loading...

କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଗସ୍ତ ।

କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ବୁଧବାର କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ପରିଦର୍ଶନ କରିଛନ୍ତି ।

କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଗସ୍ତ ।

ଭୁବନେଶ୍ବର : କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ବୁଧବାର କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ପରିଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀ ସାମନ୍ତ ଫୁଲବାଣୀଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟିର ଅଧ୍ୟକ୍ଷତା କରି କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡି., ଏପି ପ୍ରତୀକ ସିଂହ ଓ ଅନ୍ୟ ପ୍ରଶାସିନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ଶ୍ରୀ ସାମନ୍ତ ଫୁଲବାଣୀ କୋଭିଡ୍ ହସ୍‌ପିଟାଲ୍ ଏବଂ କ୍ବାରେଣ୍ଟାଇନ୍ ସେଣ୍ଟର ବୁଲି ଥିଲେ । 

ସେହିପରି ବିଧାୟକ ପ୍ରଦୀପ ଅମାତ, ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଏପି ୱାଇ ଆର୍ ରାଓଙ୍କ ଉପସ୍ଥିତିରେ ଶ୍ରୀ ସାମନ୍ତ ବୌଦ୍ଧଠାରେ ଖୋଲାଯାଇଥିବା କୋଭିଡ୍ ହସ୍‌ପିଟାଲ୍ ଓ କ୍ୟାରେଣ୍ଟାଇନ୍ ସେଣ୍ଟର ପରିଦର୍ଶନ କରିଥିଲେ । ଏହି ଅବସରରେ ଶ୍ରୀ ସାମନ୍ତ ବୌଦ୍ଧ ଦ୍ବାରେଣ୍ଟାଇନ୍ ସେଣ୍ଟରର ଅନ୍ତେବାସୀଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ସାଂସଦଙ୍କ କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଗସ୍ତ ଅବସରରେ ଉଭୟ ଜିଲ୍ଲାକୁ କୋଭିଡ୍ ହସ୍‌ପିଟାଲ୍ ପାଇଁ ପ୍ରଦାନ କରାଯାଇଥିବା ସାଂସଦ ପାଣ୍ଠି ବିନିଯୋଗର ଅଗ୍ରଗତି ସଂପର୍କରେ ମଧ୍ୟ ଶ୍ରୀ ସାମନ୍ତ ଉଭୟ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget