loading...

ଶ୍ରୀମନ୍ଦିର ଖୋଲିଲେ ପ୍ରତି ଗାଁରୁ ଅନ୍ୟୁନ ୫ ଜଣ ଗୁରୁଜନଙ୍କୁ ମହାପ୍ରଭୁଙ୍କ ଦର୍ଶନ କରିବାର ବ୍ୟବସ୍ଥା କରୁ ଯୁବମୋର୍ଚ୍ଚା - ଧର୍ମେନ୍ଦ୍ର ପ୍ରଧାନ

ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବପିଢି ମାନଙ୍କୁ ନିଜ ଗୁରୁଜନ ମାନଙ୍କ ସହ କଥାବର୍ତ୍ତା କରିବା ଓ ସେମାନଙ୍କୁ ଟେକ୍ନୋଲୋଜି ପ୍ଲାଟଫର୍ମ।

ଶ୍ରୀମନ୍ଦିର ଖୋଲିଲେ ପ୍ରତି ଗାଁରୁ ଅନ୍ୟୁନ ୫ ଜଣ ଗୁରୁଜନଙ୍କୁ ମହାପ୍ରଭୁଙ୍କ ଦର୍ଶନ କରିବାର ବ୍ୟବସ୍ଥା କରୁ ଯୁବମୋର୍ଚ୍ଚା - ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ ଭୁବନେଶ୍ୱର : ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବପିଢି ମାନଙ୍କୁ ନିଜ ଗୁରୁଜନ ମାନଙ୍କ ସହ କଥାବର୍ତ୍ତା କରିବା ଓ ସେମାନଙ୍କୁ ଟେକ୍ନୋଲୋଜି ପ୍ଲାଟଫର୍ମରେ ଯୋଡିବା ପାଇଁ ଆହ୍ବାନ କରିଛନ୍ତି । ଏହି ମର୍ମରେ ରାଜ୍ୟ ଯୁବମୋର୍ଚ୍ଚାର ସଦସ୍ୟମାନେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ ଆସିବା ପରେ ଓ ପୁରୀ ଶ୍ରୀମନ୍ଦିର ଖୋଲିବା ପରେ ମହାପ୍ରଭୁଙ୍କୁ ଦେଖିବାକୁ ଇଚ୍ଛା ରଖିଥିବା ଓଡିଶାର ପ୍ରତି ୫୦ ହଜାର ଗ୍ରାମର ଅନ୍ୟୁନ ୫ ଜଣ ଲେଖାଏଁ ଗୁରୁଜନଙ୍କୁ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ପାଇଁ ନିଜ ଖର୍ଚ୍ଚରେ ବ୍ୟବସ୍ଥା କରିବାକୁ ଯୁବମୋର୍ଚ୍ଚାର ସଦସ୍ୟମାନେ ପ୍ରାଥମିକତା ଦେବାକୁ ଆହ୍ବାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ଯୁବ ସମ୍ବାଦ ଭର୍ଚୁଆଲ ରାଲିରେ ଯୋଗ ଦେଇ ଏହା ଆହ୍ବାନ କରିବା ସହ ଯୁବ ମୋର୍ଚ୍ଚାର ସଦସ୍ୟ ମାନଙ୍କୁ ସଂଗଠନ, ସମ୍ପର୍କ, ସର୍ବୋପରି ସେବା ଓ ସଂଘର୍ଷ ଆଧାରରେ ଓଡିଶାକୁ ଶୀର୍ଷରେ ପହଁଚାଇବା ପାଇଁ କାମ କରିବାକୁ କହିଛନ୍ତି ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ପଠାଉଥିବା ଟଙ୍କା ଓଡିଆ ଲୋକଙ୍କ ସ୍ୱାର୍ଥରେ ଲାଗୁ । ଏଥିପାଇଁ ଜନସଚେତନତା ନକଲେ ସବୁ ପ୍ରଚେଷ୍ଟା ବ୍ୟର୍ଥ ଯିବ । ତେଣୁ ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଜାଗ୍ରତ ପ୍ରଭାରୀ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକୁ ଆଗେଇ ନେବା ସହ ନୂଆ ଆଦର୍ଶର ରାଜନୈତିକ ସଂଗଠନ ତିଆରି କରିବାର ଦାୟିତ୍ଵ ନିଅନ୍ତୁ । 

ଓଡିଶାରେ ବିଜେପି ସରକାର ନହେବା ପର୍ଯ୍ୟନ୍ତ ଓ ବିଜେପିକୁ ରାଜ୍ୟରେ ୨ ୧ରୁ ୨୧ ଲୋକସଭା ଆସନ ନମିଳିବା ପର୍ଯ୍ୟନ୍ତ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ମାନ, ଅପମାନ, ଅଭିମାନକୁ ଭୁଲି ସାଢେ ୪ କୋଟି ଓଡ଼ିଆଙ୍କ ଏକମାତ୍ର ଲକ୍ଷ୍ୟ ଓଡିଶାକୁ ନୂଆ ଶେଖରକୁ ନେବା ପାଇଁ ଦାୟିତ୍ଵ ନିଅନ୍ତୁ ଓ ଆଗାମୀ ଦିନରେ ଓଡିଆ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଓଡିଆଙ୍କ ହକ୍ ପାଇଁ ନିରନ୍ତର ଆନ୍ଦୋଳନ ଓ କାର୍ଯ୍ୟକ୍ରମ କରନ୍ତୁ । କରୋନା ଭଳି ସଂକଟ ସମୟରେ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟମାନେ ବଡ ଭୂମିକା ଗ୍ରହଣ କରିଛନ୍ତି । ଗରିବ ଲୋକଙ୍କୁ ଓ ଶୁଖିଲା ରନ୍ଧା ଖାଦ୍ୟ ବଂଟନ କରିବା, ମାସ୍କ ପ୍ରସ୍ତୁତ କରି ବ୍ୟାଟିବା, ରକ୍ତଦାନ ଶିବିର ଭଳି । 

ସାମାଜିକ ସେବା ଭିତିକ କାର୍ଯ୍ୟକ୍ରମର ଆୟୋଜନ କରି ଦଳକୁ ଇଞ୍ଜିନ ରୂପରେ ଆଗକୁ ନେବାରେ କାମ କରୁଛି ଯୁବ ମୋର୍ଚ୍ଚା ବର୍ତମାନ ସମୟରେ ଟେକ୍ନୋଲୋଜି ପ୍ଲାଟଫର୍ମ ଜରିଆରେ ବିଜେପିକୁ ଯୋଡିବାରେ ଯୁବମୋର୍ଚ୍ଚା ଅଗ୍ରଣୀ ଭୂମିକା ନେଇଛି । କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡିଶା ଜନସମ୍ବାଦ ରାଲିରେ ପ୍ରାୟ ୨୯ ଲକ୍ଷ ୫୦ ହଜାର  ଟେକ୍ନୋଲୋଜି ପ୍ଲାଟଫର୍ମରେ ଯୋଡି ହୋଇଥିଲେ । ଏହି ସଫଳତାର ଶ୍ରେୟ ଯୁବ ମୋର୍ଚ୍ଚାର ସଦସ୍ୟ ମାନଙ୍କୁ ଯାଉଛି । ସାଢେ ୪ କୋଟି ଓଡ଼ିଆ ଲୋକ ବିଶ୍ୱକୁ ନେତୃତ୍ବ କରିବାର କ୍ଷମତା ରଖୁଛନ୍ତି । 


ବିଜେପି ନେତୃତ୍ୱରେ ହିଁ ଓଡ଼ିଶା ନୂଆ ଶିଖରକୁ ଯିବ । ଏକବିଂଶ ଶତାଦ୍ଦିରେ ଅପାର ସମ୍ଭାବନାର ରାଜ୍ୟ ନୂଆ ଓଡିଶା ତିଆରି ହେଲେ ହିଁ ଆତ୍ମନିର୍ଭର ଭାରତ ସମ୍ଭବ ହେବ । ଏ ଦୃଢ ବିଶ୍ବାସ ଆଜି ସମସ୍ତଙ୍କ ମନରେ ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । କହିଥିଲେ ଯେ ବିଜେପିର ଦୂରଦୃଷ୍ଟି ସମ୍ପନ୍ନ ବିଚାରଧାରା କାରଣରୁ ଆଜି ସବୁଠୁ ତଳ ଶ୍ରେଣୀର ଗରିବ ଲୋକମାନଙ୍କ ପାଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ପହଁଚିପାରିଛି । ଓଡ଼ିଶାବାସୀଙ୍କ କଷ୍ଟକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ଅନେକ କାର୍ଯ୍ୟକ୍ରମ କରିଛନ୍ତି । ଗରିବଙ୍କୁ ଉଭୟ ସାମାଜିକ ଓ ଆର୍ଥିକ ରୂପେ ବିକାଶ କରିବା ପାଇଁ ଗରିବ କଲ୍ୟାଣ ପ୍ୟାକେଜ ସହ ୨୦ ଲକ୍ଷ କୋଟି ଆତ୍ମନିର୍ଭର ଭାରତ ପ୍ୟାକେଜ ଘୋଷଣା କରିଛନ୍ତି । ଏହି ପ୍ୟାକେଜ ଦେଶ ଭାରତର ଅଭିବୃଦ୍ଧି ହାର ବା ଜିଡିପିର ୧୦ ପ୍ରତିଶତ ଏବଂ ଏଭଳି କରୋନା ରିଲିଫ ପ୍ୟାକେଜ୍ ଘୋଷଣା କରିବାରେ ଭାରତ ତୃତୀୟ ବୋଲି ସେ କହିଛନ୍ତି।

ସେହିପରି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଭଳି ଭାବେ ଓଡିଶାର ବିକାଶକୁ ଦାୟିତ୍ବ ଦେଉଛନ୍ତି ତାହା ପ୍ରଶଂସନୀୟ । ପ୍ରଧାନମନ୍ତ୍ରୀଙ୍କ ସରକାରରେ ଅନେକ ଗରିବ କଲ୍ୟାଣକାରୀ ଯୋଜନା ହୋଇଥିବା ବେଳେ ଓଡିଶାର ଲୋକମାନେ ଏହି ଯୋଜନାର ଲାଭାର୍ଥୀ ହୋଇପାରିଛନ୍ତି । ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଇରାସିସ ଆଚାର୍ଯ୍ୟ କହିଛନ୍ତି ଯେ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କ ପ୍ରଗତିଶୀଳ ଓଡିଶାର ସ୍ଵପ୍ନକୁ ପୂରଣ କରିବା ପାଇଁ ଯୁବମୋର୍ଚ୍ଚା କାମ କରିବ । ଲୋକାଲ ଫର୍ ଭୋକାଲ ଏବଂ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଦିଗରେ ମଧ୍ୟ ଯୋର ଦିଆଯିବ ଏବଂ ଦଳୀୟ ସଂଗଠନକୁ ମଜବୁତ କରାଯିବ ।

ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ କହିଛନ୍ତି ରାଜ୍ୟରେ ଆଜି ଦିନରେ ଯୁବକ ଓ ଯୁବତୀମାନେ ରୋଜଗାର ସମେତ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି । ଆଗାମୀ ଦିନରେ ନୂଆ ଓଡିଶା ଗଢିବା ପାଇଁ ଯୁବକ ଓ ଯୁବତୀଙ୍କ ବିକାଶ ପାଇଁ କାମ କରିବାକୁ ପଡିବ ବୋଲି ସେ କହିଛନ୍ତି । ଶେଷରେ ରାଜ୍ୟ ବିଜେପି ପ୍ରବକ୍ତା ଠାକୁର ରଞ୍ଜିତ ଦାସ କାର୍ଯ୍ୟକ୍ରମକୁ ସଫଳ କରିବା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ଓଡିଶା ବିଜେପିର ଯୁବମୋର୍ଚ୍ଚା ସଦସ୍ୟ ସମେତ ଅନେକ ଯୁବକ ଓ ଯୁବତିମାନେ ଭିଡିଓ କନଫରେନ୍ସି ଜରିଆରେ ସାମିଲ ହୋଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget