ନୂଆଦିଲ୍ଲୀ/ ଭୁବନେଶ୍ୱର, ୨୬ ଫେବୃଆରୀ- ଇଣ୍ଡିଆନ୍ ଅଏଲ ଓ ଯୁକ୍ତ ରାଷ୍ଟ୍ର ଆମୋରିକାର ଏକ୍ସନ୍ ମୋବିଲ କର୍ପୋରେସନ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣା ଭାରତର ଅପହଂଚ ଅଂଚଳରେ ପ୍ରାକୃତିକ ଗ୍ୟାସ୍ ଯୋଗାଣରେ ବେଶ୍ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଏକ୍ସନ ମୋବିଲ ସହ ଇଣ୍ଡିଆନ୍ ଅଏଲର ବୁଝାମଣା ସ୍ବାକ୍ଷର ଆଧାରରେ ଦେଶର ପାଇପ୍ ଲାଇନ୍ ଯୋଗେ ପ୍ରାକୃତିକ ଗ୍ୟାସ୍ ନପହଂଚିପାରୁଥିବା ଅଂଚଳରେ ଏକ୍ସନ୍ ମୋବିଲ ରେଳ , ରାସ୍ତା ଓ ଜଳ ପଥରେ ପ୍ରାକୃତିକ ଗ୍ୟାସ୍ ପହଂଚାଇବ । ଏହି ଯୋଗାଣ ପ୍ରକ୍ରିୟା ସୁରକ୍ଷିତ , ଭରସାଯୋଗ୍ୟ ଏବଂ କମ୍ ଖର୍ଚ୍ଚରେ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
Post a Comment