loading...

କୋଭିଡ୍-୧୯ ସହାୟତାରେ ସରକାରଙ୍କ ଅଣଦେଖା ହେତୁ କିନ୍ନରମାନେ ରାଜରାସ୍ତାକୁ ଓହ୍ଲାଇବେ।

ଓଡ଼ିଶା ସମେତ ସାରା ଭାରତବର୍ଷରେ କିନ୍ନରମାନେ ଶହ ଶହ ବର୍ଷ ଧରି ଅବହେଳିତ, ନିର୍ଯ୍ୟାତିତ, ଲାଞ୍ଚିତ, ଅପମାନିତ ଜୀବନଯାପନ କରିଆସୁଛନ୍ତି ।

 କୋଭିଡ୍-୧୯ ସହାୟତାରେ ସରକାରଙ୍କ ଅଣଦେଖା ହେତୁ କିନ୍ନରମାନେ ରାଜରାସ୍ତାକୁ ଓହ୍ଲାଇବେ।

ଭୁବନେଶ୍ୱର : ଓଡ଼ିଶା ସମେତ ସାରା ଭାରତବର୍ଷରେ କିନ୍ନରମାନେ ଶହ ଶହ ବର୍ଷ ଧରି ଅବହେଳିତ, ନିର୍ଯ୍ୟାତିତ, ଲାଞ୍ଚିତ, ଅପମାନିତ ଜୀବନଯାପନ କରିଆସୁଛନ୍ତି । କିନ୍ନରମାନଙ୍କୁ କଷ୍ଟକର ଜୀବନଯାପନରୁ ମୁକ୍ତି ପାଇବା ପାଇଁ ସେମାନେ ବହୁ ଚେଷ୍ଟା କରୁଛନ୍ତି । ଟି.ଜି. ସୁରକ୍ଷା ଟ୍ରଷ୍ଟ ତରଫରୁ ଭୁବନେଶ୍ବରର ଜୟଦେବଭବନଠାରେ ଶତାଧୁକ କିନ୍ନର ସେମାନଙ୍କ ସମସ୍ୟା ସମ୍ପର୍କିତ ବିଭିନ୍ନ ଦାବି ପ୍ଲାକାର୍ଡ ମାଧ୍ୟମରେ କୋଭିଜ୍-୧୯ ନିୟମକୁ ମାନି ସମଦୂରତା ରଖୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । 

ଟି.ଜି. ଟ୍ରଷ୍ଟର ସଭାପତି ମେନକା ପରିଡ଼ା ବିକ୍ଷୋଭର କାରଣ ଦର୍ଶାଇବାକୁ ଯାଇ କହିଥିଲେ ଯେ, ୩ ମାସ ହେବ କୋରନା ଭାଇରସ୍ ଆକ୍ରମଣରୁ ନିଜକୁ ତଥା ସମାଜକୁ ରକ୍ଷା କରିବା ଲାଗି ନିଜ ନିଜ ବାସସ୍ଥଳୀ ନଥିବା ସତ୍ତ୍ଵେ ଭଡ଼ା ରହୁଥିବା ଗୃହରେ ନିଜକୁ ଗୃହବନ୍ଦୀ କରିଥିଲେ । ରୋଜଗାରରୁ କୌଣସି ଉପାୟ ଯଥା ନୃତ୍ୟଗୀତ କରିବା, ଭିକ୍ଷାବୃତ୍ତି, ଆଶୀର୍ବାଦ କରିବା ଇତ୍ୟାଦି ବନ୍ଦକରି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳାତିପାତ କରୁଥିଲେ । ସମାଜର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ କୋରନା ମହାମାରୀରୁ ନିଜକୁ ବଞ୍ଚାଇବା ସହ ସମାଜକୁ ବଞ୍ଚାଇବା ଲାଗି ଲକ୍-ଡାଉନ୍‌ର ନିୟମକୁ କଡ଼ାକଡ଼ି ଭାବେ ମାନି ଚଳୁଥିଲେ । ଯାହା ପାଖରେ ଯାହା ଥୁଲା, ତାହା ସରିଯିବା ଫଳରେ କିନ୍ନରମାନେ ଭୟଭୀତ ଓ ଦୁଶ୍ଚିନ୍ତାର ଶିକାର ହୋଇ ଭୋକ ଉପାସରେ ରହୁଥିଲେ । 

ସାହାଯ୍ୟ ପାଇଁ ସରକାରଙ୍କୁ ବାରମ୍ବାର ନିବେଦନ କରୁଥିଲେ ମଧ୍ୟ ସରକାର କିନ୍ନରମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନାହାଁନ୍ତି । କିନ୍ନର ମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ବିଭାଗ ଖୋଲିଥିଲେ ମଧ୍ୟ ଏହା କିନ୍ନରମାନଙ୍କର କାମରେ ଆସୁନାହିଁ । ସାମ୍ପ୍ରତିକ ପରିସ୍ଥିତିରେ କିନ୍ନରମାନେ ବହୁ କଷ୍ଟରେ ସମୟ କାଟୁଥିଲେ ମଧ୍ୟ ସରକାରୀ ସାହାଯ୍ୟ ସେମାନଙ୍କ ନିକଟରେ ପହଞ୍ଚି ନାହିଁ । ଅନ୍ୟ ରାଜ୍ୟମାନଙ୍କରେ ବିନା ରାସନ୍ କାର୍ଡରେ କିନ୍ନରମାନଙ୍କୁ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଥିଲେ ମଧ୍ୟ ଓଡ଼ିଶାରେ ତାହା ହେଉନାହିଁ । ଏଣୁ କିନ୍ନରମାନେ ବଞ୍ଚିବା ଲାଗି ତୁରନ୍ତ ସରକାରୀ ସାହାଯ୍ୟ ବିବଦ୍ଧ ଭାବେ ଘୋଷଣା କରାଯାଉ । 

କିନ୍ନରମାନଙ୍କୁ ଅନ୍ୟୁନ ୬ ମାସ ପାଇଁ ରାସନ୍ (ଖାଦ୍ୟସାମଗ୍ରୀ) ଓ ଆର୍ଥିକ ସହାୟତା ପ୍ରଦାନ କରାଯାଉ । ଆଗାମୀ ଦିନରେ ସରକାର ଯଦି କିନ୍ନରମାନଙ୍କ ଦାବି ପୂରଣ ନ କରନ୍ତି ତେବେ ହଜାର ହଜାର କିନ୍ନର ନବୀନ ନିବାସ ଘେରଉ କରିବେ ବୋଲି ସକ୍ଷୀର ସଭାପତି ସୁଇଟି ସାହୁ ଏବଂ ଟିଜି ଟ୍ରଷ୍ଟର ସଭାପତି ମେନକା ପରିଡ଼ା, ତୃତୀୟଲିଙ୍ଗୀ ଆସୋସିନର ସଭାପତି ପ୍ରତାପ ସାହୁ ସୂଚନା ଦେଇଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ପୂଜା କିନ୍ନର, ପ୍ରିୟା କିନ୍ନର, ରୀନା କିନ୍ନର, ପାୟଲ କିନ୍ନର, ସୋନମ୍ କିନ୍ନର, ସୋନାଲି କିନ୍ନର, ରାଧା କିନ୍ନର, ସୁମି କିନ୍ନର, ଜୋଛନା କିନ୍ନର ପ୍ରମୁଖ ଉପସ୍ଥିତ ଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget