loading...

ଆସନ୍ତାକାଲି ଯୁବ ସମ୍ବାଦ ରାଲି ମାଧ୍ୟମରେ ଯୁବପିଢୀଙ୍କୁ ସମ୍ବୋଧିତ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ପୁନମ ମହାଜନ।

ମୋଦି ସରକାରଙ୍କର ଦ୍ବିତୀୟ ପାଳିର ପ୍ରଥମ ବର୍ଷ ପୂର୍ତୀ ଉପଲକ୍ଷେ ଆସନ୍ତାକାଲି ଯୁବ ସମ୍ବାଦ ରାଲି ମାଧ୍ୟମରେ ଯୁବପିଢୀଙ୍କୁ ସମ୍ବୋଧିତ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆସନ୍ତାକାଲି ଯୁବ ସମ୍ବାଦ ରାଲି ମାଧ୍ୟମରେ ଯୁବପିଢୀଙ୍କୁ ସମ୍ବୋଧିତ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ପୁନମ ମହାଜନ।

ଭୁବନେଶ୍ୱର : କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ଵିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି । ଏହି ଅବସରରେ ସାରା ଦେଶରେ ଜନସମ୍ବାଦ ରାଲି ମାଧ୍ୟମରେ ସାଧାରଣ ଜନତାଙ୍କୁ ମୋଦି ସରକାରଙ୍କ ସଫଳତା ଏବଂ ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ୨୮ ତାରିଖ ମଧ୍ୟାହ୍ନ ୧୨.୧୫ ରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଭିଡିଓ କନଫରେନ୍ସି ମାଧ୍ୟମରେ ଯୁବ ସମ୍ବାଦ ରାଲି ଆୟୋଜିତ ହେବ । 

ଏହି ରାଲିକୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ତଥା ସାଂସଦ ପୁନମ ମହାଜନ ସମ୍ବୋଧିତ କରିବେ । ଏହି ଜନସମ୍ବାଦ ରାଲିରେ କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନାରେ ଯୁବବର୍ଗ ମାନଙ୍କ ପାଇଁ ଥିବା ସୁଯୋଗ ସଂପର୍କରେ ଶ୍ରୀ ପ୍ରଧାନ ଏବଂ ଶ୍ରୀମତୀ ମହାଜନ ସମ୍ବୋଧିତ କରିବେ । ଆତ୍ମନିର୍ଭର ଭାରତ ଯୋଜନାରେ ଓଡ଼ିଶାର ଯୁବପିଢୀ କିପରି ଉପକୃତ ହେବେ ସେନେଇ ମଧ୍ୟ ବିସ୍ତୃତ ବିବରଣୀ ରଖାଯିବ ।

ଏହି ରାଲିରେ ଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ତଥା ସାଂସଦ ପୁନମ ମହାଜନ ଉପସ୍ଥିତ ରହିବେ । ରାଜ୍ୟରେ ସଭାପତି ସମୀର ମହାନ୍ତି ଏବଂ ଯୁବ ମୋର୍ଚ୍ଚାର ନବନିଯୁକ୍ତ ରାଜ୍ୟ ସଭାପତି ଶ୍ରୀ ଇରାସିସ ଆଚାର୍ଯ୍ୟ ଉପସ୍ଥିତ ରହିବେ । ଏହି ଯୁବ ସମ୍ବାଦ ରାଲିରେ ରାଜ୍ୟର ୧୦ ହଜାରରୁ ଉର୍ଧ ଯୁବକ ଯୋଗଦେବେ । ସାଧାରଣ ଜନତା
ସୋସିଆଲ ମିଡିଆ ଏବଂ ୟୁଟ୍ୟୁବ ମାଧ୍ୟମରେ ରାଲିର ସିଧାପ୍ରସାରଣ ଦେଖିପାରିବେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget