loading...

ସହରାଂଚଳରେ ଜନସାଧାରଣଙ୍କ ଚଳପ୍ରଚଳ ବନ୍ଦକୁ ସୁନିଶ୍ଚିତ କରିବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ରର ନିର୍ଦ୍ଦେଶ..!!

ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ଘର ଛାଡିବା ଲାଗି କହୁଥିବା ମାଲିକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ !!

ସହରାଂଚଳରେ ଜନସାଧାରଣଙ୍କ ଚଳପ୍ରଚଳ ବନ୍ଦକୁ ସୁନିଶ୍ଚିତ କରିବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ରର ନିର୍ଦ୍ଦେଶ..!!

• ବାହାର ରାଜ୍ୟର ଶ୍ରମିକଙ୍କ ପାଇଁ ସମୟୋଚିତ ମଜୁରି ପ୍ରଦାନ ପାଇଁ ବ୍ୟବସ୍ଥା !!
• ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ଘର ଛାଡିବା ଲାଗି କହୁଥିବା ମାଲିକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ !!

କ୍ୟାବିନେଟ ସଚିବ ଏବଂ ଗୃହ ବ୍ୟାପାର ମନ୍ତ୍ରଣାଳୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କ ସହିତ ନିରବଚ୍ଛିନ୍ନ ଯୋଗାଯୋଗ ରଖୁଛନ୍ତି । ଗତକାଲି ଓ ଆଜି କ୍ୟାବିନେଟ ଓ ଗୃହ ସଚିବ ରାଜ୍ୟର ମୁଖ୍ୟ ଶାସଟ ସଚିବଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା ହୋଇଛି । ମୋଟାମୋଟି ଭାବେ କହିବାକୁ ଗଲେ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଲକଡାଉନର ନିୟମଗୁଡିକୁ କଡାକଡି ଭାବେ ପାଳନ କରାଯାଉଛି । ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଅବ୍ୟାହତ ରହିଥିବା ବେଳେ ଅହୋରାତ୍ର ପରିସ୍ଥିତି ଉପରେ ନଜର ରଖାଯାଇଛି । ଆବଶ୍ୟକସ୍ଥଳେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । ତେବେ ରାଜ୍ୟର କେତେକ ଅଂଚଳରେ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିବା ଶ୍ରମିକମାନେ ନିଜ ରାଜ୍ୟକୁ ଫେରି ଆସୁଥିବା ଲକ୍ଷ୍ୟ କରାଯାଉଛି । 

ବିଭିନ୍ନ ଜିଲ୍ଲା ଓ ରାଜ୍ୟର ସୀମାଗୁଡିକୁ ସିଲ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଯେପରି ସହର ଓ ରାଜରାସ୍ତାରେ ଲୋକମାନଙ୍କ ଚଳପ୍ରଚଳ ନ ହୁଏ, ତାହାକୁ ନିଶ୍ଚିତ କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଡିଏମ ଆକ୍ତି ଅନୁସାରେ ଜିଲ୍ଲାପାଳ ଓ ଏସପି ମାନେ ଏହିସବୁ ନିର୍ଦ୍ଦେଶାବଳୀକୁ ତ୍ବରାନ୍ବିତ କରିବା ପାଇଁ ବ୍ୟକ୍ତିଗତ ଭାବେ ଦାୟୀ ରହିବେ । ବାହାର ରାଜ୍ୟରୁ ଆସି ଅନ୍ୟ ରାଜ୍ୟରେ କାମ କରୁଥିବା ଶ୍ରମିକମାନଙ୍କୁ ସେମାନଙ୍କ କାର୍ଯ୍ୟସ୍ଥଳୀରେ ରହିବା ଓ ଖାଇବାର ବ୍ୟବସ୍ଥା କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ସରକାର ଏଥିପାଇଁ ଏସଡିଆରଏଫରୁ ଅର୍ଥ ବ୍ୟୟ ପାଇଁ ଆଦେଶ ଜାରୀ କରିଛନ୍ତି । ଏହି ପ୍ୟାରେ ରାଜ୍ୟ ସରକାରମାନଙ୍କ ଯଥେଷ୍ଟ ଅର୍ଥ ମହଜୁଦ ଅଛି ।

ଲକଡାଉନ କାଳରେ କୌଣସି କାଟଛାଟ ନକରି ବାହାର ରାଜ୍ୟର ଶ୍ରମିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ଅର୍ଥ ପ୍ରଦାନ କରିବାକୁ କୁହାଯାଇଛି । ଏହି ସମୟରେ ସେମାନଙ୍କ ଠାରୁ ଘର ଭଡା ଦାବି ନକରିବାକୁ ମଧ୍ୟ କୁହାଯାଇଛି । ଶ୍ରମିକ ଓ ଛାତ୍ରଛାତ୍ରୀମାନଙ୍କୁ ଘର ଖାଲି କରିବାକୁ କହୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି । ଏହିସବୁ ନିୟମାବଳୀର ଉଲଙ୍ଘନ କରି ଯେଉଁମାନେ ବାହାରକୁ ଯିବା ପାଇଁ ବାହାରିଛନ୍ତି, ସେମାନଙ୍କୁ ସମ୍ପୃକ୍ତ ରାଜ୍ୟ ସରକାର ୧୪ ଦିନ ପାଇଁ ସ୍ବାଟାଇନରେ ରଖୁବା ପାଇଁ କୁହାଯାଇଛି । କ୍ଵରଂଟାଇନରେ ରଖୁବା ନେଇ ସମସ୍ତ ନିୟମାବଳୀ ରାଜ୍ୟଗୁଡିକୁ ପଠାଯାଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ୩ ସପ୍ତାହ ପାଇଁ ଏହି କଟକଣା କଡାକଡି ଭାବେ ଲାଗୁ କରିବାକୁ ସମସ୍ତଙ୍କ ହିତ ଦୃଷ୍ଟିରୁ ରାଜ୍ୟମାନଙ୍କୁ
କୁହାଯାଇଛି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget