ବିଜେପିର ବିଶାଳ ଜନସଭାରେ କେନ୍ଦ୍ରମନ୍ତ୍ରୀ ଓଡିଶାରେ ପୂର୍ବୋଚଳ ରାଜ୍ୟସମୂହ ପାଇଁ ଶାହାଙ୍କ ବୈଠକ ପୂର୍ବ ଭାରତରେ ଓଡିଶାକୁ ବିକାଶରେ ପ୍ରଧାନ୍ୟ:-ଧର୍ମେନ୍ଦ୍ର ପ୍ରଧାନ,
• ମୋଦି ଓ ଶାହା ଓଡିଶା ପାଇଁ ଐତିହାସିକ ଫନୀ ସହାୟତା ଦେଇଛନ୍ତି !!
• ଏମ୍ଏଡିଆର ନିୟମରେ ପରିବର୍ତନ କାରଣରୁ ରାଜ୍ୟକୁ ବାର୍ଷିକ ୨୫ ହଜାର କୋଟି ରାଜସ୍ବ ମିଳିବା ସମ୍ଭାବନା !!
• ଓଡିଶାର ବିକାଶ ପାଇଁ ମୋଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜାତୀୟ ରାଜପଥ, କୋଷ୍ଟାଲ ହାଇୱେ, ରେଳ ଲାଇନ, କାମ୍ପା ଫଣ୍ଡକୁ ପ୍ରାଧାନ୍ୟ ଦେବା ସହ ପାଇକ ବିଦ୍ରୋହକୁ ସ୍ବୀକୃତି ଦେଇଛନ୍ତି !!
• ପ୍ରଧାନମନ୍ତ୍ରୀ ଆୟୁଷ୍ଠାନ ଯୋଜନାକୁ ଓଡିଶାରେ ଲାଗୁ କରିବାକୁ ଅନୁରୋଧ !!
• ଓଡିଶାରେ ସଶକ୍ତ ରାଜନୈତିକ ସଂଗଠନ ତିଆରି କରିବା ପାଇଁ ଦଳୀୟ କର୍ମୀଙ୍କୁ ଆହ୍ବାନ !!
• ସାଢେ ୪ କୋଟି ଓଡ଼ିଆଙ୍କ ସ୍ବାର୍ଥ ପାଇଁ ଲଢିବାକୁ ବିଜେପିର ସଂକଳ୍ପ ଦୋହରାଇଲେ !!
ଭୁବନେଶ୍ବର : ୨୮/୦୨-ପୂର୍ବ ଭାରତର ବିକାଶ ବିନା ଦେଶର ବିକାଶ ଅସମ୍ଭବ ଏବଂ ଏହି ବିକାଶରେ ଓଡିଶା ଅଗ୍ରଭାଗରେ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଥମ ଥର ପାଇଁ ପୂର୍ବୋଚଳ ରାଜ୍ୟସମୂହ ବୈଠକକୁ ଓଡ଼ିଶାର ଭୁବନେଶ୍ୱରରେ ଆୟୋଜନ କରି ପୂର୍ବଭାରତ ତଥା ଓଡିଶାର ବିକାଶର କଥା ଚିନ୍ତା କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ବର ଠାରେ ଶୁକ୍ରବାର ବିଜେପି ପକ୍ଷରୁ ଆୟୋଜିତ ବିଶାଳ କନସଭାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅତୀତରେ ଅନେକ ସରକାର ଦିଲ୍ଲୀ ଦରବାରରେ ବସିଛନ୍ତି ମାତ୍ର ରାଜ୍ୟକୁ ଆସି କୌଣସି ସରକାର ବୈଠକ କରୁନଥିଲେ । କିନ୍ତୁ ଅମିତ ଶାହାଙ୍କ ଦୂରଦୃଷ୍ଟି କାରଣରୁ ରାଜ୍ୟରେ ପୂର୍ବୋଚଳ ରାଜ୍ୟସମୂହ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକ କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହମନ୍ତ୍ରୀ ଶ୍ରୀ ଶାହାଙ୍କ ନିକଟରେ ସଠିକ୍ ଭାବରେ ଓଡିଶାର ଥିବା ଅପେକ୍ଷାକୁ ରଖିପାରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଫନୀରେ ବିଧ୍ୱସ୍ତ ଓଡିଶା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହା ପ୍ରାକୃତିକ ଦୁର୍ବିପାକ ଚିରସହଚର ଓଡିଶା ପାଇଁ ଐତିହାସିକ ସହାୟତା ଦେଇଛନ୍ତି । ଫନୀ ମହାବାତ୍ୟାର ଖବର ପାଇବା ମାତ୍ରେ ମୋଦି ସରକାର । ଓଡିଶା ସରକାରଙ୍କୁ ତ୍ବରିତ ୩୪୦ କୋଟି ଟଙ୍କା ସହାୟତା ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଗସ୍ତରେ ଆସି ଫନୀ ସ୍ଥିତି ଅନୁଧ୍ୟାନ କରିବା ସହ ଓଡିଶାକୁ ୧ ହଜାର କୋଟି ଟଙ୍କାର ସହାୟତା ଅର୍ଥ ଘୋଷଣା କରିଥିଲେ । । ଶେଷରେ ଚୂଡାନ୍ତ ସହାୟତା ପାଇଁ ଅତିରିକ୍ତ ୩୩୩୮.୨୨ କୋଟି ଟଙ୍କା ଦେଇ ମୋଦି ସରକାର ମୋଟ ୪୬୭୮.୨ ୨ । କୋଟି ଫନୀ ସହାୟତା ଦେଇଛନ୍ତି । ଅତୀତରେ ଓଡିଶାକୁ ଏତେମାତ୍ରାରେ ସହାୟତା କେବେ ମିଳିନଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମ୍ବଦନ ନେତୃତ୍ବ କାରଣରୁ ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ । ପ୍ରଧାନ ମତବ୍ୟକ୍ତ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ବିକାଶ ପାଇଁ ମୋଦି ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜାତୀୟ ରାଜପଥ, ଉପକୂଳ କୋଷ୍ଟାଲ ହାଇଓ, ରେଳ ଲାଇନ, କାମ୍ପା ଫଣ୍ଡକୁ ପ୍ରଧାନ୍ୟ ଦେବା ସହ ପାଇକ ବିଦ୍ରୋହକୁ ସ୍ବୀକୃତି ଦେଇଛନ୍ତି । ତେବେ ମୋଦି ସରକାରଙ୍କ ବ୍ୟତିତ ଅନ୍ୟ କେଉଁ ସରକାର ଓଡିଶାକୁ ଏପରି ସୁଦୃଷ୍ଟିରେ ଦେଖିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଖଣି ଖାଦାନର ରାଜ୍ୟ ଓଡିଶାରେ ଆଦିବାସୀ ଲୋକଙ୍କର ସମ୍ପତିକୁ ଅତୀତରେ ଶିପତି ମାନଙ୍କୁ ଟେକି ଦିଆଯାଉଥିଲା । ମାତ୍ର ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ୨୦୧୫ ମାଇନ୍ସ ଆଣ୍ଡ ମିନେରାଲ୍ ଡେଭଲପମେଟ୍ ରେଗୁଲେସନ ଆକ୍ଟ(ଏମଏଡିଆର) ନିୟମରେ ପରିବର୍ତନ କରାଗଲା । ନରେନ୍ଦ୍ର ମୋଦିଙ୍କ ଏହି ନୀତି ସୁଧାର କାରଣରୁ ଓଡିଶା ବାର୍ଷିକ ୨୫ ହଜାର କୋଟି ଟଙ୍କା ରାଜସ୍ୱ ପାଇବାର ସମ୍ଭାବନା ଦେଖାଯାଇଛି । ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ଦେବା ପାଇଁ ଆୟୁଷ୍ଠାନ ଭାରତ ଯୋଜନା ଲାଗୁ କରିଛନ୍ତି । ନବରଙ୍ଗପୁର, କୋରାପୁଟ, କେନ୍ଦ୍ରାପଡାର ଗରିବ ଲୋକମାନେ ଏହି ଯୋଜନା ଅଧୀନରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ପାଇବାରେ ବିବାଦ କେଉଁଠୁ ରହିଲା । ତେଣୁ ପ୍ରଧାନମନ୍ତ୍ରୀ ଆୟୁଷ୍ଠାନ ଯୋଜନାକୁ ଓଡ଼ିଶାରେ ଲାଗୁ କରିବାକୁ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ସେ କହିଛନ୍ତି ଯେ ଓଡିଶାରେ ସଶକ୍ତ ରାଜନୈତିକ ସଂଗଠନ ତିଆରି କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହାଙ୍କ ଚେଷ୍ଟା ଜାରୀ ରହିଛି । ଓଡିଆ ଲୋକଙ୍କ ଆଶୀର୍ବାଦ କାରଣରୁ ୮ ଓଡିଆ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଆଜି ରାଜ୍ୟରେ ପ୍ରଶାସନ ନିକଟରେ ଓଡ଼ିଆ ଲୋକଙ୍କ ଅଭିଯୋଗକୁ ଉପସ୍ଥାପନ କରିବା ପାଇଁ ବିଜେପି ବିରୋଧୀ ଦଳର ଭୂମିକା ନେଇଛି । ଶ୍ରୀ ଶାହା ବାରମ୍ବାର ବୁଥ ମଜବୁତ୍ ହେଲେ ଦଳ ମଜବୁତ୍ ହେବ ବୋଲି କହୁଛନ୍ତି । ଆଗାମୀ ଦିନରେ ଓଡ଼ିଆ ଲୋକଙ୍କ ମନ ଜିତିବା ପାଇଁ ଭାରତୀୟ ଜନତା ପାର୍ଟି କଠୋର ପରିଶ୍ରମ କରିବ ଏବଂ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ମନରେ ଥିବା କଳ୍ପନାକୁ ସାକାର କରାଯିବ ବୋଲି ସେ କହିଛନ୍ତି । ରାଜ୍ୟ ବିଜେପି ଦାୟିତ୍ବସମ୍ପନ୍ନ ବିରୋଧୀ ଦଳ ଭାବେ ସାଢେ ୪ କୋଟି । ଓଡ଼ିଆଙ୍କ ସ୍ବାର୍ଥକୁ ପୂରଣ କରିବ ଏବଂ ଗାଁ ଗଣ୍ଡାରେ ରାଜନୈତିକ ଲଢେଇକୁ ଆହୁରି ସକ୍ରିୟ ଭାବେ ପାଳନ କରିବ । ଏଥିପାଇଁ ଆଜି ଦଳର କାର୍ଯ୍ୟକର୍ତାଙ୍କୁ ସଂକଳ୍ପ ନେବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
Post a Comment