କଟକ : କରୋନା ମହାମାରୀର ପାର୍ଦୁଭାବ କାରଣରୁ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଶ୍ରମିକମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜାତୀୟ ରାଜପଥ ୧୬ରେ ଭୋକ ଉପବାସରେ ଚାଲିଚାଲି ଓ ସାଇକେଲରେ ଯାଉଥିଲେ । ବିଭିନ୍ନ ରାଜ୍ୟ ଯଥା, ପଶ୍ଚିମବଙ୍ଗ, ବିହାର, ଉତ୍ତର ପ୍ରଦେଶ ଓ ଓଡିଶାର ବିଭିନ୍ନ ଜିଲ୍ଲାକୁ ଯାଉଥିବା ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, କଟକ ଜିଲ୍ଲା ତରଫରୁ ସେମାନଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଦିଆ ଯାଇଛି ।
ମଙ୍ଗୁଳି ଛକ ଠାରୁ ମଙ୍ଗୁଳି ଚେକ୍ ଗେଟ ମଧ୍ୟରେ ରାସ୍ତାର ଦୁଇ ପାର୍ଶ୍ୱରେ ସମବେତ ହୋଇ ବିପୁଳ ପରିମାଣରେ ରିଲିଫ ସାମଗ୍ରୀ ଯଥା ସକାଳେ ଶୁଖୁଲା ଖାଦ୍ୟ ପ୍ୟାକେଟ, ପାଣି ବୋତଲ ଓ ମଧାହ୍ନରେ ରନ୍ଧା ଖାଦ୍ୟ ଏବଂ ସଂଧ୍ୟାରେ ରନ୍ଧାଖାଦ୍ୟ ଓ ଶୁଖୁଲା ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଛି । ଗତ ମେ ୧୧ ତାରିଖରୁ ଏହି କାର୍ଯ୍ୟ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଚାଲୁ ରହିଛି । ଏହି ସେବାକାର୍ଯ୍ୟକୁ କଟକ ଜିଲ୍ଲା ମହାବିଦ୍ୟାଳୟ ପ୍ରମୁଖ ରଘୁନାଥ ବାରିକ, ଅଂଶୁମାନ ମହାପାତ୍ର, ସୁଶାନ୍ତ କୁମାର ଦାସ, ମାନସ ମହାନ୍ତି, ଶୁନାରାମ ମାରଷ୍ଟ୍, ରବିନାରାୟଣ ରାଉତ, ଅମରେଶ ଚୌଧୁରୀ, ଶୁରେସ କୁମାର ଭୂଇଁଆ, ଭୋଳାନାଥ ନାୟକ, ଶାନ୍ତିଲାଲ ଲୋଆ, ସୁନୀଲ କୋଠାରୀ, ଦେବଦ ରାୟ, ନିରାକାର ମହାନ୍ତିଙ୍କ ସମେତ ୨୦୦ରୁ ଉଦ୍ଧ କାର୍ଯ୍ୟକର୍ତା ସାମିଲ ହୋଇଛନ୍ତି ।
Post a Comment