ନୁଆଦିଲ୍ଲୀ : ରେଳ ମନ୍ତ୍ରଣାଳୟ ଆଜି (24.06.2020)ଏହାର ରେଳ ମଣ୍ଡଳ ଓ ପିଏସୟୁ ହାରା ଭିଡିଓ କନଫରେନ୍ସ ଜରିଆରେ ଗରିବ କଲ୍ୟାଣ ରୋଜଗାର ଅଭିଯାନର ସମୀକ୍ଷା କରିଛି । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଗତ 20 ତାରିଖ ଦିନ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଟି ରାଜ୍ୟର 11ଟି ଚିହ୍ନିତ ଜିଲ୍ଲାରେ ଆରମ୍ଭ କରାଯାଇଛି । ଏହି ରାଜ୍ୟଗୁଡିକ ହେଲା ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ, ଓଡ଼ିଶା ଓ ଝାଡ଼ଖଣ୍ଡ । ରେଳବାଇ ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିନୋଦ କୁମାର ଯାଦବ ଆଜି ଏସମ୍ପର୍କରେ ସାଧାରଣ ପରିଚାଳକ ଏବଂ ମଣ୍ଡଳ ପରିଚାଳକ ଓ ପିଏସୟୁର ପରିଚାଳନା ନିର୍ଦ୍ଦେଶକଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି ।
ବୈଠକରେ ଶ୍ରୀ ଯାଦବ ଆଞ୍ଚଳିକ ରେଳବାଇଗୁଡ଼ିକୁ ଏହି ଅଭିଯାନ କାର୍ଯ୍ୟକାରୀ ହେଉଥିବା ଜିଲ୍ଲାଗୁଡିକ ପାଇଁ ନୋଡ଼ାଲ ଅଧୁକାରୀ ନିଯୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି । ନିଯୁକ୍ତ ଅଧୁକାରୀମାନେ ଅଭିଯାନ ସମ୍ପର୍କରେ ରାଜ୍ୟ ସରକାରଙ୍କ ସହ ସମନ୍ବୟ ରକ୍ଷା କରିବେ । ଏହାଛଡା ପ୍ରବାସୀ ଶ୍ରମିକମାନେ ଯେପରି ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟ ପାଇବା ସହ ନିୟମିତ ଭାବେ ସେମାନଙ୍କ ଦେୟ ପାଇବେ, ତାହା ଦେବାକୁ ଶ୍ରୀ ଯାଦବ ଆଞ୍ଚଳିକ ରେଳବାଇ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯାନ ପାଇଁ ଚିହ୍ନଟ ଜିଲ୍ଲାଗୁଡିକରେ ଭିତ୍ତିଭୂମି କାର୍ଯ୍ୟ ଯେପରି ଆଗେଇ ଚାଲିବ ତାହା ଦେଖୁକୁ ଆଞ୍ଚଳିକ ରେଳବାଇ କର୍ତ୍ତୁପକ୍ଷଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ପ୍ରାୟ 160ଟି ଭିତ୍ତିଭୂମି ଭିତ୍ତିକ କାର୍ଯ୍ୟ ଚିହ୍ନଟ କରାଯାଇଛି । ଆଗାମୀ ଅକ୍ଟୋବର ମାସ ସୁଦ୍ଧା ସହସ୍ରାଧୂକ ପ୍ରବାସୀ ଶ୍ରମିକ ଏରେ ନିଯୁକ୍ତି ପାଇବା ଫଳରେ ପ୍ରାୟ ୫ ଲକ୍ଷ ଶ୍ରମ ଦିବସ ସୃଷ୍ଟି ହେବ । ଏହିସବୁ ଜିଲ୍ଲାରେ ପ୍ରାୟ 1800 କୋଟି ଟଙ୍କା ଖର୍ଚ୍ଚ ହେବ । ମନରେଗା ଜରିଆରେ କରାଯିବାକୁ ଥୁବା ରେଳବାଇ କାର୍ଯ୍ୟ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି । ଏହି କାର୍ଯ୍ୟଗୁଡିକ ହେଲା –
(1) ରେଳ ଫାଟକ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ନିର୍ମାଣ ଓ ରକ୍ଷଣାବେକ୍ଷଣ, (2) ଜଳ ପରିବେଷ୍ଟିତ ରାସ୍ତା, ନାଳ ଓ ଟ୍ରାକଗୁଡିକର ମରାମତି ଓ ବିକାଶ, (3) ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ନିର୍ମାଣ ଓ ରକ୍ଷଣାବେକ୍ଷଣ, (4) ବର୍ତ୍ତମାନ ଯୁବା ରେଳବାଇ କଫିସ ଗୁଡିକର ମରାମତି ଓ ପ୍ରଶସ୍ତିକରଣ, (5) ରେଳବାଇ ଜମିରେ ବୃକ୍ଷ ରୋପଣ, (6) ବିଭିନ୍ନ ପାଲ, କଟିଂ, ଖାଲି ପଡିଥିବା ଜାଗା ଗୁଡିକର ସୁରକ୍ଷା ଇତ୍ୟାଦି । ମନରେଗା ଅଧୀନରେ ପ୍ରସ୍ତାବିତ କାର୍ଯ୍ୟ ପାଇଁ ମଞ୍ଜୁରି ପ୍ରାପ୍ତ କରିବାକୁ ଆଞ୍ଚଳିକ ରେଳବାଇ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିଦିନ ଆଞ୍ଚଳିକ ରେଲବାଇ ପକ୍ଷରୁ କାର୍ଯ୍ୟର ତଦାରଖ କରାଯାଇ ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ମନ୍ତ୍ରଣାଳୟକୁ ତଥ୍ୟ ଦବାକୁ ପଡିବ ।
ଏଠାର ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୃହତ କର୍ମ ନିଯୁକ୍ତି ଅଭିଯାନ ଆରମ୍ଭ କରିଛନ୍ତି । ଗରିବ କଲ୍ୟାଣ ରୋଜଗାର ଅଭିଯାନ ଭାବେ ନାମିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଭିନ୍ନ ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କୁ କର୍ମନିଯୁକ୍ତି ସୁଯୋଗ ମିଳିବ । କୋଭିଡ ବୈଶ୍ବିକ ମହାମାରୀର ମୁକାବିଲା ତଥା ପ୍ରବାସୀ ଶ୍ରମିକଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ଗତ 20 ତାରିଖ ଦିନ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅଧୁନରେ ଗ୍ରାମାଞ୍ଚଳରେ ସ୍ଥାୟୀ ଭିଭିଭୂମିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ 50 ହଜାର କୋଟି ଟଙ୍କା ଖର୍ଚ୍ଚ ପାଇଁ ଘୋଷଣା କରିଛନ୍ତି ।
125 ଦିନିଆ ଏହି ଅଭିଯାନ ମିଶନ ମୋଡରେ ଚାଲିବ ଦେଶର ବଛା ବଛା 11ଟି ଜିଲ୍ଲାରେ 25 ପ୍ରକାରର ବିଭିନ୍ନ କାର୍ଯ୍ୟ କାର୍ଯ୍ୟକାରୀ ହେବ । ସର୍ବାକ ପ୍ରବାସୀ ଶ୍ରମିକ ଫେରିଥିବା ଏହି ରାଜ୍ୟ ଯଥା – ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଓଡ଼ିଶା ଏବଂ ଝାଡ଼ଖଣ୍ଡରେ ଏହି କାର୍ଯ୍ୟଗୁଡିକ କରାଯିବ । ଏହି ଅଭିଯାନକୁ 12ଟି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ଯଥା ଗ୍ରାମ୍ୟ ବିକାଶ, ପଞ୍ଚାୟତିରାଜ, ସଡ଼କ ପରିବହନ ଓ ରାଜମାର୍ଗ, ଖଣି, ପାନୀୟ ଜଳ ଓ ପରିମଲ, ପରିବେଶ, ରାଳବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ, ନୂତନ ଓ ଅକ୍ଷୟ ଶକ୍ତି, ସୀମା ସଡକ, ଦୂରସଞ୍ଚାର ଓ କୃଷି ଇତ୍ୟାଦି ଏହି କାର୍ଯ୍ୟକ୍ରମଗୁଡିକୁ ସହଯୋଗ କରିବେ ।
Post a Comment