loading...

ସ୍ବାସ୍ୟାମନ୍ତ୍ରୀଙ୍କ ଝିଅ ପାଇଁ ଜିରୋ ଟଲେରାନ୍ସ ଲାଗୁ ହେବ ତ ? ସାମାଜିକ ଦୂରତାକୁ ଅବମାନନା କଲା ପରେ ବି କାହିଁକି ଚୁପ୍ ରହିଛି ଜିଲ୍ଲା ପ୍ରଶାସନ।

ଖୋଦ୍ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ତଥା ତାଙ୍କ ପ୍ରତିନିଧୀ ଦୀପାଲି ଦାସ ଏହି ନିୟମକୁ ଖୋଲା ଖୋଲି ଭାବେ ଉଲ୍ଲଙ୍ଘନ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ।

ସ୍ବାସ୍ୟାମନ୍ତ୍ରୀଙ୍କ ଝିଅ ପାଇଁ ଜିରୋ ଟଲେରାନ୍ସ ଲାଗୁ ହେବ ତ ? ସାମାଜିକ ଦୂରତାକୁ ଅବମାନନା କଲା ପରେ ବି କାହିଁକି ଚୁପ୍ ରହିଛି ଜିଲ୍ଲା ପ୍ରଶାସନ।

ଭୁବନେଶ୍ୱର : ସାରା ବିଶ୍ବରେ ଏବେ କରୋନା ମହାମାରୀ ରୂପ ଧାରଣ କରିଛି । ଏସବୁ ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଛି । ସାମାଜିକ ଦୂରତା ମାନିବା ସହ ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ଖୋଦ୍ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ତଥା ତାଙ୍କ ପ୍ରତିନିଧୀ ଦୀପାଲି ଦାସ ଏହି ନିୟମକୁ ଖୋଲା ଖୋଲି ଭାବେ ଉଲ୍ଲଙ୍ଘନ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ଏହାର ପ୍ରତିବାଦରେ ରାଜ୍ୟ ବିଜେପି ସଂପାଦକ ଶ୍ରୀ ଟଙ୍କଧର ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଏ ସଂପର୍କରେ ଦୃଷ୍ଟି ଦେବାକୁ ଅନୁରୋଧ କରିବା ସହ କୋଭିଡ ନିୟମ ଉଲ୍ଲଙ୍ଘନକାରୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଝିଅ ପାଇଁ ଜିରୋ ଟଲେରାନ୍ସ  ଲାଗୁ ହେବ କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ।

ରାଜ୍ୟସରକାରଙ୍କ ପକ୍ଷରୁ ଜାରି ହୋଇଥିବା ୯ ସୂତ୍ରୀ ନିୟମର ୧ ନମ୍ବରରେ ରହିଛି ସାମାଜିକ ଦୂରତା ନିୟମକୁ ପାଳନ କରିବା । କିନ୍ତୁ ଏହି ନିୟମକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଝିଅ ଅବମାନନା କରିଛନ୍ତି । ଦିପାଲୀ ଦାସ ୫୦ ଉର୍ଦ୍ଧ ଲୋକଙ୍କୁ ମେଳି କରି ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ଡିଆରଡିଏ କନଫରେନ୍ସ ହଲରେ କାର୍ଯ୍ୟକ୍ରମ କରିଛନ୍ତି । ଏନେଇ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମଧ୍ୟ ଏଯାଏଁ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି । ସାରା ରାଜ୍ୟରେ ଯେତେବେଳେ କରୋନା ମହାମାରୀ ରୂପ ଧାରଣ କରିଛି ସେ ସମୟରେ ଖୋଦ୍ ମନ୍ତ୍ରୀଙ୍କ ଝିଅ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରିବା ଦଣ୍ଡନୀୟ ଅପରାଧ । ଅନ୍ୟପଟେ ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ସେ ନିଜର ସଭା ପାଇଁ ସରକାରୀ ସମ୍ମିଳନୀ କକ୍ଷକୁ କିପରି ବ୍ୟବହାର କଲେ ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget