loading...

କୋଭିତ-୧୯ର ମୁକାବିଲା ନିମନ୍ତେ ସଂସଦ ଉନ୍ନୟନ ପାଣ୍ଠିରୁ ଅର୍ଥ ସହାୟତା ପ୍ରଦାନ ଲାଗି ରାଜ୍ୟସଭା ସାଂସଦମାନଙ୍କୁ ଉପରାଷ୍ଟ୍ରପତିଙ୍କ ନିବେଦନ..!!

ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ଜନସାଧାରଣଙ୍କୁ ଉପରାଷ୍ଟ୍ରପତିଙ୍କ ନିବେଦନ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ଭେଙ୍କିୟା ନାଇଡୁ ସମଗ୍ର ରାଜ୍ୟସଭା ସାଂସଦଙ୍କୁ ପ୍ରାଥମିକ ଭାବେ ସେମାନଙ୍କ ସ୍ଥାନୀୟ ବିକାଶ ପାଣ୍ଠିରୁ କୋଭିତ-୧୯ର ମୁକାବିଲା ପାଇଁ ଅନ୍ୟନ ୧ କୋଟି ଟଙ୍କା ପ୍ରଦାନ କରିବାକୁ ନିବେଦନ କରିଛନ୍ତି ।

କୋଭିତ-୧୯ର ମୁକାବିଲା ନିମନ୍ତେ ସଂସଦ ଉନ୍ନୟନ ପାଣ୍ଠିରୁ ଅର୍ଥ ସହାୟତା ପ୍ରଦାନ ଲାଗି ରାଜ୍ୟସଭା ସାଂସଦମାନଙ୍କୁ ଉପରାଷ୍ଟ୍ରପତିଙ୍କ ନିବେଦନ..!!

ନୁଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ଜନସାଧାରଣଙ୍କୁ ଉପରାଷ୍ଟ୍ରପତିଙ୍କ ନିବେଦନ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ଭେଙ୍କିୟା ନାଇଡୁ ସମଗ୍ର ରାଜ୍ୟସଭା ସାଂସଦଙ୍କୁ ପ୍ରାଥମିକ ଭାବେ ସେମାନଙ୍କ ସ୍ଥାନୀୟ ବିକାଶ ପାଣ୍ଠିରୁ କୋଭିତ-୧୯ର ମୁକାବିଲା ପାଇଁ ଅନ୍ୟନ ୧ କୋଟି ଟଙ୍କା ପ୍ରଦାନ କରିବାକୁ ନିବେଦନ କରିଛନ୍ତି ।

ସାଂସଦମାନଙ୍କୁ ଲେଖୁଥିବା ପତ୍ରରେ କାହା ସଂକ୍ରମଣର ଭୟାବହତା ତଥା ସେଥିପାଇଁ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ଦୃଷ୍ଟିରୁ ଏଭଳି କରିବାକୁ ଶ୍ରୀ ନାଇଡ଼ୁ ସାଂସଦମାନଙ୍କୁ ନିବେଦନ କରିଛନ୍ତି । କୋଭିତ-୧୯ର ସଫଳ ମୁକାବିଲା ନିମନ୍ତେ ଜାତୀୟ, ରାଜ୍ୟ ଓ ଜିଲ୍ଲା ସ୍ତରରେ ଏଧୂପାଇଁ ସମ୍ବଳ ସଂଗ୍ରହ କରାଯାଉଥୁବା ସେ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହାବ୍ୟତୀତ ଶ୍ରୀ ନାଇଡୁ ଫିଏମ୍ କେୟାର୍ସ ଫଣ୍ଡକୁ ଆପଦ କାଳୀନ ସାମର୍ଥ୍ୟ ବୃଦ୍ଧି ପାଇଁ ଦାନ ଦେବାକୁ ସାଧାରଣ ଲୋକଙ୍କୁ ମଧ୍ୟ ନିବେଦନ କରିଛନ୍ତି।

ଏହାଛଡା ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ବିଭିନ୍ନ ସେବୀ ସଂଗଠନ ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ନିବେଦନ କରିବା ସହ ସରକାରଙ୍କ ଦ୍ବାରା ଦିଆଯାଇଥୁବା ନିୟମାବଳୀଗୁଡିକୁ କଡାକଡି ପାଳନ କରିବାକୁ ସେ କହିଛନ୍ତି। ପ୍ରଧାନମନ୍ତ କଲ୍ୟାଣ ପାଣ୍ଠିକୁ ସମାଜର ବିଭିନ୍ନ ସ୍ତରରେ ଥିବା ଲୋକମାନଙ୍କ ଆକୁଣ୍ଡିତ ସାହାଯ୍ୟ ସହଯୋଗ ପାଇଁ ସେ ସାଧୁବାଦ ଜଣାଇଛନ୍ତି । ରାଜ୍ୟ ସରକାର ଓ ବିଭିନ୍ନ ମାନବହିତୈସୀ ସଂଗଠନ ବିଭିନ୍ନ ରାଜ୍ୟରୁ ଆସୁଥିବା ଦାଦନ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇବାକୁ ମଧ୍ୟ ନିବେଦନ କରିଛନ୍ତି । ଶ୍ରମିକମାନଙ୍କ ସୁବିଧା ଅସୁବିଧା ନେଇ ଶ୍ରୀ ନାଇଡ଼ୁ କେନ୍ଦ୍ର ସ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସନ୍ତୋଷ କୁନାର ଗଙ୍ଗୱାର ଓ କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌରାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget