ଭୁବନେଶ୍ୱର : ୨୨/୦୨: ଇଂରାଜି ଭାଷାର ବ୍ୟବହାର କମିଲେ ବିଜୁ ଜନତା ଦଳକୁ ବହୁତ ବାଧୁଛି । ଭୁବନେଶ୍ୱର ଏମରେ କିଛି ସରକାରୀ କାମରେ ହିନ୍ଦି ଭାଷାର ବ୍ୟବହାରକୁ ବିଜୁ ଜନତା ଦଳର ବିରୋଧ କରିବା ପରେ ଏହା ପ୍ରମାଣିତ ହେଉଛି । ବିଜୁ ଜନତା ଦଳର ଓଡ଼ିଆ ଭାଷା ପ୍ରତି ମମତା କମ୍ ଇଂରାଜି ଭାଷା ପ୍ରତି ମମତା ଅଧିକ ରହିଛି । ଏମ୍ କର୍ତ୍ତୃପକ୍ଷ ଯେଉଁ ନିୟମ ଆଣିଛନ୍ତି ସେଥିରେ କୌଣସି ସ୍ଥାନରେ ଲେଖା ହୋଇନାହିଁ କି ଓଡିଆ ଭାଷାକୁ ବ୍ୟବହାର କରାନଯାଉ ବୋଲି । ସେହିପରି ରୋଗୀ ସେବା ସମ୍ପର୍କିତ ବା ରୋଗୀମାନଙ୍କ ସହିତ ସିଧାସଳଖ ଜଡିତ ବିଭାଗ ମାନଙ୍କରେ କୌଣସି ଭାବରେ ବି ଏ ନେଇ ପରିବର୍ତନ ଅଣାଯାଇନାହିଁ । ରୋଗୀ ଯେଉଁ ଭାଷା ବୁଝିବେ ସେହି ଭାଷାରେ ହିଁ ଡାକ୍ତର ଓ ନର୍ସ ବା କର୍ତ୍ତୃପକ୍ଷ ସେମାନଙ୍କ ସହିତ ସେହି ଭାଷାରେ କଥା ହେବେ । କୌଣସି ଭାଷାକୁ ବାଧ୍ୟତାମୂଳକ କରାଯାଇନାହିଁ । ଓଡ଼ିଆ ରୋଗୀଙ୍କ ସହିତ ସମସ୍ତ ଯୋଗାଯୋଗ ଓଡ଼ିଆ ଭାଷାରେ ହେବ । ବିଜୁ ଜନତା ଦଳ ବିନା ଆଧାରରେ ଭ୍ରମିତ କରୁଛି ବୋଲି ଏକ ପ୍ରେସ ବିବୃତିରେ କହିଛନ୍ତି ବିଜେପିର ବରିଷ୍ଠ ନେତା ଖାରବେଳ ସ୍ବାଇଁ ।
ଶ୍ରୀ ସ୍ବାଇଁ କହିଛନ୍ତି ଯେ, ଏମ୍ନରେ ଏମବିବିଏସ ଓ ନର୍ସଙ୍ଗରେ ପିଲାମାନଙ୍କୁ ଓଡ଼ିଆ ଭାଷାରେ ପାଠ ପଢାଯାଉଛି । ମୋଦି ସରକାର ରେଳ ଟିକଟରେ ଓଡିଆ ଭାଷାର ପ୍ରଚଳନ କଲେ । ରାଜ୍ୟ ସରକାର ଓ ବିଜୁ ଜନତା ଦଳ ଏବେ ସ୍ପଷ୍ଟ କରନ୍ତୁ, ରାଜ୍ୟର ଏସସିବି ମେଡିକାଲ କଲେଜ, ବୁର୍ଲା ମେଡିକାଲ କଲେଜ ଓ ବ୍ରହ୍ମପୁର ମେଡିକାଲ କଲେଜରେ ଯେତେ ସେବୁ ସରକାରୀ ଚିଠି ଦିଆନିଆ । ହେଉଛି ତାହା କେଉଁ ଭାଷାରେ ହେଉଛି ? କାହିଁକି ଓଡିଆ ଭାଷାରେ ସେଠାରେ ସରକାରୀ କାମ ହେଉନାହିଁ । ରାଜ୍ୟ ଶାସନର ପ୍ରାଣକେନ୍ଦ୍ର ଉଭୟ ଲୋକସେବା ଭବନ ଓ ବିଧାନସଭାରେ ସମସ୍ତ ଚିଠି ଏବେବି ଇଂରାଜି ଭାଷାରେ ହେଉଛି । ଓଡିଆ ଭାଷା ପ୍ରତି ଏପରି ବୈମାତୃକ ମନୋଭାବ କାହିଁକି ବୋଲି ଖାରବେଳ ପ୍ରଶ୍ନ କରିଛନ୍ତି ।
ନ୍ୟାୟାଳୟ ମାନଙ୍କରେ ମୁଖ୍ୟ ଭାଷା ଭାବରେ ଇଂରାଜି ଭାଷାର ବ୍ୟବହାର ହେଉଛି । କାହିଁକି ଓଡିଆ ଭାଷାରେ ନ୍ୟାୟ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଉନାହିଁ ? ଦେଶର ଅନ୍ୟରାଜ୍ୟ ମାନେ ସେମାନଙ୍କର ନ୍ୟାୟିକ ବ୍ୟବସ୍ଥାରେ ସଂସ୍କାର ଆଣି ନିଜର । ମାତୃଭାଷାରେ ନ୍ୟାୟ ଦେବା ପାଇଁ ପଦକ୍ଷେପ ନେଲେଣି । ହେଲେ ଓଡ଼ିଶା ଏ ଦିଗରେ ଏବେ ସୁଦ୍ଧା ଭାବିବା ବି ଆରମ୍ଭ କରିନାହିଁ । ଆଜି
ବିଜୁ ଜନତା ଦଳର ପ୍ରତିନିଧି ଦଳର ନେତୃତ୍ବ ନେଉଥିବା ପିନାକି ମିଶ୍ର ନିଜେ କୁହନ୍ତୁ ସେ ହାଇକୋର୍ଟରେ କେଉଁ ଭାଷାରେ ନିଜର ତର୍କ ରଖିଛନ୍ତି । ବିଜୁ ଜନତା ଦଳର ଓଡ଼ିଆ ଭାଷା ପ୍ରତି କୌଣସି ଆନ୍ତରିକତା ନାହିଁ । କେବଳ ଶସ୍ତା ରାଜନୀତି କରିବା ନେଇ ସାଧାରଣ ଲୋକଙ୍କୁ ଭ୍ରମିତ କରୁଛି ଶ୍ରୀ ସ୍ବାଇଁ କହିଛନ୍ତି ।
Post a Comment