ଭୂବନେଶ୍ୱର :୩୧/୦୩- ମହାମାରୀ କରୋନାଜନିତ ଲଡାଉନ୍ କାରଣରୁ ସାଧାରଣ ଜୀବନଯାପନ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଏଭଳି ସଙ୍କଟ ସମୟରେ ‘ ଫିଡ୍ ଦି ନିଡି – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଗରିବ, ଦିନମଜୁରିଆ, ଦୁଖୀଜନ ତଥା ଅଭାବୀ ଲୋକଙ୍କୁ ବିଜେପି କାର୍ଯ୍ୟକର୍ତ୍ତାମାନେ ସେମାନଙ୍କ ପାଖରେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ, ଔଷଧ, ସାନିଟାଇଜର, ମାସ୍କ ଆଦି ନିତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବାର କାର୍ଯ୍ୟ ଚାଲୁ ରଖିଛନ୍ତି ।
ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଜେପି କାର୍ଯ୍ୟକର୍ତ୍ତାମାନେ ସାମାଜିକ ଦୁରତ୍ ବଜାୟ ରଖି ରାସନ ସାମଗ୍ରୀ, ରନ୍ଧା ଖାଦ୍ୟ, ଔଷଧ, ମାସ୍କ, ସାମିଟାଇଜର, ପଶୁ ଖାଦ୍ୟ ଆଦି ବଂଟନ କରିଛନ୍ତି । ଏହି କାର୍ଯ୍ୟରେ ବିଜେପି ବିଧାୟକ, ଜନ ପ୍ରତିନିଧୁ, ସମସ୍ତ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା, ରାଜ୍ୟ ଓ ଜିଲ୍ଲା ପଦାଧୁକାରୀମାନେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି କୋଷାଧ୍ୟକ୍ଷ ସୁଦର୍ଶନ ଗୋଏଲ, ରାଜ୍ୟ ସମ୍ପାଦକ ଧୀରେନ ସେନାପତି, ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ବରିଷ୍ଠ ନେତା ନିହାର ରାୟ, ଜଗବନ୍ଧୁ ବେହେରା ପ୍ରମୁଖ ଆଜି ରାଉରକେଲାର ପାନପୋଷ, ଛେଣ୍ଠ, ବନ୍ଧମୁଣ୍ଡା, ବାସନ୍ତି କଲୋନୀ ଆଦି ଅଂଚଳରେ ଚା, ଜଲଖିଆ, ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ, ଖାଦ୍ୟସାମଗ୍ରୀ ପେକେଟ, ଔଷଧ, ମାସ୍କ, ସାନିଟାଇଜର ଆଦି ନିତ୍ୟାବଶ୍ୟକ ସାମଗ୍ରୀ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଭଗବାନ ରାଉତ, ସନ୍ଦୀପ ଅଗ୍ରୱାଲ, ଶେଖ ମୋଜାହିଦ୍, ଦୀପକ ସାହୁ, କେଦାର ମହାନ୍ତି ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ସହଯୋଗ କରିଥିଲେ ।
ଭୁବନେଶ୍ବରଠାରେ ଦିଳିପ ମହାନ୍ତି, ଜଗନ୍ନାଥ ପ୍ରଧାନ ଏବଂ ବାବୁ ସିଂହଙ୍କ ତତ୍ତ୍ଵାବଧାନରେ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅଭିଷେକ ଆଚାର୍ଯ୍ୟ, ରଶ୍ମୀରଂଜନ ମୁଦୁଲି, ଦିଲୀପ ବେହେରା, ବସନ୍ତ ରାଉତ, ଶିବାଶିଷ ମହାନ୍ତି, ଅଭିଷେକ ପରିଡା ପ୍ରମୁଖ ସହରର ବିଭିନ୍ନ ସାହି ବସ୍ତିରେ ରନ୍ଧାଖାଦ୍ୟ ବଂଟନ କରିଥିଲେ । ପୁରୁଣା ଭୁବନେଶ୍ବରରେ ମହିଳା ନେତ୍ରୀ ତୃପ୍ତିମୟୀ ମକଦ୍ଧମ, ଶିବପ୍ରସାଦ ବେହେରା ସଫେଇ କର୍ମଚାରୀମାନଙ୍କୁ ଚା, ଜଳପାନ, ମାସ୍କ, ସାନିଟାଇଜର ଆଦି ବଂଟନ କରିଥିଲେ ।
ଗଂଜମ୍ ଜିଲ୍ଲା ଗୋପାଳପୁରଠାରେ ଜିଲ୍ଲା ସଭାପତି ଶ୍ରୀ ବିଭୁତି ଜେନା, ଏନ.ରାଜେନ୍ଦ୍ରକୁମାର, କବିସୂର୍ଯ୍ୟନଗରରେ ରଂଜନ ପୋଲାଇ, ଦିଗପହଣ୍ଡିଠାରେ ମହନ୍ତ ଚିନ୍ମୟାନନ୍ଦ ପ୍ରମୁଖଙ୍କ ନେତୃତ୍ୱରେ ଅସହାୟ ଗରିବଙ୍କୁ ରନ୍ଧାଖାଦ୍ୟ ଓ ଖାଦ୍ୟସାମଗ୍ରୀ ବଂଟନ କରାଯାଇଛି । ଚନ୍ଦ୍ରଶେଖର ନନ୍ଦ, ପ୍ରବୀର ଦାସଙ୍କ ତତ୍ତ୍ଵାବଧାନରେ ବାଲେଶ୍ବର ସହର ସମେତ ଜିଲ୍ଲାର ରେମୁଣା, ଜଳେଶ୍ବର ଅଂଚଳର ବହୁ ସ୍ଥାନରେ ରନ୍ଧା ଓ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ଜିଲ୍ଲା ସଭାପତି କିଶୋର ପଣ୍ଡାଙ୍କ ନେତୃତ୍ବରେ ପାର୍ଟିର ବହୁ କାର୍ଯ୍ୟକର୍ତ୍ତା । ଜିଲ୍ଲାର ପଟ୍ଟାମୁଣ୍ଡାଇ, ଆଳି, ରାଜନଗର ଆଦି ବିଭିନ୍ନ ଅଂଚଳରେ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ବଂଟନ କରିଛନ୍ତି ।
Post a Comment