ଜଗତସିଂହପୁର : ଆଜି ଜଗତସିଂହପୁର ସଂସ୍କୃତି ଭବନଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଯୋଗଦେଇ ରାଜ୍ୟ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଲେ ଯେ, ମହାନଦୀ ଓ କାଠଯୋଡ଼ି ମଧ୍ୟଭାଗରେ ଜଗତସିଂହପୁର ଜିଲ୍ଲା ଅବସ୍ଥିତ । ତେଣୁ ଏହା ଏକ ବୁଡ଼ି ଅଞ୍ଚଳ । ବନ୍ୟା ହେଲେ ଏ ଜିଲ୍ଲାର ଅଧକାଂଶ ଅଞ୍ଚଳ ଜଳମଗ୍ନ ହୋଇଯାଏ । ଜିଲ୍ଲା ପାଇଁ ଟ୍ରେନେଜ୍ ବ୍ୟବସ୍ଥାକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି । ବନ୍ୟା ସମୟରେ ଅନେକ ପାଟଜମି ବୁଡ଼ିଯାଏ ଓ ଚାଷ ବିପର୍ଯ୍ୟସ୍ତ ହୁଏ ।
ତେଣୁ ଚାଷଜମିରୁ ପାଣି ନିଷ୍କାସନ କରିବା ପାଇଁ ଏବଂ ଅଟକି ଥିବା ଡ୍ରେନେଜ୍ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲାପାଳ ଡ୍ରେନେଜ୍ ନିର୍ମାଣ ଓ କୃଷି ବିଭାଗ ମଧ୍ୟରେ ଏକ ସ୍ଵତନ୍ତ୍ର ବୈଠକ ଡକାଇ ଆଶୁ ସମାଧାନ । କରିବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ପରାମର୍ଶ ଦେଇଥିଲେ । ଏତଦ୍ବ୍ୟତୀତ ସମସ୍ତଙ୍କ ସଂଘବଦ୍ଧ କାର୍ଯ୍ୟ ଯୋଗୁଁ କୋଭିତ୍–୧୯ର ସଫଳ ମୁକାବିଲା କରାଯାଇଛି ଏବଂ ଏକ ବଡ଼ ଦୁର୍ବିପାକରୁ ଜିଲ୍ଲା ବର୍ତ୍ତିବାକୁ ଯାଉଛି । ଜିଲ୍ଲାରେ ଇ-ଗଭର୍ଣ୍ଣାନ୍ସ ପ୍ରଚଳନ କରି ଜିଲ୍ଲାପାଳ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇପାରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ । ଏହି ବୈଠକରେ ଯୋଗଦେଇ ଜଗତସିଂହପୁରର ବିଧାୟକ ତଥା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି କହିଲେ ଯେ, ଜଗତସିଂହପୁର ଜିଲ୍ଲା ବାତ୍ୟା, ବନ୍ୟା ପ୍ରପୀଡ଼ିତ ଜିଲ୍ଲା ।
ପ୍ରାକୃତିକ ବିପର୍ଯ୍ୟୟ ହେଲେ ଏ ଜିଲ୍ଲା ଅଧ୍ବକ ପ୍ରଭାବିତ ହୋଇଥାଏ । ଜଗତସିଂହପୁର ଜିଲ୍ଲା ପାଇଁ ଟ୍ରେନେଜ୍ ଏକ ମୁଖ୍ୟ ସମସ୍ୟା ଆସନ୍ତା ୧୫ ଦିନ ମଧ୍ୟରେ ଜିଲ୍ଲାରେ ଥିବା ସମସ୍ତ ଟ୍ରେନେଜ୍ ସଫା କରାଯିବା ପାଇଁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ସେ ପରାମର୍ଶ ଦେଇଥିଲେ । କୋଭିତ୍ —୧୯ ସମୟରେ ସବୁଠାରୁ ସୁରକ୍ଷା ଦେବାରେ ଯେଉଁମାନଙ୍କ ଅବଦାନ ଅଛି, ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ବୈଠକରେ ଯୋଗଦେଇ ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ କହିଲେ ୨୨ ମୌଜା ଏକ ତଳିଆ ଅଞ୍ଚଳ ହୋଇଥିବାରୁ ଏ ଅଞ୍ଚଳରେ ଥିବା ଚାଷଜମିରୁ ପାଣି ନିଷ୍କାସନ ପାଇଁ ତୁରନ୍ତ ବ୍ୟବସ୍ଥା ଗ୍ରହଣ କରାଯାଉ ।
ଚାଷୀ ଓ ଚାଷକୁ ଗୁରୁତ୍ୱ ଦିଆଯାଉ ଏବଂ ହଂସୁଆ ଡ୍ରେନେଜ୍ର ବାକିଥିବା କାର୍ଯ୍ୟକୁ ତୁରନ୍ତ ଶେଷ କରିବା ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ସେ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଯୋଗଦେଇ ପରାଦୀପର ବିଧାୟକ ଶ୍ରୀ ସଂବିତ୍ ରାଉତରାୟ କହିଲେ ଯେ ଜିଲ୍ଲାପାଳଙ୍କ ତ୍ବରିତ ପଦକ୍ଷେପ ଯୋଗୁଁ ପାରାଦୀପ ଶିନ୍ନାଞ୍ଚଳରେ କୋଭିଡ୍ –୧୯ର ସଫଳ ମୁକାବିଲା କରାଯାଇପାରିଛି । ସାଇଲୋଠାରେ ଏଲ୍.ଆଇ ଅଫିସ ଖୋଲିବା ଏବଂ ତାରିକୁଦ ନୋଳିଆ ବସ୍ତିରେ ବିଦ୍ୟୁତ ସରବରାହକୁ ସୁଗମ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।
Post a Comment