ଭୁବନେଶ୍ୱର :୨୯/୦୨-ଆଜି ନେହେରୁ ଯୁବ କେନ୍ଦ୍ର ତରଫରୁ ଭୁବନେଶ୍ଵରର ପୋଖରୀପୁଟଠାରେ ଆୟୋଜିତ ହୋଇଥିବା ୧୫ ଦିନିଆ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶକ୍ତି, ଶି , ଏମ୍ଏସ୍ଏମ୍ଇ, ଗୃହ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥା ଭାବେ ଯୋଗଦେଇ ତାଲିମରେ ଅଂଶଗ୍ରହଣ କରିଥିବା ଯୁବକଯୁବତୀଙ୍କୁ ଦେଶ ଗଠନରେ ସାମିଲ ହେବା ସହ ବିଭ୍ରାନ୍ତକାରୀ ତମାନଙ୍କ ଦ୍ଵାରା ବିପଥଗାମୀ ହେବାଠାରୁ କ୍ଷାନ୍ତ ରହିବାକୁ ଉପଦେଶ ଦେଇଥିଲେ ।
ପ୍ରାରମ୍ଭରେ ନେହେରୁ ଯୁବ କେନ୍ଦ୍ରର ରାଜ୍ୟ ନିର୍ଦ୍ଦେଶକ ଶ୍ରୀ ଜେ.ପି. ଶର୍ମା ସ୍ଵାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଏବଂ ଏହା କିପରି ଯୁବ ମନରେ ରାଷ୍ଟ୍ରୀୟ ଭାବନା ପ୍ରତି ଅନୁପ୍ରାଣିତ କରିବାରେ ସମର୍ଥ ତାହା ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଙ୍କୁ ମହାରାଷ୍ଟ୍ରର ପୁନେରୁ ଆସିଥିବା ଯୁବପ୍ରତିନିଧୁମାନଙ୍କ ଦ୍ଵାରା ଏକ ସ୍ମତି ଫଳକ ଭେଟି ଦିଆଯାଇଥିଲା । ପରେ ବିଭିନ୍ନ ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ତାଲିମ କାର୍ଯ୍ୟକ୍ରମରେ ଉଭୟ ଓଡ଼ିଶା ଓ ମହାରାଷ୍ଟ୍ରର ୧୦ଟି ଜିଲ୍ଲାର ୧୦୦ ଜଣ ଯୁବକଯୁବତୀ ଅଂଶଗ୍ରହଣ କରିଛନ୍ତି । ଏଥିରେ ମହାରାଷ୍ଟ୍ରର ଜଲଗାଓଁ, ଭଣ୍ଡାରା, ପୁଣେ, ଥାନେ ଓ ଧୁଲେ ଜିଲ୍ଲାର ପ୍ରତିନିଧୁ ଥିବାବେଳେ ଓଡ଼ିଶାର କେନ୍ଦ୍ରାପଡ଼ା, କନ୍ଧମାଳ, ଖୋର୍ଦ୍ଧା, ଢେଙ୍କାନାଳ ଓ ପୁରୀର ପ୍ରତିନିଧ ରହିଛନ୍ତି । ଏହି ତାଲିମ କାର୍ଯ୍ୟକ୍ରମରେ ଥୁଓରୀ ପାଠ ସହ ପ୍ରତ୍ୟକ୍ଷ ଜ୍ଞାନ ଆହରଣ ସକାଶେ ପୁରୀଧାମ, କୋଣାର୍କ ସମେତ ଭୁବନେଶ୍ବର ନିକଟବର୍ତ୍ତୀ ଜଙ୍କିଆ ଗ୍ରାମରେ ଗାଆଁରେ ବସବାସ କରୁଥିବା ଲୋକଙ୍କ ଜୀବନଯାପନର ଧାରା ବିଷୟରେ ଅବଗତ ହେବା ପାଇଁ ରାତ୍ରିଯାପନ କରିଥିଲେ । ଆସନ୍ତା ମଇ କିମ୍ବା ଜୁନ୍ ମାସରେ ଓଡ଼ିଶାରୁ ପ୍ରତିନି ଦଳ ତାଲିମ ପାଇଁ ମହାରାଷ୍ଟ୍ର ଯିବାର କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି । ଆଜିର ଏହି ଉଦ୍ଯାପନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଝାରସୁଗୁଡ଼ା ଓ ପୁରୀ ଜିଲ୍ଲାର ଯୁବସଂଗଠକ ଶ୍ରୀ ଆର.କେ, ସୋନୀ ଓ ଶ୍ରୀ ଜେ.ଏସ୍. ଜୋଷୀ ଓ ଶ୍ରୀ ପ୍ରଦୀପ କୁମାର ଉପସ୍ଥିତ ଥୁଲେ ।
Post a Comment