loading...

ସେନା କମାଣ୍ଡର ସମ୍ମିଳନୀ, ଏକ ସର୍ବୋଚ୍ଚ ସ୍ତରର ଦ୍ବିପାକ୍ଷିକ କାର୍ଯ୍ୟକ୍ରମ ଯାହା ଏପ୍ରିଲ 2020 ପାଇଁ ଧାର୍ଯ୍ୟ ହୋଇଥିଲା ।

google

ନୁଆଦିଲ୍ଲୀ : ସେନା କମାଣ୍ଡର ସମ୍ମିଳନୀ, ଏକ ସର୍ବୋଚ୍ଚ ସ୍ତରର ଦ୍ବିପାକ୍ଷିକ କାର୍ଯ୍ୟକ୍ରମ ଯାହା ଏପ୍ରିଲ 2020 ପାଇଁ ଧାର୍ଯ୍ୟ ହୋଇଥିଲା । କୋଭିଡ-19 ମହାମାରୀ କାରଣରୁ ସ୍ଥଗିତ ରଖାଯାଇଥିବା ଏହି ଗୁରୁତ୍ବପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ବିଚାର ବିମର୍ଶ କାର୍ଯ୍ୟକ୍ରମକୁ ବର୍ଭମାନ ଦୁଇଟି ପର୍ଯ୍ୟାୟରେ ଆୟୋଜନ କରାଯିବ । ସମ୍ମିଳନୀର ପ୍ରଥମ ପର୍ଯ୍ୟାୟ 27 ରୁ 29 ମେ' 2020 ଏବଂ ଦ୍ବିତୀୟ ପର୍ଯ୍ୟାୟ ଜୁନ 202୦ର ଶେଷ ସପ୍ତାହରେ ହେବା ନେଇ ଧାର୍ଯ୍ୟ କରାଯାଇଛି । 

ଭାରତୀୟ ସେନାର ସର୍ବୋଚ୍ଚସ୍ତରୀୟ ନେତୃତ୍ବ ବର୍ତ୍ତମାନର ସୁରକ୍ଷା ଏବଂ ପ୍ରଶାସନିକ ଆହ୍ବାନ ସମ୍ପର୍କରେ ବିଚାର ବିମର୍ଶ କରିବା ଏବଂ ଭାରତୀୟ ସେନା ପାଇଁ ଭବିଷ୍ୟତର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବ । ସେନା କମାଣ୍ଡର ଏବଂ ବରିଷ୍ଠ ଅଧୁକାରୀଙ୍କୁ ନେଇ ଗଠିତ କଲେଜିୟଟ ସିଷ୍ଟମ ମାଧ୍ୟମରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥାଏ । ସାଉଥ ବ୍ଲକରେ ଆୟୋଜିତ ହେବାକୁଥିବା ଏହି ସମ୍ମିଳନୀର ପ୍ରଥମ ପର୍ଯ୍ୟାୟରେ ଲଜିଷ୍ଟିକ ଏବଂ ମାନବ ସମ୍ବଳ ସମ୍ବନ୍ଧୀୟ ଅଧୟନ ସହିତ ପରିଚାଳନା ଏବଂ ପ୍ରଶାସନିକ ପ୍ରସଙ୍ଗର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget