loading...

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ଆହ୍ବାନକୁ ବିଜେପିର ସ୍ଵାଗତ ଦଳର ସମସ୍ତ କାର୍ଯ୍ୟକର୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ସାମିଲ ହେବାକୁ ଆହ୍ବାନ।

ମୁଖ୍ୟମନ୍ତ୍ରୀଙ୍କ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ଆହ୍ବାନକୁ ବିଜେପିର ସ୍ଵାଗତ ଦଳର ସମସ୍ତ କାର୍ଯ୍ୟକର୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ସାମିଲ ହେବାକୁ ଆହ୍ବାନ କଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ଆହ୍ବାନକୁ ବିଜେପିର ସ୍ଵାଗତ ଦଳର ସମସ୍ତ କାର୍ଯ୍ୟକର୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ସାମିଲ ହେବାକୁ ଆହ୍ବାନ।

ଭୂବନେଶ୍ୱର : ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୦ ତାରିଖରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପାଇଁ କରିଥିବା ଆହ୍ବାନକୁ ସ୍ୱାଗତ କରିଛନ୍ତି ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ।

ଏ ନେଇ ଶ୍ରୀ ମହାନ୍ତି ଟୁଇଟ୍ କରି କହିଛନ୍ତି ଯେ, କରୋନା ମହାମାରୀ ବିରୋଧୀ ଲଢେଇରେ ସାରା ଦେଶ ଓ ଆମ ରାଜ୍ୟ ଓଡିଶା ଏକ ହୋଇ ଠିଆ ହୋଇଛି । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୦ ତାରିଖରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପାଇଁ କରିଥିବା ଆହ୍ବାନକୁ ସ୍ୱାଗତ କରୁଛି । ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭାରତ ବର୍ଷକୁ ଏକ କରିବା ପାଇଁ ଘଣ୍ଟ ଘଣ୍ଟା, ଥାଳି ବଜାଇବା ସହିତ ସମସ୍ତଙ୍କ ଦୀପ ଜାଳି କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବାକୁ ଦେଶବାସିଙ୍କୁ ଅନୁରୋଧ କରିଥିଲେ । 

ସାରା ଦେଶ ଏହି ଆହ୍ବାନରେ ଏକ ହୋଇ ଠିଆ ହୋଇଥିଲେ । ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ସହ କରୋନା ଯୋଦ୍ଧାଙ୍କ ସମ୍ମାନରେ ମୋ ଦଳର ସମସ୍ତ କାର୍ଯ୍ୟକର୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ଏକ ହୋଇ ସାମିଲ ହେବାକୁ ଶ୍ରୀ ମହାନ୍ତି ଟୁଇଟ୍ ଜରିଆରେ ନିବେଦନ କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget