିର ଆକାର ହ୍ରାସ ପାଇଥିଲା। ଫଳରେ ଅସ୍ତ୍ରୋପଚାର ପାଇଁ ସହଜ ହୋଇଥିଲା। ପରେ ୭ଟି ବିଭାଗର ୧୫ଜଣ ଡାକ୍ତରଙ୍କ ମିଳିତ ସହଯୋଗରେ ଶିଶୁଟିର ଯକୃତ ଟ୍ୟୁମରର ଅସ୍ତ୍ରୋପଚାର କରାଯାଇଥିଲା। ଏଥିରେ ଶିଶୁ ଶଲ୍ୟ ବିଭାଗ ମୁଖ୍ୟ ଡା. ପି. କେ ଜେନାଙ୍କ ନେତୃତ୍ୱରେ ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଶେଷଜ୍ଞ ଡା ବେଦବ୍ୟାସ ମହାପାତ୍ରଶିଶୁ ଶଲ୍ୟ ବିଶେଷଜ୍ଞ ଡା. ବର୍ଷା ଏମ୍‍ ତୋତାଦ୍ରିଙ୍କ ଦ୍ୱାରା ନିଶ୍ଚେତକ ଟିମ୍‍ର ସହଯୋଗରେ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ଶିଶୁ ବିଭାଗ ଆସିୟୁରେ ଶିଶୁରୋଗ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଶେଷଜ୍ଞ ଡା. ଜିତେନ ସାହୁ ଓ ଆସିୟୁ ଟିମ୍‍ ଶିଶୁର ଉପଯୁକ୍ତ ଯତ୍ନ ନେଇଥିଲେ। ଏବେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଖବରରେ ସନ୍ତୋଷ ପ୍ରକାଶ କରି କିଟ୍‍କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇବା ସହ ଶିଶୁର ସୁସ୍ଥ ଜୀବନ କାମନା କରିଛନ୍ତି।

ଭୁବନେଶ୍ୱର, ୦୭ ଅକ୍ଟୋବର ୨୦୨୫




  • ଆମ ସଂସ୍କୃତିକୁ ରୁଦ୍ଧିମନ୍ତ କରିଛନ୍ତି ମହର୍ଷି ବାଲ୍ମିକୀ: ମନମୋହନ ସାମଲ 
  •  ରାମାୟଣ ହେଉଛି ପରମ୍ପରା ଓ ସଂସ୍କୃତିର ଅଦ୍ୱିତୀୟ ସମନ୍ୱୟ
  •  ରାମାୟଣ ଆମ ସମସ୍ତଙ୍କ ପ୍ରେରଣାର ଉତ୍ସ
  • ବାଲ୍ମିକୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସଂଘର୍ଷ କରିପାରିଲେ ଅସମ୍ଭବ ବି ସମ୍ଭବ 

ଆଜି ହେଉଛି ଆଦି କବି ମହର୍ଷି ବାଲି୍ମକୀଙ୍କ ଜନ୍ମଜୟନ୍ତୀ। ମହର୍ଷୀ ବାଲ୍ମିକୀଙ୍କ ଦ୍ୱାରା ରଚନା କରାଯାଇଥିବା ମହାନ୍ ଗ୍ରନ୍ଥ ରାମାୟଣ କେବଳ ଏକ ବିଷୟ ନୁହେଁ, ଏହା ହେଉଛି ପରମ୍ପରା ଓ ସଂସ୍କୃତିର ଅଦ୍ୱିତୀୟ ସମନ୍ୱୟ। ଏହା ହେଉଛି ଆମ ସମସ୍ତ ଜୀବନଧାରାର ଅଂଶବିଶେଷ। ସମାଜରେ ଯେତେବେଳେ କୌଣସି ବିଷୟକୁ ନେଇ ନିରାଶ ଭାବେ ଆସେ ସେତେବେଳେ ଆମେ ରାମାୟଣର କଥା ମନେପକାଉ। ରାମାୟଣ ହେଉଛି ଆମ ସମସ୍ତଙ୍କ ପ୍ରେରଣାର ଉତ୍ସ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଆଦି କବି ମହର୍ଷି ବାଲି୍ମକୀଙ୍କ ଜୟନ୍ତ୍ରୀ ପାଳନ ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।

ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ସାମଲ କହିଛନ୍ତି ଯେ, ରାମ ରାଜ୍ୟ କିପରି ଆସିବ ସେବିଷୟରେ ମହର୍ଷି ବାଲ୍ମକୀ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ। ତ୍ୟାଗ, ନିଷ୍ଠା, କଠିନ ପରିଶ୍ରମର ପରିସୀମା କେତେ, ସମାଜରେ ଯିଏ ସୁଧାର କରିବ ତାର କର୍ତବ୍ୟ କ’ଣ ସେ ବିଷୟରେ ମହର୍ଷି ବାଲ୍ମିକୀ ରାମାୟଣ ମାଧ୍ୟମରେ ଉଲ୍ଲେଖ କରି ଆମ ସଂସ୍କୃତିକୁ ରୁଦ୍ଧିମନ୍ତ କରିଛନ୍ତି। ଆଜି ମନୁଷ୍ୟ ନିଜର ଆଶା ପୂରଣ କରି ନ ପାରିଲେ ଦୁଃଖୀ ହୋଇଯାଉଛି। ନକରାତ୍ମକ ଚିନ୍ତାଧାରା ପରିତ୍ୟାଗ କରି ସକରାତ୍ମକ ଚିନ୍ତା କଲେ ନିରାଶ ଭାବ ଦୂରହୋଇପାରିବ ବୋଲି ମହର୍ଷି ବାଲ୍ମିକୀ ଶିକ୍ଷା ଦେଇଛନ୍ତି। ସେ ସମାଜ ପାଇଁ ଯାହା ଦେଇଛନ୍ତି ତାହା ଯୁଗଯୁଗ ପାଇଁ ଲିପିବଦ୍ଧ ହୋଇରହିବ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସଂଘର୍ଷ କରିପାରିଲେ ଅସମ୍ଭବ ବି ସମ୍ଭବ ହୋଇପାରିବ ବୋଲି ଶ୍ରୀ ସାମଲ କହିଛନ୍ତି।

ଅନ୍ୟମାନଙ୍କ ବିଷୟରେ ଏହି କାର୍ଯ୍ୟକ୍ରମରେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ବିଧାୟକ ଛବି ମଲ୍ଲିକ, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ, ଅନୁସୂଚିତ ଜାତି ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ମଲ୍ଲିକ, ବରିଷ୍ଠ ନେତା ରଞ୍ଜନ ପଟେଲ ଓ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। 


ଭୁବନେଶ୍ୱର, ୦୭ ଅକ୍ଟୋବର ୨୦୨୫





ରାଜ୍ୟରେ ବିଜେପିର ପନ୍ଦର ମାସ ସରକାରରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ। ଏହି ପରିପେକ୍ଷୀରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଆଲୋଚନା ଆରମ୍ଭ କରି ରାଜ୍ୟ କଂଗ୍ରେସ ମୁଖପାତ୍ର ଶ୍ରୀଯୁକ୍ତ ଅଶୋକ ସ୍ବାଇଁ କହିଲେମୁଖ୍ୟମନ୍ତ୍ରୀ ଡିଜିପିଙ୍କୁ ବିଜେପିର ଭିଭିଆଇପିଙ୍କୁ ସେବା ଦେବାରେ ଚରମ ଅବହେଳା ପାଇଁ ସର୍ବସମ୍ମୁଖରେ ତାଚ୍ଛଲ୍ୟର ସହ ତାଗିଦ କରିଥିଲେ। କଟକରେ ଅସାମାଜିକ ମାନେ ଡିସିପିଙ୍କୁ ମାରି ଆହତ କରିଥିଲେଅନ୍ୟ ସ୍ଥାନରେ ରାସ୍ତା ମଝିରେ ଆଇଆଇସିଙ୍କୁ ଲୋକେ ଚାପୁଡା ମଧ୍ଯ ମାରିଲେ। ପୂର୍ବତନ ମନ୍ତ୍ରୀ ତଥା ପିସିସିର ବରିଷ୍ଠ ମୁଖପାତ୍ର ଦେବାଶିଷ ନାୟକ ଗଭୀର ଉଦବେଗ ପ୍ରକାଶ କରିବା ସହ ରାଜ୍ଯ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତିଗତ କିଛିଦିନ ଭିତରେ ରାଜ୍ଯରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡିଛିସରକାର ବିଫଳ। ଏପରି ଶାସନ ବ୍ୟବସ୍ଥାକୁ କେହି ଡରୁନାହାନ୍ତି। ଗତକାଲି ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ ବାର୍ କାଉନସିଲର ବରିଷ୍ଠତମ ସଦସ୍ଯ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ତାଙ୍କର ଘର ସମ୍ମୁଖରେ ଗୁଳିକରି ଅତି ନିର୍ମମ ଭାବରେ ହତ୍ଯା କରାଯାଇଛି। ଆଜି ରାଜ୍ୟର ଏପରି ଅବସ୍ଥା କୌଣସି ଜାଗାରେ କିଛି ବି ଅଘଟଣ ଘଟିଯାଇପାରେ। ବିଜେପି ନିଜ ବରିଷ୍ଠ ନେତାଙ୍କୁ ସୁରକ୍ଷା ଦେଇ ପାରୁନଥିବା ବେଳେ ସାଧାରଣ ଲୋକଙ୍କ ସୁରକ୍ଷାରେ ବଡ଼ ପ୍ରଶ୍ନ ଉଠୁଛି। ସାମ୍ବାଦିକ ମାନେ ଯଦି ଦୁର୍ନିତିକୁ ଲୋକଲୋଚନକୁ ଆଣନ୍ତି ତେବେ ସେମାନେ ମଧ୍ଯ ଅସୁରକ୍ଷିତ। ଏଥିରୁ ଜଣାଯାଏ ଶାସନ ଅନୁଶାସନରେ ଅନଭିଜ୍ଞ ସରକାର ଏଠି ଚାଲୁଛି। ଏଠି ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କାମ କରିବାକୁ ଦିଆ ଯାଉନାହିଁ ଓ ମୁଖ୍ୟମନ୍ତ୍ରୀ ପଦରେ ରହି ଯଦି ନ୍ୟାୟ ଦେବାରେ ଅସମର୍ଥ ତେବେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନର ସହ ଇସ୍ତଫା ଦେଇଦେବା ଦରକାର। ନଚେତ ଜନତା କ୍ଷମା କରିବେ ନାହିଁଏହା କେବଳ ବିଜେପି ସରକାରରେ ହେଉଛି ତାହା ନୁହେଁ। ଗତ ପଚିଶ ବର୍ଷର ବିଜେଡି ସରକାରରେ ମଧ୍ଯ ଚାଲୁଥିଲା। ଏପରିକି ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଜଣେ ପୋଲିସ କର୍ମଚାରୀ ଗୁଳିକରି ହତ୍ୟା କରିଥିଲେ। ଏହାର ରିପୋର୍ଟ ମଧ୍ଯ ଲୋକ ଲୋଚନକୁ ଆସିନାହିଁ। ରାଜ୍ଯରେ ବିଜେଡି ସରକାର ସାଧାରଣ ଜନତା ଦେଖିଲେପନ୍ଦର ମାସର ବିଜେପି ସରକାର ମଧ୍ଯ ଦେଖିଲେକଂଗ୍ରେସ ଏକମାତ୍ର ଦଳ ଯାହା ସାଧାରଣ ଜନତାଙ୍କ ଆଶା ଭରସା। ଯଦି ସରକାର ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ଧ୍ୟାନ ନଦିଅନ୍ତିଦୋଷୀଙ୍କୁ ଦଣ୍ଡ ବିଧାନ ନକରନ୍ତି ତେବେ ସାଧାରଣ ଲୋକଙ୍କ ସହ କଂଗ୍ରେସ ରାଜ ରାସ୍ତାରେ ଲଢେଇ କରିବ।

ଖୋଦ୍ ମୁଖ୍ୟମନ୍ତ୍ରୀ ନିଜ ଅଧୀନରେ ଗୃହ ବିଭାଗ ରଖିଥିବା ବେଳେ ବର୍ତ୍ତମାନ ଆଇନ ଶୃଙ୍ଖଳା ପରିସ୍ଥିତି ଯେପରି ହୋଇଛି ତାଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ରାଜୀବ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଗତକାଲି ବ୍ରହ୍ମପୁରର ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀଯିଏ ସର୍ବୋଚ୍ଚ ଭୋଟରେ ରାଜ୍ଯ ବାର୍ କାଉନସିଲକୁ ନିର୍ବାଚିତ ହେଇଥିଲେ ତାଙ୍କୁ ଗୁଳକରି ହତ୍ୟାକରିବା ହେଉବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ଏବିଭିପି ନେତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମଦାହଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ବାଚନ ମଣ୍ଡଳୀ ନିମାପଡା ବଳଙ୍ଗା ଛାତ୍ରୀଙ୍କୁ ଜାଳି ମାରିଦେବା ହେଉ ଅବା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମୁଖରେ ପ୍ରକାଶ ରଣବିଜୁଳିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାମାନରୁ ବିଜେପି ସରକାରର ଅପାରଗତା ଜଣାପଡୁଛି। ଏ ସରକାରରେ ଆଇନ ଶୃଙ୍ଖଳା ପୁରା ବିପର୍ଯ୍ୟସ୍ତ। ଯେଉଁମାନେ ନିଜ ଦଳର ନେତାମାନଙ୍କୁ ମୃତ୍ଯୁମୁଖରୁ ରକ୍ଷା କରି ପାରୁନାହାନ୍ତି ସେମାନେ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବେ କିପରିସେମାନେ ସରକାରରେ ରହିବା ଅଧିକାର ନାହିଁଇସ୍ତଫା ଦେବା ଦରକାର। ଓଡି଼ଶାର ମାଆ ଭଉଣୀମାନେଯେଉଁମାନେ ବ୍ୟବସାୟ କରୁଛନ୍ତି ଯେଉଁମାନେ ସାମ୍ବାଦିକତା କରୁଛନ୍ତି ସେମାନେ ସମସ୍ତେ ଭୟଭୀତ। ସେମାନଙ୍କର ପୋଲିସ ଓ ସରକାରଙ୍କ ଉପରୁ ଭରସା ତୁଟିଯାଇଛି। ହଜାର ବର୍ଷର ଭାଇଚାରାର ସହର କଟକରେ ଯେଉଁଭଳି ଦଙ୍ଗା ହେଲା ଓ କର୍ଫୁ ହେଲା ତାହା ସରକାର ଓ ପୋଲିସର ନିଷ୍କ୍ରିୟତାକୁ ପଦାରେ ପକାଉଛି। ଭୁଲ୍ କାହାର ତାକୁ ଦଣ୍ଡ ମିଳିବା ଦରକାର କିନ୍ତୁ ଏଠି ଏତେବଡ଼ ଦଙ୍ଗା ହେଇଯାଉଛିହଜାର ହଜାର ଲୋକ ରାସ୍ତାକୁ ଆସୁଛନ୍ତି ଏଥିପାଇଁ ସରକାର ଓ ପୋଲିସ ଗୁଇନ୍ଦା ବିଭାଗର ଦାୟୀ। କଂଗ୍ରେସ ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସହ ଡିଜିପିଙ୍କ ଇସ୍ତଫା ଦାବୀ କରୁଛି କଂଗ୍ରେସ। ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗ୍ରସ୍ତ ସମୟରେ ନିଶା ବ୍ୟବସାୟକୁ ବିରୋଧ କରୁଥିବା ଯୁବକଙ୍କୁ ରାଜଧାନୀର ରସୁଲଗଡଠାରେ ଗୁଳି କରି ହତ୍ଯା କରିଦେଲେ। ସରକାରର ହାତବାରିସି ସାଜିଥିବା ପୋଲିସ ବିଶେଷ କରି ଡିଜିପି ନୀରବଦ୍ରଷ୍ଟା ସାଜି ଶୋଇପଡି଼ଛନ୍ତି। କେବଳ କେନ୍ଦ୍ରରୁ ଆସୁଥିବା ପ୍ରଧାନମନ୍ତ୍ରୀମନ୍ତ୍ରୀବିଜେପି ନେତା ଏପରିକି ଆଦାନୀ ଅମ୍ବାନୀଙ୍କୁ ସୁରକ୍ଷା ଦେଉଛନ୍ତି।

ଭୁବନେଶ୍ୱର, ୦୬ ଅକ୍ଟୋବର ୨୦୨୫




ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ବହୁ ପ୍ରତିକ୍ଷୀତ ନ୍ୟାୟ ଯାତ୍ରା ଏବଂ ସମାବେଶ ଖରିଆରରୁ ନୂଆପଡା ଅଭିମୁଖେ ଆରମ୍ଭ କରିଛନ୍ତି । ଉତ୍କେଲା ବିମାନ ବନ୍ଦରରୁ ଖରିଆର ପହଞ୍ଚିବା ପରେ କଂଗ୍ରେସର ନେତୃବୃନ୍ଦ ଏବଂ ହଜାର ହଜାର କର୍ମକର୍ତ୍ତା ଶ୍ରୀ ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଏକ ବିଶାଳ ବାଇକ୍ ରାଲିରେ ଖରିଆର ରୋଡ଼ର ନ୍ୟାୟ ସମାବେଶ ସଭା ସ୍ଥଳକୁ ନେଇଥିଲେ । ନୂଆପଡା ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା ସଭାପତି ସଭାପତି ଘାସିରାମ ମାଝୀ ଶ୍ରୀ ଦାସଙ୍କୁ ସ୍ୱାଗତ କରିଥିଲେ ।

ଶ୍ରମିକଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ନ୍ୟାୟ ସମାବେଶରେ ପିସିସି ସଭାପତି ଶ୍ରୀ ଦାସ ସଭାକୁ ଉଦବୋଧନ ଦେଇ କହିଲେକନ୍ୟାକୁମାରୀରୁ କାଶ୍ମୀର ରାହୁଳ ଗାନ୍ଧୀଙ୍କ ପଦଯାତ୍ରା କଂଗ୍ରେସ ପାଇଁ ସଂଜୀବନୀ ସଦୃଶ । କଂଗ୍ରେସର ପ୍ରତ୍ୟେକ କର୍ମକର୍ତ୍ତାଙ୍କ ପାଇଁ ଏହା ଏକ ପ୍ରେରଣା । ବିହାରରେ ରାହୁଳ ଗାନ୍ଧୀଙ୍କ ଯାତ୍ରାରେ ମୁଁ ଅଂଶଗ୍ରହଣ କରିଥିଲି ଏବଂ ଏହା ମତେ ଆଗକୁ ସଂଘର୍ଷ କରିବା ପାଇଁ ଅନେକ ଉତ୍ସାହିତ କରିଛି । ନୂଆପଡା ମାଟିର ପୁଅ ଉଦୀୟମାନ କଂଗ୍ରେସ ନେତା ଘାସିରାମ ମାଝିଙ୍କ ବଳିଷ୍ଠ ନେତୃତ୍ୱରେ ଆମେ ଶ୍ରମିକବଞ୍ଚିତଦଳିତ ଏବଂ ଆଦିବାସୀଙ୍କ ନ୍ୟାୟର ଲଢେଇ କରିବୁ ।  ଭାରତ ସରକାରଙ୍କ ଆଇନ ଅନୁଯାୟୀ ଆମେ ସମସ୍ତଙ୍କୁ ଜମି ପଟ୍ଟା ପ୍ରଦାନ କରିବୁ । ଅଧିକାରରୁ ବଞ୍ଚିତ ହେଉଥିବା ସମସ୍ତଙ୍କ ନ୍ୟାୟ ପାଇଁ ଲଢେଇ ହେଉଛି ରାହୁଳ ଗାନ୍ଧୀଙ୍କ ପ୍ରତିଜ୍ଞା ।ଭୋଟ ଚୋରୀ ଗତ ନିର୍ବାଚନରେ ହୋଇଥିଲା ଓଡିଶାରେ ମଧ୍ୟ ହୋଇଛି କାରଣ ବିଜେଡିର ୫୦ ରୁ ଉର୍ଧ୍ଵ ବିଧାୟକ ନିର୍ବାଚନ ଜିତିବା ସତ୍ୱେ କେମିତି ଗୋଟିଏ ମଧ୍ୟ ଏମପି ସିଟ ବିଜେଡି ଜିତିଲା ନାହିଁ । ଏଥିରୁ ଭୋଟ ଚୋରୀ ସ୍ପଷ୍ଟ ପ୍ରମାଣିତ ହେଉଛି । ତେଣୁ ଲୋକଙ୍କୁ ଭୋଟ ଚୋରୀ ବିଷୟରେ ସଜାଗ କରିବା ପାଇଁ କଂଗ୍ରେସ ବିରାଟ ଦସ୍ତଖତ ଅଭିଯାନ ପଞ୍ଚାୟତରୁ ସହର ପର୍ଯ୍ୟନ୍ତ ଆରମ୍ଭ କରିଛି । ବିଜେଡି ଏବଂ ବିଜେପି ଭଳିଆ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆମେ ନିର୍ବାଚନ ଲଢ଼ିବୁ ନାହିଁ । ଆମେ ଗାଁ ଗାଁ ଯାଇ ଭୋଟ ଭିକ୍ଷା କରିବୁ ଲୋକଙ୍କ ସହିତ ମିଶିବୁ । କଂଗ୍ରେସ ଜିଲ୍ଲା ସଭାପତି ଶ୍ରୀ ମାଝୀ ଜଣେ ଅତ୍ୟନ୍ତ ପରୋପକାରୀ ଏବଂ ସାମାଜିକ ନ୍ୟାୟ ପାଇଁ ସଂଘର୍ଷଶୀଳ ନେତା । ଆମେ ସମସ୍ତେ ମିଶି ଲଢେଇ କରି ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇ କଂଗ୍ରେସକୁ ଜୟଯୁକ୍ତ କରିବୁ ବୋଲି ପିସିସି ସଭାପତି ତାଙ୍କ ବକ୍ତବ୍ୟ ରଖିଥିଲେ ।

ନୂଆପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ନ୍ୟାୟ ସମାବେଶରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। କଂଗେସ ଏବଂ ଜନନାୟକ ରାହୁଲ ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ  ହୋଇ ପିସିସି ସଭାପତି ଶ୍ରୀ ଦାସଙ୍କ ନେତୃତ୍ବକୁ ଆସ୍ଥା ପ୍ରକଟ କରି ନୂଆପଡ଼ା ଜିଲ୍ଲାର ବହୁ ଯୁବ କର୍ମୀ ଓ ନେତା ବିଜେଡି ଓ ବିଜେପି ଦଳ ପରିତ୍ୟାଗ କରି କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅଭିଷେକ ଜଗତଙ୍କ ସହ ଶତାଧିକ ଯୁବକ କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ଏତଦ୍ ବ୍ୟତୀତ ପୂର୍ବତନ ସରପଞ୍ଚ ଲକ୍ଷ୍ମଣ ବାଗଅମିତ କୁମାର ନିଆଲ (ୱାର୍ଡ ମେମ୍ବର)ନୀଳାମ୍ବର ଦଣ୍ଡସେନା (ପୂର୍ବତନ ୱାର୍ଡମେମ୍ବର)ବିନୋଦ କୁମାର ନିଆଲଭଗରଥି କୁମ୍ଭାରଧନୁର୍ଜ୍ୟୟ ଆଡ଼ବଙ୍ଗ ରତନ ପୋଡ଼ମକଧ୍ୱଜ ଆଡବଙ୍ଗ,  ଅରକ୍ଷିତ ତାଣ୍ଡିମାୟାଧର ସୁନାନୀଉପେନ୍ଦ୍ର ଆଡ଼ବଙ୍ଗକେଶବ ବଘେଳଜତି ରାମ ସୁନାନୀସାର୍ଟ ସୁନାନିଶୁଦ୍ଧିରାମ ମାଝୀ ପ୍ରମୁଖ ନେତୃବୃନ୍ଦ ଏବଂ ପଦାଧିକାରୀ ବିଜେପି ଓ ବିଜେଡ଼ି ଦଳ ଛାଡ଼ି କଂଗ୍ରେସ୍ ଦଳରେ ଆଜି ସାମିଲ୍ ହୋଇଥିଲେ। ପିସିସି ସଭାପତି ଶ୍ରୀ ଦାସ ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ଵାଗତ କରିଥିଲେ। ଆଜିର ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ  ପିସିସି ଉପ ସଭାପତି ସନ୍ତୋଷ ସିଂହ ସାଲୁଜାକଂଗ୍ରେସ ନେତା ଭାରତ ଭୁଷଣ ବେମାଲ ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସାଗରିଆ ପ୍ରମୁଖ ବହୁ ନେତୃବୃନ୍ଦଜିଲ୍ଲା ଏବଂ ରାଜ୍ୟସ୍ତରୀୟ କର୍ମକର୍ତ୍ତା ଓ ହଜାର ହଜାର ସଂଖ୍ୟାରେ ମହିଳା,ଯୁବଛାତ୍ର ଯୋଗଦେଇଥିଲେ  ସୂଚନାଯୋଗ୍ୟ ଆଗାମୀ ତିନିଦିନ ପିସିସି ସଭାପତି ଶ୍ରୀ ଦାସ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ସମସ୍ତ ବର୍ଗର ନେତୃବୃନ୍ଦ ଏବଂ ସାଧାରଣ ଜନତାଙ୍କୁ ଭେଟି ଭୋଟ ଭିକ୍ଷା କରିବେ 

ଭୁବନେଶ୍ୱର, ୦୬ ଅକ୍ଟୋବର ୨୦୨୫




ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ସାଇନସେସ୍ (ଆଇବିସିଏସ୍‌) ଏବଂ ବିଶ୍ୱବିଦ୍ୟାଳୟର ଏନ୍‌ଏସଏସ୍ ଶାଖା ପକ୍ଷରୁ ସେପ୍ଟେମ୍ବର ମାସ ୨୭ ତାରିଖ ଦିନ ‘ସ୍ୱଚ୍ଛ ଭାରତ ଅଭିଯାନ’ ପରିପ୍ରେକ୍ଷୀରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। 

ସ୍ୱଚ୍ଛତା, ପରିଚ୍ଛନ୍ନତା ଏବଂ ପରିବେଶ ପ୍ରଦୂଷଣକୁ ରୋକିବା ଦିଗରେ ସଚେତନତା ନେଇ ଆଇବିସିଏସ୍ କ୍ୟାମ୍ପସ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। 

କାର୍ଯ୍ୟକ୍ରମରେ ଆଇବିସିଏସ୍‌ର ଡିନ ପ୍ରଫେସର ଅୟସ କାନ୍ତ ମହାନ୍ତି, ଆସୋସିଏଟ ଡିନ୍ ପ୍ରଫେସର ମନୋରଞ୍ଜନ ଦାଶ ଏବଂ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗ ଦେଇ ସ୍ୱଚ୍ଛତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। 

ଏନ୍‌ଏସ୍‌ଏସ୍ ର ପ୍ରୋଗ୍ରାମ ଅଫିସର ଶ୍ରୀ ଅନନ୍ତ ପ୍ରସାଦ ନନ୍ଦଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ‘କ୍ଲିନ୍ କ୍ୟାମ୍ପସ, ଗ୍ରୀନ୍ କ୍ୟାମ୍ପସ’ ଏବଂ ‘ଏ କ୍ଲିନ୍ ଏନ୍‌ଭାଇରନ୍‌ମେଂଟ ଇଜ ଏ ହେଲ୍‌ଦି ଏନ୍‌ଭାଇରନ୍‌ମେଂଟ’ ସ୍ଲୋଗାନ୍ ଦେଇ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଭୁବନେଶ୍ୱର, ୦୬ ଅକ୍ଟୋବର ୨୦୨୫




  • ବିଜେଡି ସରକାରରେ ଟଙ୍କା ନେଇ ଚାକିରି ଦେବା ଦୁର୍ନୀତି ଏକ ପ୍ରକ୍ରିୟା ପାଲଟିଥିଲା: ଅଭିଳାଷ ପଣ୍ଡା
  • ଦୁର୍ନୀତି ବିରୋଧରେ ଘଂଟ ଘୋଡାଉଥିଲା ବିଜେଡି ଏବେ କାର୍ଯ୍ୟାନୁଷ୍ଠାନ ନେଉଛି ବିଜେପି
  •  ମୋହନ ଚରଣ ମାଝୀଙ୍କ ସରକାର ସାରା ଓଡ଼ିଶାକୁ ଦୁର୍ନୀତିମୁକ୍ତ ସରକାର ଦେବାକୁ ପ୍ରତିଶ୍ରୁତିବଦ୍ଧ
  • ଓଡ଼ିଶାର ଜନସାଧାରଣ, ଯୁବକମାନଙ୍କ ଧ୍ୟାନ ହଟାଇବା ପାଇଁ ଅପଚେଷ୍ଟା ଚଲାଇଛି ବିଜେଡି
  • “ଚୋର ମଚାଏ ସୋର” ଭଳି ବିଜେଡି ନେତାମାନେ ଏବେ ପ୍ରଳାପ କରିବାରେ ଲାଗିଛନ୍ତି

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ରରେ ଗତ ୧୧ ବର୍ଷ ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଦେଢ଼ବର୍ଷ ହେବ ବିଜେପି ସରକାର ଚାଲିଛି। ମାତ୍ର ଏହି ସରକାରରେ ଏପର୍ଯ୍ୟନ୍ତ କୌଣସି ପ୍ରକାର ଦୁର୍ନୀତିର ଛାପ ପଡ଼ିନାହିଁ। ଯେଉଁଠି ବି ଦୁର୍ନୀତି ହୋଇଛି, ସେଠାରେ ବିହୀତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତଦନ୍ତ ପରେ ସେମାନଙ୍କୁ ଗିରଫ କରି ଜେଲ ପଠାଇ ଦିଆଯାଇଛି। ଏବେ ପୋଲିସ ଏସ୍‌ଆଇ ଦୁର୍ନୀତି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସମସ୍ତ ପରୀକ୍ଷାର୍ଥୀଙ୍କ ସମେତ ଦଲାଲ୍‌ମାନଙ୍କୁ ଗିରଫ କରାଯାଇଛି। ଯେଉଁମାନେ ଏହି ରାକେଟ୍‌ରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜାରି ରହିଛି। ବିଜେଡି ସରକାରରେ ଅତୀତରେ ଦୁର୍ନୀତି ଉପରେ ଘଂଟ ଘୋଡ଼ାଯାଉଥିଲା ଏବେ ବିଜେପି ସରକାର ଆକ୍ସନ ନେଉଛି। ତେଣୁ ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍‌ଆଇଏ ତଦନ୍ତ ହେବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା କହିଛନ୍ତି। 

ଶ୍ରୀ ପଣ୍ଡା କହିଛନ୍ତି, ବିଗତ ସରକାରରେ ଦୁର୍ନୀତି ଚରମସୀମା ଛୁଇଁ ଥିଲା। ୨୦୨୩ରେ ସିଭିଲ ଜେଇ ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ସେତେବେଳେ ବାଲେଶ୍ୱର ପୋଲସି ଗୋଟିଏ ରାକେଟକୁ ଧରିଥିଲା। ସେତେବେଳେ ବିଜେଡି ସରକାରରେ ଥିଲା। ଏହି ମାମଲାରେ ସେତେବେଳେ ୮୬ ଜଣ ପରୀକ୍ଷାର୍ଥୀଙ୍କୁ ପୋଲିସ ଅଟକ ରଖିଥିଲା। ସମ୍ପୃକ୍ତ ଅଭିଯୁକ୍ତମାନେ ଏହି ଚାକିରି ପାଇଁ ଟଙ୍କା ଦେଇଥିବା ଜଣାପଡ଼ିଥିଲା। ମାତ୍ର ସେମାନଙ୍କ ବିରୋଧରେ ବିଜେଡି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ଏପରିକି ଏଫ୍‌ଆଇଆର୍ ମଧ୍ୟ ହୋଇ ନ ଥିଲା। କାରଣ ଏଥିରେ ବିଜୁ ଜନତା ଦଳର ନେତାମାନଙ୍କ ସିଧାସଳଖ ସମ୍ପୃକ୍ତି ଥିଲା। ଯୁବତୀ ଯୁବକମାନଙ୍କଠାରୁ ଟଙ୍କା ନେଇ ଚାକିରି ଦେବା ପାଇଁ ସେମାନେ ଏକ ଢାଂଚାଗତ ଯୋଜନା କରିଥିଲେ। ଏହା ପୂର୍ବରୁ୨୦୧୯ରେ ପୋଲିସ ଏସ୍‌ଆଇ ପରୀକ୍ଷା ହୋଇଥିଲା। ୨୦୨୩ରେ ଏହି ପ୍ରକ୍ରିୟା ଶେଷହୋଇଥିଲା। ସେତେବେଳେ ସାଧାରଣ ବର୍ଗ ପାଇଁ କଟ୍‌ଅଫ ମାର୍କ ୯୫ ପ୍ରତିଶତ ରଖାଯାଇଥିଲା। କୌଣସି ପ୍ରବେଶିକା ପରୀକ୍ଷା ଅବା କମ୍ପିଟେଟିଭ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ୯୫ ପ୍ରତିଶତ ରହିବା ଗ୍ରହଣ ଯୋଗ୍ୟ, ମାତ୍ର କଟ୍‌ଅଫ୍ ମାର୍କ ୯୫ ପ୍ରତିଶତ ପର୍ଯ୍ୟନ୍ତ ଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନେକ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବା ପରେ ଚାକିରି ପାଇବାକୁ ଅଶା ରଖିଥଲେ। ମାତ୍ର କଟ୍‌ଅଫ୍ ମାର୍କ ଅଧିକ ରହିବା ଯୋଗୁ ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା। ସେହିପରି ଅନୂସୂଚିତ ଜାତି ପାଇଁ ସେତେବେଳେ ୯୨ ପ୍ରତିଶତ କଟ୍‌ଅଫ୍ ମାର୍କ ଥିଲା। ଫଳରେ ବହୁ ଆଶାୟୀ ଚାକିରି ପାଇବାରୁ ବଂଚିତ ହୋଇଥିଲେ। ଟଙ୍କା ନେଇ ଚାକିରି ଦେବା ଦୁର୍ନୀତି ବିଜେଡିର ଏକ ପ୍ରକ୍ରିୟା ପାଲଟିଯାଇଥିଲା। ମାତ୍ର ବିଜେପି ସରକାର ପୁରୁଣା ଢାଂଚାରେ ଚାଲୁଥିବା ଚାକିରି ବିକ୍ରି ସିଣ୍ଡିକେଟକୁ ଧରିଛନ୍ତି।

ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ୧୩ଜଣ ଗୋଟିଏ କୋଚିଂ ସେଂଟରର ନାମ କହିଛନ୍ତି। ତାହା ହେଲା ବଣିକ। ଦେଶର ଯେତେସବୁ ଭଲ କୋଚିଂ ସେଂଟର ରହିଛି ସଭିଏଁ ପିଲାଙ୍କୁ ପାଠ ପଢ଼ିବା ପାଇଁ ଭଲଭଲ ସ୍ଲୋଗାନ ଦେଉଥିବାବେଳେ ବଣିକର ସ୍ଲୋଗାନ ଥିଲା ସରକାରୀ ଚାକିରି ଥୁଆ ହୋଇଛି, ଅର୍ଥାତ୍ ସରକାରୀ ଚାକିରି କରିବାକୁ ଚାହିଁଲେ କେବଳ ବଣିକରେ ନାମ ଲେଖାନ୍ତୁ। ଏଥିରୁ ସ୍ପଷ୍ଟ ଯେ, ଏହି କେଳେଙ୍କାରୀରେ ବଣିକ ଅନୁଷ୍ଠାନର ମାଲିକ ତଥା ବିଜେଡିର ଟାଣୁଆ ନେତା ସୁବ୍ରତ ଛାଟୋଇଙ୍କ ସମ୍ପୃକ୍ତି ରହିଛି। ବିଜେଡି ସରକାର ଅମଳରୁ ଏହା ଚାଲିଆସୁଛି। ଏଣୁ ପିଲାମାନଙ୍କୁ ଏହି ସଂସ୍ଥା ଓ ଏହାର ମାଲିକ ନିର୍ଭର ପ୍ରତିଶ୍ରୁତି ଦେଇଚାଲିଥିଲେ। ପୁର୍ବରୁ ଏଏସ୍‌ଓ ଚାକିରି ବିକ୍ରି ରାକେଟ୍‌ରେ ମଧ୍ୟ ଏହି ସଂସ୍ଥା ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ମାତ୍ର ତତ୍କାଳୀନ ବିଜେଡି ସରକାର ତାଙ୍କ ଦଳ ନେତାଙ୍କୁ ଘଂଟ ଘୋଡାଇ ଚାଲିଥିଲା। କାର୍ଯ୍ୟାନୁଷ୍ଠାନ ତ ଦୂର କଥା, ତଦନ୍ତ ମଧ୍ୟ କଲେନାହିଁ। ଏବେ ପୋଲିସ ଏସ୍‌ଆଇ ନିଯୁକ୍ତି ଘଟଣାରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଏନ୍‌ଏସି ଅନ୍ତର୍ଗତ ୪ ନମ୍ବର କାଉନସିଲର ତଥା ବିଜେଡି ନେତା ଯତୀନ କୁମାର ଦଳାଇ (୨୬)ଙ୍କୁ ଗିରଫ କରାଯାଇଛି। ସେହିପରି ବଲାଙ୍ଗୀର ଜିଲ୍ଲା ମୁରିବାହଲ ଥାନା ଅନ୍ତର୍ଗତ ପତ୍ରାପାଲିର ମୁନକି ରାଜପଲିଆ ଓ ତାଙ୍କ ସ୍ୱାମୀ ପ୍ରହଲ୍ଲାଦ ନାଗ ମଧ୍ୟ ଗିରଫ ହୋଇଛନ୍ତି। ମୁନକି ହେଉଛନ୍ତି ବିଜେଡି ସମର୍ôଥତ ସମିତିସଭ୍ୟ ଏବଂ ଉକ୍ତ ଦଳର ଜଣେ ନାରୀ ନେତ୍ରୀ। କେବଳ ଏମାନେ ନୁହନ୍ତି ଧରାପଡ଼ିଥିବା ଅଧିକାଂଶ ଅଭିଯୁକ୍ତ ହେଲେ ବିଜେଡିର କାର୍ଯ୍ୟକର୍ତା। ମାତ୍ର “ଚୋର ମଚାଏ ସୋର” ଭଳି ବିଜେଡି ନେତାମାନେ ଏବେ ପ୍ରଳାପ କରିବାରେ ଲାଗିଛନ୍ତି। ଏହା ଅତ୍ୟନ୍ତ ହାସ୍ୟାସ୍ପଦ। ବିଜେଡି ଏବେ ପ୍ରକୃତ ଘଟଣାର ଦିଶା ବଦଳାଇବା ପାଇଁ, ନିଜକୁ ସୁରକ୍ଷା ଦେବା ପାଇଁ, ସେମାନଙ୍କ ଉପରକୁ ଉଠୁଥିବା ଆଙ୍ଗୁଳିକୁ ପ୍ରତିରୋଧ କରିବା ପାଇଁ, ଓଡ଼ିଶାର ଜନସାଧାରଣ, ଯୁବକମାନଙ୍କ ଧ୍ୟାନ ହଟାଇବା ପାଇଁ ଅପଚେଷ୍ଠା ଏହି ଚଲାଇଛି। ମାତ୍ର ଏଥିରେ ବିଜେଡି କେବେବି ସଫଳ ହେବ ନାହିଁ। ମୋହନ ଚରଣ ମାଝୀଙ୍କ ସରକାର ସାରା ଓଡ଼ିଶାକୁ ଦୁର୍ନୀତିମୁକ୍ତ ସରକାର ଦେବାକୁ ପ୍ରତିଶ୍ରୁତିବଦ୍ଧ। କୌଣସି ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି ଶ୍ରୀ ମାଝୀ ପୂର୍ବରୁ କହିଥିବାବେଳେ ଏନେଇ ଜୋରଦାର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ପୂର୍ବରୁ ଓଟିଇଟି ପରୀକ୍ଷା ଦୁର୍ନୀତି ଘଟଣାରେ ବଡ଼ବଡ଼ ଅଧିକାରୀଙ୍କୁ ଜେଲ ପଠାଇ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget